Indian Language Bible Word Collections
Isaiah 13:5
Isaiah Chapters
Isaiah 13 Verses
Books
Old Testament
New Testament
Bible Versions
English
Tamil
Hebrew
Greek
Malayalam
Hindi
Telugu
Kannada
Gujarati
Punjabi
Urdu
Bengali
Oriya
Marathi
Assamese
Books
Old Testament
New Testament
Isaiah Chapters
Isaiah 13 Verses
1
|
ବାବିଲ ବିଷୟକ ଭାରୋକ୍ତି, ଆମୋସର ପୁତ୍ର ଯିଶାଇୟ ଏହି ଦର୍ଶନ ପାଇଲେ । |
2
|
ତୁମ୍ଭେମାନେ ବୃକ୍ଷଶୂନ୍ୟ ପର୍ବତ ଉପରେ ଧ୍ଵଜା ଟେକ, ଲୋକମାନଙ୍କ ପ୍ରତି ରବ ଉଠାଅ, ହସ୍ତ ହଲାଅ,, ସେମାନେ ଅଧିପତିମାନଙ୍କର ନଗର-ଦ୍ଵାରରେ ପ୍ରବେଶ କରନ୍ତୁ । |
3
|
ଆମ୍ଭେ ଆପଣା ପ୍ରତିଷ୍ଠିତ ଲୋକମାନଙ୍କୁ ଆଦେଶ କରିଅଛୁ, ହଁ, ଆମ୍ଭେ ଆପଣା କ୍ରୋଧ ସଫଳାର୍ଥେ ଆମ୍ଭର ବୀରମାନଙ୍କୁ, ଅର୍ଥାତ୍, ଆମ୍ଭର ଦର୍ପିତ ଉଲ୍ଲାସକାରୀ-ଗଣଙ୍କୁ ଆହ୍ଵାନ କରିଅଛୁ । |
4
|
ପର୍ବତମାନରେ ମହାଜନତାର ନ୍ୟାୟ ଲୋକାରଣ୍ୟର ରବ ହେଉଅଛିଣ! ଏକତ୍ରୀକୃତ ଗୋଷ୍ଠୀୟମାନଙ୍କ ରାଜ୍ୟସମୂହର କଳରବ ହେଉଅଛି! ସୈନ୍ୟାଧିପତି ସଦାପ୍ରଭୁ ଯୁଦ୍ଧାର୍ଥେ ସେନା ସଂଗ୍ରହ କରୁଅଛନ୍ତି । |
5
|
ସେମାନେ, ଅର୍ଥାତ୍, ସଦାପ୍ରଭୁ ଓ ତାହାଙ୍କ କ୍ରୋଧରୂପ ଅସ୍ତ୍ରସବୁ ସମୁଦାୟ ଦେଶ ଉଚ୍ଛିନ୍ନ କରିବା ନିମନ୍ତେ ଦୂର ଦେଶରୁ, ଆକାଶମଣ୍ତଳର ପ୍ରା; ଭାଗରୁ ଆସୁଅଛନ୍ତି । |
6
|
ତୁମ୍ଭେମାନେ ହାହାକାର କର; କାରଣ ସଦାପ୍ରଭୁଙ୍କର ଦିନ ନିକଟବର୍ତ୍ତୀନ୍ତ ସର୍ବଶକ୍ତିମାନଙ୍କ ନିକଟରୁ ପ୍ରଳୟର ନ୍ୟାୟ ତାହା ଆସିବ । |
7
|
