Indian Language Bible Word Collections
1 Timothy 3:11
1 Timothy Chapters
1 Timothy 3 Verses
Books
Old Testament
New Testament
Bible Versions
English
Tamil
Hebrew
Greek
Malayalam
Hindi
Telugu
Kannada
Gujarati
Punjabi
Urdu
Bengali
Oriya
Marathi
Assamese
Books
Old Testament
New Testament
1 Timothy Chapters
1 Timothy 3 Verses
1
|
ଏହି କଥା ସତ୍ୟ, କେହି ଯଦି ଅଧ୍ୟକ୍ଷ ପଦ ପାଇବାକୁ ଆକାଂକ୍ଷା କରନ୍ତି, ତେବେ ସେ ଉତ୍ତମ କାର୍ଯ୍ୟ ବାଞ୍ଛା କରନ୍ତି । |
2
|
ଅତଏବ, ଅଧ୍ୟକ୍ଷଙ୍କର ଅନିନ୍ଦନୀୟ ହେବା ଆବଶ୍ୟକ, ସେ ଅବଶ୍ୟ ଏକ ସ୍ତ୍ରୀର ସ୍ଵାମୀ, ମିତଭୋଗୀ, ସୁବୁଦ୍ଧି, ସଦାଚାରୀ, ଆତିଥ୍ୟପ୍ରିୟ ଓ ଶିକ୍ଷାଦାନରେ ନିପୁଣ ହେବେ, |
3
|
ମଦ୍ୟପାୟୀ କି ବିବାଦପ୍ରିୟ ନ ହୋଇ ବରଂ ମୃଦୁଶୀଳ, ନିର୍ବିରୋଧ ଓ ନିର୍ଲୋଭ ହେବେ, |
4
|
ନିଜ ପରିବାରକୁ ଉତ୍ତମ ରୂପେ ଶାସନ କରିବେ, ଗାମ୍ଭୀର୍ଯ୍ୟ ସହକାରେ ଆପଣା ସନ୍ତାନମାନଙ୍କୁ ବଶୀଭୂତ କରି ରଖିବେ । |
5
|
(କେହି ଯେବେ ଆପଣା ପରିବାରକୁ ଶାସନ କରିବାକୁ ଜାଣେ ନାହିଁ, ତେବେ ସେ କିପରି ଈଶ୍ଵରଙ୍କ ମଣ୍ତଳୀର ତତ୍ତ୍ଵ ନେବ?) |
6
|
ସେ ନୂତନ ଶିଷ୍ୟ ହୋଇ ନ ଥିବେ, କାଳେ ଅସାରଗର୍ବୀ ହୋଇ ଶୟତାନ ସଦୃଶ ଦଣ୍ତଗ୍ରସ୍ତ ହେବେ । |
7
|
ତାହାଙ୍କର ମଧ୍ୟ ବାହାର ଲୋକଙ୍କଠାରୁ ସୁଖ୍ୟାତି ପ୍ରାପ୍ତ ହେବା ଆବଶ୍ୟକ, କାଳେ ସେ ନିନ୍ଦା ପାଇ ଶୟତାନର ଫାନ୍ଦରେ ପଡ଼ିବେ । |
8
|
ସେହି ପ୍ରକାରେ ସେବକମାନଙ୍କର, ଶୁଦ୍ଧ ବିବେକରେ ବିଶ୍ଵାସର ନିଗୂଢ଼ ତତ୍ତ୍ଵ ଅବଲମ୍ଵନ କରି ଗମ୍ଭୀର, ଛଳନାବାକ୍ୟରହିତ, |
9
|
ମଦ୍ୟପାନରେ ଅନାସକ୍ତ ଓ କୁତ୍ସିତ ଧନଲାଭରେ ନିର୍ଲୋଭ ହେବା ଆବଶ୍ୟକ; |
10
|
ସେମାନେ ମଧ୍ୟ ପ୍ରଥମେ ପରୀକ୍ଷିତ ହେଉନ୍ତୁ, ପୁଣି ନିର୍ଦ୍ଦୋଷ ଦେଖାଗଲେ, ସେବକ ପଦରେ ନିଯୁକ୍ତ ହେଉନ୍ତୁ । |
11
|
ସେହି ପ୍ରକାରେ ସ୍ତ୍ରୀମାନଙ୍କର ମଧ୍ୟ ପରନିନ୍ଦା-କାରିଣୀ ନ ହୋଇ ଗମ୍ଭୀରା, ମିତାଚାରିଣୀ ଓ ସମସ୍ତ ବିଷୟରେ ବିଶ୍ଵସ୍ତା ହେବା ଆବଶ୍ୟକ । |
12
|
ସେବକମାନେ ଏକ ଏକ ସ୍ତ୍ରୀର ସ୍ଵାମୀ ହେଉନ୍ତୁ, ପୁଣି ଆପଣା ଆପଣା ସନ୍ତାନମାନଙ୍କୁ ଓ ପରିବାରକୁ ଉତ୍ତମ ରୂପେ ଶାସନ କରନ୍ତୁ । |
13
|
କାରଣ ଯେଉଁମାନେ ଉତ୍ତମ ରୂପେ ସେବକ-କର୍ମ କରିଅଛନ୍ତି, ସେମାନେ ଆପଣା ଆପଣା ନିମନ୍ତେ ସୁଖ୍ୟାତି ଓ ଖ୍ରୀଷ୍ଟ ଯୀଶୁଙ୍କଠାରେ ବିଶ୍ଵାସମୂଳକ ବିପୁଳ ସାହସ ଲାଭ କରିବେ । |
14
|
ମୁଁ ଶୀଘ୍ର ତୁମ୍ଭ ନିକଟକୁ ଯିବି ବୋଲି ଆଶା କରୁଅଛି; |
15
|
ମାତ୍ର ଯେବେ ମୋହର ବିଳମ୍ଵ ହୁଏ, ତେବେ ଈଶ୍ଵରଙ୍କ ଗୃହରେ, ଅର୍ଥାତ୍, ସତ୍ୟର ସ୍ତମ୍ଭ ଓ ଭିତ୍ତିମୂଳ ସ୍ଵରୂପ ଜୀବିତ ଈଶ୍ଵରଙ୍କ ମଣ୍ତଳୀରେ, କିପରି ଆଚରଣ କରିବାକୁ ହୁଏ, ତାହା ଯେପରି ତୁମ୍ଭେ ଜ୍ଞାତ ହୁଅ, ଏହେତୁ ଏହି ସମସ୍ତ ତୁମ୍ଭ ନିକଟକୁ ଲେଖୁଅଛି । |
16
|
ଈଶ୍ଵରପରାୟଣତାର ନିଗୂଢ଼ ତତ୍ତ୍ଵ ଯେ ମହତ୍, ଏହା ସମସ୍ତେ ସ୍ଵୀକାର କରନ୍ତି । ତାହା ଏହି, ସେ ଦେହବ; ହୋଇ ପ୍ରକାଶିତ ହେଲେ, ଆତ୍ମାରେ ଧାର୍ମିକ ବୋଲି ପ୍ରମାଣିତ ହେଲେ, ଦୂତମାନଙ୍କ ଦ୍ଵାରା ଦେଖାଗଲେ,, ଜାତିମାନଙ୍କ ମଧ୍ୟରେ ପ୍ରଚାରିତ ହେଲେ, ଜଗତରେ ବିଶ୍ଵାସପାତ୍ର ହେଲେଜ, ଗୌରବରେ ଗୃହୀତ ହେଲେ ।। |