English Bible Languages

Indian Language Bible Word Collections

Bible Versions

English

Tamil

Hebrew

Greek

Malayalam

Hindi

Telugu

Kannada

Gujarati

Punjabi

Urdu

Bengali

Oriya

Marathi

Assamese

Books

Psalms Chapters

Psalms 53 Verses

1 ପ୍ରଧାନ ବାଦ୍ୟକର ନିମନ୍ତେ ମହଲତ୍ ସ୍ଵରରେ ଦାଉଦଙ୍କର ମସ୍କୀଲ୍ । ପରମେଶ୍ଵର ନାହାନ୍ତି ବୋଲି ମୂର୍ଖ ଆପଣା ମନେ ମନେ କହିଅଛି । ସେମାନେ ଭ୍ରଷ୍ଟ, ସେମାନେ ଘୃଣାଯୋଗ୍ୟ ଅଧର୍ମ କରିଅଛନ୍ତି, କେହି ସତ୍କର୍ମ କରେ ନାହିଁ ।
2 ବିବେଚକ କେହି ଅଛି କି ନାହିଁ, ପରମେଶ୍ଵରଙ୍କର ଅନ୍ଵେଷଣକାରୀ କେହି ଅଛି କି ନାହିଁ, ଏହା ଦେଖିବା ପାଇଁ ପରମେଶ୍ଵର ସ୍ଵର୍ଗରୁ ମନୁଷ୍ୟ-ସନ୍ତାନଗଣ ପ୍ରତି ନିରୀକ୍ଷଣ କଲେ ।
3 ସେମାନଙ୍କର ପ୍ରତ୍ୟେକେ ବିପଥରେ ଯାଇଅଛନ୍ତି; ସେସମସ୍ତେ ଅଶୁଚି ହୋଇଅଛନ୍ତି; ସେମାନଙ୍କର କେହି ସୁକର୍ମ କରେ ନାହିଁ, ନା, ଜଣେ ହେଁ ନାହିଁ ।
4 ଅଧର୍ମାଚାରୀମାନଙ୍କର କି କିଛି ଜ୍ଞାନ ନାହିଁ?
5 ଭୟ ନ ଥିବା ସ୍ଥାନରେ ସେମାନେ ବଡ଼ ଭୟ ପାଇଥିଲେ; କାରଣ ପରମେଶ୍ଵର ତୁମ୍ଭ ବିରୁଦ୍ଧରେ ଛାଉଣିକାରୀର ଅସ୍ଥିସବୁ ଛିନ୍ନଭିନ୍ନ କରି ପକାଇଅଛନ୍ତି; ପରମେଶ୍ଵର ସେମାନଙ୍କୁ ଅଗ୍ରାହ୍ୟ କରିବାରୁ ତୁମ୍ଭେ ସେମାନଙ୍କୁ ଲଜ୍ଜା ଦେଇଅଛ ।
6 ଆଃ, ଯେବେ ସିୟୋନଠାରୁ ଇସ୍ରାଏଲର ପରିତ୍ରାଣ ଉପସ୍ଥିତ ହୁଅନ୍ତାଣ!
×

Alert

×