Indian Language Bible Word Collections
Psalms 48:9
Psalms Chapters
Psalms 48 Verses
Books
Old Testament
New Testament
Bible Versions
English
Tamil
Hebrew
Greek
Malayalam
Hindi
Telugu
Kannada
Gujarati
Punjabi
Urdu
Bengali
Oriya
Marathi
Assamese
Books
Old Testament
New Testament
Psalms Chapters
Psalms 48 Verses
1
|
ଗୀତ: କୋରହ-ସନ୍ତାନମାନଙ୍କର ଗୀତ । ଆମ୍ଭମାନଙ୍କ ପରମେଶ୍ଵରଙ୍କ ନଗରରେ, ତାହାଙ୍କ ପବିତ୍ର ପର୍ବତରେ ସଦାପ୍ରଭୁ ମହାନ ଓ ଅତ୍ୟ; ପ୍ରଶଂସନୀୟ । |
2
|
ଉତ୍ତର ଦିଗସ୍ଥ ସିୟୋନ ପର୍ବତ ଉଚ୍ଚତାରେ ମନୋହର, ସମଗ୍ର ପୃଥିବୀର ଆନନ୍ଦଜନକ, ମହାରାଜଙ୍କର ନଗର । |
3
|
ତହିଁର ଅଟ୍ଟାଳିକାସମୂହ ମଧ୍ୟରେ ପରମେଶ୍ଵର ଆଶ୍ରୟ ସ୍ଵରୂପ ବୋଲି ଆପଣାର ପରିଚୟ ଦେଇଅଛନ୍ତି । |
4
|
କାରଣ, ଦେଖ, ରାଜଗଣ ସଭାସ୍ଥ ହେଲେ, ସେମାନେ ଏକସଙ୍ଗେ ଗମନ କଲେ । |
5
|
ସେମାନେ ତାହା ଦେଖି ଚମତ୍କୃତ ହେଲେ; ସେମାନେ ଉଦ୍ବିଗ୍ନ ହୋଇ ଶୀଘ୍ର ପଳାଇଲେ; |
6
|
ସେଠାରେ ସେମାନେ କମ୍ପରେ ଓ ପ୍ରସବକାରିଣୀ ସ୍ତ୍ରୀର ବେଦନା ତୁଲ୍ୟ ବେଦନାରେ ଆକ୍ରା; ହେଲେ । |
7
|
ତୁମ୍ଭେ ପୂର୍ବୀୟ ବାୟୁ ଦ୍ଵାରା ତର୍ଶୀଶର ଜାହାଜସବୁ ଭାଙ୍ଗିଥାଅ । |
8
|
ଯେପରି ଆମ୍ଭେମାନେ ଶୁଣିଅଛୁ, ସେପରି ସୈନ୍ୟାଧିପତି ସଦାପ୍ରଭୁଙ୍କ ନଗରରେ, ଆମ୍ଭମାନଙ୍କ ପରମେଶ୍ଵରଙ୍କ ନଗରରେ ଦେଖିଅଛୁ; ପରମେଶ୍ଵର ଅନନ୍ତକାଳ ତାହା ସୁସ୍ଥିର କରିବେ । [ସେଲା |
9
|
ହେ ପରମେଶ୍ଵର, ଆମ୍ଭେମାନେ ତୁମ୍ଭ ମନ୍ଦିର ମଧ୍ୟରେ ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ବିଷୟ ଧ୍ୟାନ କରିଅଛୁ । |
10
|
ହେ ପରମେଶ୍ଵର, ଯେପରି ତୁମ୍ଭର ନାମ, ସେପରି ତୁମ୍ଭର ପ୍ରଶଂସା, ପୃଥିବୀର ପ୍ରା; ପର୍ଯ୍ୟନ୍ତ ଅଟେ; ତୁମ୍ଭର ଦକ୍ଷିଣ ହସ୍ତ ଧର୍ମରେ ପରିପୂର୍ଣ୍ଣ । |
11
|
ତୁମ୍ଭର ସକଳ ଶାସନ ସକାଶୁ ସିୟୋନ ପର୍ବତ ଆନନ୍ଦିତ ହେଉ, ଯିହୁଦାର କନ୍ୟାଗଣ ଉଲ୍ଲାସିତ ହେଉନ୍ତୁ । |
12
|
ସିୟୋନକୁ ପ୍ରଦକ୍ଷିଣ କର ଓ ତାହାର ଚତୁର୍ଦ୍ଦିଗରେ ଭ୍ରମଣ କର; ତହିଁର ଦୁର୍ଗସବୁ ଗଣନା କର । |
13
|
ଯେପରି ତୁମ୍ଭେମାନେ ଭବିଷ୍ୟତ ବଂଶକୁ ଜଣାଇ ପାରିବ, ଏଥିପାଇଁ ତହିଁର ଦୃଢ଼ ପ୍ରାଚୀରମାନ ନିରୀକ୍ଷଣ କର, ତହିଁର ଅଟ୍ଟାଳିକାସବୁ ବିବେଚନା କର । |
14
|
କାରଣ ଏହି ପରମେଶ୍ଵର ଅନନ୍ତକାଳ ଆମ୍ଭମାନଙ୍କର ପରମେଶ୍ଵର ଅଟନ୍ତି; ସେ ମରଣ ପର୍ଯ୍ୟନ୍ତ ଆମ୍ଭମାନଙ୍କର ପଥଦର୍ଶକ ହେବେ । |