ଏହେତୁ ସକଳ ହସ୍ତ ଦୁର୍ବଳ ହେବ ଓ ପ୍ରତ୍ୟେକ ମାନବ ହୃଦୟ ତରଳି ଯିବ; |
8
|
ପୁଣି, ସେମାନେ ବିହ୍ଵଳ ହେବେ; ଯନ୍ତ୍ରଣା ଓ ବେଦନା ସେମାନଙ୍କୁ ଆକ୍ରା; କରିବ; ସେମାନେ ପ୍ରସବକାରିଣୀ ସ୍ତ୍ରୀ ତୁଲ୍ୟ ବେଦନାଗ୍ରସ୍ତ ହେବେ; ସେମାନେ ଏକଆରେକର ବିଷୟରେ ଚମତ୍କୃତ ହେବେ; ସେମାନଙ୍କର ମୁଖ ଅଗ୍ନିଶିଖା ତୁଲ୍ୟ ହେବ । |
9
|
ଦେଖ, ଦେଶ ଧ୍ଵଂସ କରିବାକୁ ଓ ତହିଁ ମଧ୍ୟରୁ ପାପୀମାନଙ୍କୁ ବିନାଶ କରିବାକୁ ସଦାପ୍ରଭୁଙ୍କର ଦିନ ଦାରୁଣ; କ୍ରୋଧ ଓ ପ୍ରଚଣ୍ତ କ୍ରୋଧ ସଂଯୁକ୍ତ ହୋଇ ଆସୁଅଛି । |
10
|
କାରଣ ଆକାଶମଣ୍ତଳର ତାରାଗଣ ଓ ତହିଁର ନକ୍ଷତ୍ରଗଣ ଦୀପ୍ତି ଦେବେ ନାହିଁ; ସୂର୍ଯ୍ୟ ଆପଣା ଉଦୟ ସମୟରେ ଅନ୍ଧାରଗ୍ରସ୍ତ ହେବ ଓ ଚନ୍ଦ୍ର ଆପଣା ଜ୍ୟୋତ୍ସ୍ନା ପ୍ରକାଶ କରିବ ନାହିଁ । |
11
|
ପୁଣି, ଆମ୍ଭେ ଜଗତକୁ ଦୁଷ୍ଟତା ସକାଶେ ଓ ଦୁଷ୍ଟମାନଙ୍କୁ ସେମାନଙ୍କ ଅଧର୍ମ ସକାଶେ ଶାସ୍ତି ଦେବା ଓ ଆମ୍ଭେ ଅହଙ୍କାରୀମାନଙ୍କର ଦର୍ପ ନିବୃତ୍ତ କରାଇବା ଓ ଭୟଙ୍କର ଲୋକର ଗର୍ବ ଖର୍ବ କରିବା । |
12
|
ଆମ୍ଭେ ଉତ୍ତମ ସୁବର୍ଣ୍ଣ ଅପେକ୍ଷା ମର୍ତ୍ତ୍ୟକୁ ଓ ଓଫୀରର ଶୁଦ୍ଧ ସୁବର୍ଣ୍ଣ ଅପେକ୍ଷା ମନୁଷ୍ୟକୁ ଦୁର୍ଲଭ କରିବା । |
13
|
ଏହେତୁ ଆମ୍ଭେ ଆକାଶମଣ୍ତଳକୁ କମ୍ପାନ୍ଵିତ କରିବା, ଆଉ ସୈନ୍ୟାଧିପତି ସଦାପ୍ରଭୁଙ୍କ କୋପରେ ଓ ତାହାଙ୍କ ପ୍ରଚଣ୍ତ କ୍ରୋଧର ଦିନରେ ପୃଥିବୀ ଟଳି ସ୍ଵସ୍ଥାନଚ୍ୟୁତ ହେବ । |
14
|
ତହିଁରେ ଏପରି ଘଟିବ ଯେ, ତାଡ଼ିତ ହରିଣର ନ୍ୟାୟ ଓ ଅରକ୍ଷକ ମେଷ ତୁଲ୍ୟ ଲୋକମାନେ ପ୍ରତ୍ୟେକେ ଆପଣା ଆପଣା ଗୋଷ୍ଠୀ ପ୍ରତି ଫେରିବେ ଓ ପ୍ରତ୍ୟେକେ ଆପଣା ଆପଣା ଦେଶ ଆଡ଼କୁ ପଳାୟନ କରିବେ । |
15
|
