English Bible Languages

Indian Language Bible Word Collections

Bible Versions

English

Tamil

Hebrew

Greek

Malayalam

Hindi

Telugu

Kannada

Gujarati

Punjabi

Urdu

Bengali

Oriya

Marathi

Assamese

Books

Psalms Chapters

Psalms 101 Verses

1 ଦାଉଦଙ୍କର ଗୀତ । ମୁଁ ଦୟା ଓ ଶାସନ ବିଷୟ ଗାନ କରିବି । ହେ ସଦାପ୍ରଭୋ, ମୁଁ ତୁମ୍ଭ ଉଦ୍ଦେଶ୍ୟରେ ପ୍ରଶଂସା ଗାନ କରିବି ।
2 ମୁଁ ବିବେଚନାପୂର୍ବକ ସିଦ୍ଧ ପଥରେ ଗମନ କରିବି; ଆହା, ତୁମ୍ଭେ କେବେ ମୋʼ ନିକଟକୁ ଆସିବ? ମୁଁ ଆପଣା ଗୃହ ମଧ୍ୟରେ ସିଦ୍ଧ ଅନ୍ତଃକରଣରେ ଆଚରଣ କରିବି ।
3 ମୁଁ କୌଣସି ମନ୍ଦ ବିଷୟ ଆପଣା ଦୃଷ୍ଟି-ଗୋଚରରେ ରଖିବି ନାହିଁ; ମୁଁ ବିପଥଗାମୀମାନଙ୍କ କର୍ମ ଘୃଣା କରେ; ଗୀତ.୯୭:୧୦ ତାହା ମୋʼଠାରେ ଲିପ୍ତ ହେବ ନାହିଁ ।
4 କୁଟିଳ ଅନ୍ତଃକରଣ ମୋʼ ନିକଟରୁ ଦୂର ହେବ; ମୁଁ ମନ୍ଦ ବିଷୟର ପରିଚୟ ନେବି ନାହିଁ ।
5 ଯେଉଁ ଜନ ଗୋପନରେ ଆପଣା ପ୍ରତିବାସୀର ଅପବାଦ କରେ, ମୁଁ ତାହାକୁ ବିନାଶ କରିବି; ଯାହାର ଅହଙ୍କାର-ଦୃଷ୍ଟି ଓ ଗର୍ବୀ ଅନ୍ତଃକରଣ, ମୁଁ ତାହାକୁ ସହିବି ନାହିଁ ।
6 ଦେଶର ବିଶ୍ଵସ୍ତ ଲୋକେ ଯେପରି ମୋʼ ସଙ୍ଗେ ବାସ କରିବେ, ଏଥିପାଇଁ ସେମାନଙ୍କ ଉପରେ ମୋହର ଦୃଷ୍ଟି ରହିବ । ଯେଉଁ ଜନ ସିଦ୍ଧ ପଥରେ ଚାଲେ, ସେ ମୋହର ସେବା କରିବ ।
7 ଯେ ପ୍ରତାରଣା କରେ, ସେ ମୋʼ ଗୃହ ମଧ୍ୟରେ ବାସ କରିବ ନାହିଁ । ଯେ ମିଥ୍ୟା କହେ, ସେ ମୋʼ ଦୃଷ୍ଟିଗୋଚରରେ ସ୍ଥାୟୀ ହେବ ନାହିଁ ।
8 ମୁଁ ଅଧର୍ମାଚାରୀସମସ୍ତଙ୍କୁ ସଦାପ୍ରଭୁଙ୍କ ନଗରରୁ ଉଚ୍ଛିନ୍ନ କରିବା ନିମନ୍ତେ ପ୍ରତି ପ୍ରଭାତରେ ଦେଶର ସକଳ ଦୁଷ୍ଟ ଲୋକଙ୍କୁ ସଂହାର କରିବି ।
×

Alert

×