1
|
ସଦାପ୍ରଭୁଙ୍କ ଉଦ୍ଦେଶ୍ଯରେ ଏକ ନୂତନ ସଙ୍ଗୀତ ଗାନ କର। କାରଣ ସେ ଆଶ୍ଚର୍ୟ୍ଯ କର୍ମମାନ କରିଛନ୍ତି ! |
2
|
ତାଙ୍କର ପବିତ୍ର ଦକ୍ଷିଣ ହସ୍ତ ତାଙ୍କୁ ଆଉଥରେ ଗୌରବ ଆଣିଛ। |
3
|
ସଦାପ୍ରଭୁ ତାଙ୍କର ଦାସଗଣଙ୍କୁ ରକ୍ଷା କରିବା ପାଇଁ ତାଙ୍କର ଶକ୍ତିକୁ ଜଣାଇଛନ୍ତି। ଜାତି ଉଦ୍ଦେଶ୍ଯରେ, ସଦାପ୍ରଭୁ ତାଙ୍କର ଉତ୍ତମତା ଦଖାଇେଛନ୍ତି। |
4
|
ଇଶ୍ରାୟେଲୀୟମାନଙ୍କ ପ୍ରତି ପରମେଶ୍ବରଙ୍କ ପ୍ରମେ ଓ ବିଶ୍ବସ୍ତତା, ତାଙ୍କର ଅନୁସରଣକାରୀମାନେ ମନେ ରଖିଛନ୍ତି। ପୃଥିବୀର ପ୍ରାନ୍ତସ୍ଥ ସମସ୍ତେ ଆମ୍ଭମାନଙ୍କ ପରମେଶ୍ବରଙ୍କ ରକ୍ଷା କରିବାର ଶକ୍ତି ଦେଖିଛନ୍ତି। |
5
|
ହେ ପୃଥିବୀର ପ୍ରେତ୍ୟକକ ଲୋକ ସଦାପ୍ରଭୁଙ୍କର ଜଯଧ୍ବନି କର। ସ୍ତୁତି ଗାନ ଶୀଘ୍ର ଆରମ୍ଭ୍ କର। |
6
|
ବୀଣା ସହିତ ସଦାପ୍ରଭୁଙ୍କର ପ୍ରଶଂସା ଗାନ କର, ବୀଣାର ମଧୁର ସଂଗୀତରେ ତାଙ୍କର ଗୁଣ ଗାନ କର। |
7
|
ବଂଶୀ ବଜାଅ ଓ ଶିଙ୍ଗା ଫୁଙ୍କ। ଆମ୍ଭମାନଙ୍କର ରାଜା ସଦାପ୍ରଭୁଙ୍କ ସମ୍ମୁଖରେ ଆନନ୍ଦ ଧ୍ବନି କର। |
8
|
ସମୁଦ୍ର ଜଗତ ଓ ତହିଁର ଜୀବ ସକଳ ସମସ୍ତେ ଗାନ କର। |
9
|
ନଦନଦୀଗଣ କରତାଳି ଦିଅ !ପର୍ବତଗଣ ଏକ ସଙ୍ଗେ ଆନନ୍ଦ ଧ୍ବନି କର। |
Psalms 98:6 Oriya Language Bible Words basic statistical display
COMING SOON ...