1
|
ହେ ପରମେଶ୍ବରଙ୍କର ସନ୍ତାନଗଣ, ତାଙ୍କର ପ୍ରଶଂସା କର। ତାଙ୍କର ମହିମା ଓ ଶକ୍ତିର ପ୍ରଶଂସା କର। |
2
|
ସଦାପ୍ରଭୁଙ୍କର ପ୍ରଶଂସା ଓ ତାଙ୍କର ନାମକୁ ଗୌରବ କର। ତାଙ୍କୁ ବିଶଷେ ପୋଷାକରେ ପ୍ରଣାମ କର। |
3
|
ସଦାପ୍ରଭୁ ତାଙ୍କର ସ୍ବର ସାଗରରେ ଉଠାଇଛନ୍ତି। ଗୌରବମଯ ପରମେଶ୍ବରଙ୍କର ସ୍ବର ସାଗରରେ ମେଘ ଗର୍ଜନ ସୃଷ୍ଟି କରନ୍ତି। |
4
|
ସଦାପ୍ରଭୁଙ୍କର ସ୍ବରରୁ ତାଙ୍କର ଶକ୍ତିର ପରିଚଯ ମିଳେ। ତାଙ୍କର ସ୍ବର ତାଙ୍କର ଗୌରବର ପ୍ରମାଣ। |
5
|
ତାଙ୍କର ସ୍ବର ବୃହତ୍କାଯ ଏରସ ବୃକ୍ଷ ସବୁକୁ ଖଣ୍ଡଖଣ୍ଡ କରି ଭାଙ୍ଗି ପକାଏ। ସଦାପ୍ରଭୁ ଲିବାନୋନର ବୃହତ୍ ଏରସ ବୃକ୍ଷକୁ ଭାଙ୍ଗି ପକାନ୍ତି। |
6
|
ସେ ଲିବାନୋନ୍କୁ ଦୋହଲାଇ ଦିଅନ୍ତି, ସତେ ୟମେିତି କଅଁଳା ବାଛୁରୀ ନୃତ୍ଯ କଲାପରି। ଶିରିଯୋନ ପର୍ବତ ଦୋହଲି ୟାଏ ଓ ଛଳେି ଛୁଆଟିଏ କୁଦିଲା ଭଳି ଏହା ଦଖାୟୋଏ। |
7
|
ସଦାପ୍ରଭୁଙ୍କର କଣ୍ଠସ୍ବର ବିଜୁଳି ଗତିରେ ବାଯୁମଣ୍ଡଳକୁ ବିଭକ୍ତ କରେ। |
8
|
ସଦାପ୍ରଭୁଙ୍କର ରବଦ୍ବାରା ମରୁଭୂମି ଥରି ଉେଠ। ସଦାପ୍ରଭୁଙ୍କ ରବଦ୍ବାରା କାଦେଶ ମରୁଭୂମି କମ୍ପିିଉେଠ। |
9
|
ସଦାପ୍ରଭୁଙ୍କର ସ୍ବରରେ ହରିଣ ଭୟଭୀତ ହାଇେ ଉେଠ। ସଦାପ୍ରଭୁ ଜଙ୍ଗଲରୁ ପତ୍ରସବୁ ଝଡ଼ଇେ ଦିଅନ୍ତି, କିନ୍ତୁ ତାଙ୍କର ମନ୍ଦିରରେ ଲୋକମାନେ ତାଙ୍କର ମହିମା ପ୍ରଶଂସା କରନ୍ତି। |
10
|
ସଦାପ୍ରଭୁ ହେଉଛନ୍ତି ବନ୍ଯା ସମଯରେ ରାଜା ତୁଲ୍ଯ ଓ ସଦାପ୍ରଭୁ ଅନନ୍ତକାଳ ରାଜା ହାଇେ ରହିବେ। |
11
|
ସଦାପ୍ରଭୁ ତାଙ୍କର ସମସ୍ତ ଲୋକମାନଙ୍କୁ ରକ୍ଷା କରନ୍ତୁ। ସଦାପ୍ରଭୁ ତାଙ୍କର ଲୋକମାନଙ୍କୁ ଶାନ୍ତିରେ ବାସ କରିବାକୁ ଦିଅନ୍ତି। |
Psalms 29:1 Bengali Language Bible Words basic statistical display
COMING SOON ...