ଯେ ପ୍ରତ୍ୟେକ ଲୋକର ଉଦ୍ଦେଶ୍ୟ ମିଳିବ, ସେ ଅସ୍ତ୍ରବିଦ୍ଧ ହେବ ଓ ଯେ ପ୍ରତ୍ୟେକ ଲୋକ ଧରା ଯିବ, ସେ ଖଡ଼୍ଗରେ ପତିତ ହେବ । |
16
|
ସେମାନଙ୍କର ଶିଶୁଗଣ ମଧ୍ୟ ସେମାନଙ୍କ ଦୃଷ୍ଟିଗୋଚରରେ କଚଡ଼ା ଯିବେ; ସେମାନଙ୍କର ଗୃହ ଲୁଟିତ ହେବ ଓ ସେମାନଙ୍କର ଭାର୍ଯ୍ୟାମାନେ ବଳାତ୍କାରରେ ଭ୍ରଷ୍ଟ କରାଯିବେ । |
17
|
ଦେଖ, ଆମ୍ଭେ ସେମାନଙ୍କ ପ୍ରତିକୂଳରେ ମାଦୀୟମାନଙ୍କୁ ଉତ୍ତେଜିତ କରିବା, ସେମାନେ ରୂପାକୁ ଅନାଇବେ ନାହିଁ ଓ ସୁନାରେ ସେମାନେ ତୁଷ୍ଟ ହେବେ ନାହିଁ । |
18
|
ସେମାନଙ୍କର ଧନୁ ଯୁବକମାନଙ୍କୁ କଚାଡ଼ି ପକାଇବ ଓ ସେମାନେ ଗର୍ଭର ଫଳ ପ୍ରତି କିଛି ଦୟା କରିବେ ନାହିଁ, ବାଳକଗଣ ପ୍ରତି ସେମାନଙ୍କର କୃପାଦୃଷ୍ଟି ହେବ ନାହିଁ । |
19
|
ପୁଣି, ରାଜ୍ୟସମୂହର ଗୌରବ ସ୍ଵରୂପ ଓ କଲଦୀୟମାନଙ୍କ ଦର୍ପର ଲାବଣ୍ୟ ସ୍ଵରୂପ ଯେ ବାବିଲ, ତାହା ପରମେଶ୍ଵରଙ୍କ ଦ୍ଵାରା ଉତ୍ପାଟିତ ସଦୋମ ଓ ହମୋରାର ତୁଲ୍ୟ ହେବ। |
20
|
ତାହା କଦାଚ ବସତିସ୍ଥାନ ନୋହିବ, ପୁରୁଷ ପୁରୁଷାନୁକ୍ରମେ କେହି ତହିଁରେ ବାସ କରିବେ ନାହିଁ; ଆରବୀୟ ଲୋକେ ସେଠାରେ ତମ୍ଵୁ ପକାଇବେ ନାହିଁ, କିଅବା ମେଷପାଳକମାନେ ଆପଣା ଆପଣା ପଲ ସେଠାରେ ଶୁଆଇବେ ନାହିଁ । |
21
|
ମାତ୍ର ବନ୍ୟ ପଶୁମାନେ ସେସ୍ଥାନରେ ଶୟନ କରିବେ ଓ ସେମାନଙ୍କର ଗୃହ ଚିତ୍କାରକାରୀ ଜନ୍ତୁରେ ପରିପୂର୍ଣ୍ଣ ହେବ; ଉଷ୍ଟ୍ରପକ୍ଷୀ ସେଠାରେ ବାସ କରିବେ ଓ ଛାଗମାନେ ସେଠାରେ ନୃତ୍ୟ କରିବେ । |
22
|
ପୁଣି, କେନ୍ଦୁଆମାନେ ସେମାନଙ୍କ ଅଟ୍ଟାଳିକାରେ ଓ ଶୃଗାଳମାନେ ସେମାନଙ୍କ ମନୋରମ ପ୍ରାସାଦରେ ବୋବାଇବେ; ତାହାର କାଳ ନିକଟବର୍ତ୍ତୀ ଓ ତାହାର ଦିନସବୁ ଦୀର୍ଘ ହେବ ନାହିଁ । |