1
|
ସଦାପ୍ରଭୁ ଶାସନ କରନ୍ତି। ସକଳ ପୃଥିବୀ ଆନନ୍ଦ ହେଉ। ଦୂର ସଦୃଶ ଭୂମି ମଧ୍ଯ ଆନନ୍ଦିତ ହୁଅନ୍ତୁ। |
2
|
ମେଘମାଳ ଓ ଅନ୍ଧାର ସଦାପ୍ରଭୁଙ୍କ ଚତୁର୍ଦ୍ଦିଗରେ ଥାଏ। ଧର୍ମ ଓ ନ୍ଯାଯ ତାହାଙ୍କ ସିଂହାସନର ମୂଳଭିତ୍ତି। |
3
|
ସଦାପ୍ରଭୁଙ୍କ ସମ୍ମୁଖରୁ ଅଗ୍ନି ଝରି ତାଙ୍କର ଶତ୍ରୁଗଣକୁ ବିନାଶ କରେ। |
4
|
ତାହାଙ୍କ ବିଜୁଳି ଜଗତକୁ ଦୀପ୍ତିମାନ କଲା, ଏହା ଦେଖି ଲୋକେ ଭୟ କଲେ। |
5
|
ସଦାପ୍ରଭୁଙ୍କ ସମ୍ମୁଖରେ ପୃଥିବୀର ସମସ୍ତ ପ୍ରଭୁ, ପର୍ବତଗୁଡ଼ିକ ମହମ ପରି ତରଳି ଗଲେ। |
6
|
ଆକାଶ ତାଙ୍କର ଧାର୍ମିକ ସତ୍ଯତା ପ୍ରଚାର କରେ ଓ ପ୍ରେତ୍ୟକକ ଜାତିଗଣ ତାଙ୍କ ମହିମା ଦେଖନ୍ତି। |
7
|
ଲୋକମାନେ ତାଙ୍କର ମୂର୍ତ୍ତିଗୁଡ଼ିକୁ ପୂଜା କରନ୍ତି। ସମାନେେ ସମାନଙ୍କେର ଦବଗେଣଙ୍କ ବିଷଯରେ ବଡ଼ାଇ କରନ୍ତି। ସହେି ଲୋକମାନେ ଲଜ୍ଜିତ ହବେେ। ସମାନଙ୍କେର ସମସ୍ତ " ଦବେତାଗଣ" ସଦାପ୍ରଭୁଙ୍କ ଆଗରେ ମଥାନତ କରିବେ। |
8
|
ସିଯୋନ୍ ଶୁଣିଛି ଓ ଆନନ୍ଦିତ ହାଇେଛି। ଯିହୁଦା ନଗରୀ, ଖୁସୀ ହାଇେ ଆସୁଛନ୍ତି, କାରଣ ତୁମ୍ଭ ପାଇଁ ସଦାପ୍ରଭୁ ବିଜ୍ଞ ନିଷ୍ପତ୍ତି କରନ୍ତି। |
9
|
ହେ ସର୍ବୋପରିସ୍ଥ ସଦାପ୍ରଭୁ, ତୁମ୍ଭେ ହିଁ ସମଗଯ ପୃଥିବୀର ଶାସକ। ତୁମ୍ଭେ ଅନ୍ୟ " ଦବେତାମାନଙ୍କ"ଠାରୁ ଉତ୍ତମ। |
10
|
ୟିଏ ସଦାପ୍ରଭୁଙ୍କୁ ଭଲପା'ନ୍ତି ମନ୍ଦତାକୁ ଘୃଣା କରନ୍ତି! ସେ ସହେି ଆପଣା ସଦ୍ଭକ୍ତମାନଙ୍କ ପ୍ରାଣରକ୍ଷା କରନ୍ତି। ସେ ଦୁଷ୍ଟମାନଙ୍କ ହସ୍ତରୁ ନିଜର ଶିଷ୍ଯମାନଙ୍କୁ ରକ୍ଷାକରନ୍ତି। |
11
|
ଧାର୍ମିକମାନଙ୍କ ପାଇଁ ଦୀପ୍ତି ଓ ସତ୍ଯପ୍ରିଯମାନଙ୍କ ପାଇଁ ଆନନ୍ଦ ଅଛି। |
12
|
ହେ ଧାର୍ମିକଗଣ ତୁମ୍ଭମାନେେ ସଦାପ୍ରଭୁଙ୍କ ନିକଟରେ ଆନନ୍ଦ କର। ପରମେଶ୍ବରଙ୍କ ପବିତ୍ର ନାମରେ ଧନ୍ଯବାଦ କର। |
Psalms 97:1 Oriya Language Bible Words basic statistical display
COMING SOON ...