Indian Language Bible Word Collections
Hebrews 8:6
Hebrews Chapters
Hebrews 8 Verses
Books
Old Testament
New Testament
Bible Versions
English
Tamil
Hebrew
Greek
Malayalam
Hindi
Telugu
Kannada
Gujarati
Punjabi
Urdu
Bengali
Oriya
Marathi
Assamese
Books
Old Testament
New Testament
Hebrews Chapters
Hebrews 8 Verses
1
|
ଆମ୍ଭେମାନେ ଯାହା କହୁଅଛୁ, ସେଥିର ପ୍ରଧାନ ବିଷୟ ଏହି, ଆମ୍ଭମାନଙ୍କର ଏପରି ଜଣେ ମହାଯାଜକ ଅଛନ୍ତି, ଯେ ସ୍ଵର୍ଗରେ ମହାମହିମଙ୍କ ସିଂହାସନର ଦକ୍ଷିଣ ପାର୍ଶ୍ଵରେ ଉପବିଷ୍ଟ ହୋଇଅଛନ୍ତି; |
2
|
ସେ ମହାପବିତ୍ର ସ୍ଥାନର ପୁଣି ଯେଉଁ ଯଥାର୍ଥ ତମ୍ଭୁ ମନୁଷ୍ୟ ଦ୍ଵାରା ସ୍ଥାପିତ ନ ହୋଇ ପ୍ରଭୁଙ୍କ ଦ୍ଵାରା ସ୍ଥାପିତ ହୋଇଅଛି, ସେଥିର ସେବକ ଅଟନ୍ତି । |
3
|
କାରଣ ପ୍ରତ୍ୟେକ ମହାଯାଜକ ଦାନ ଓ ବଳି ଉଭୟ ଉତ୍ସର୍ଗ କରିବାକୁ ନିଯୁକ୍ତ ହୁଅନ୍ତି, ଅତଏବ ଏହି ମହାଯାଜକଙ୍କର ମଧ୍ୟ ଉତ୍ସର୍ଗ କରିବା ନିମନ୍ତେ କିଛି ଥିବା ଆବଶ୍ୟକ । |
4
|
ସେ ଯେବେ ପୃଥିବୀରେ ଥାଆନ୍ତେ, ତାହାହେଲେ ଯାଜକ ସୁଦ୍ଧା ହୋଇ ପାରି ନ ଥାଆନ୍ତେ, କାରଣ ଯେଉଁମାନେ ବ୍ୟବସ୍ଥା ଅନୁସାରେ ଦାନ ଉତ୍ସର୍ଗ କରନ୍ତି, ଏପରି ଯାଜକମାନେ ଅଛନ୍ତି; |
5
|
ସେମାନେ ଯାହାର ସେବା କରନ୍ତି, ତାହା ସ୍ଵର୍ଗୀୟ ବିଷୟଗୁଡ଼ିକର ଦୃଷ୍ଟାନ୍ତ ଓ ଛାୟାମାତ୍ର, ତମ୍ଵୁ ନିର୍ମାଣ କରିବାକୁ ଉଦ୍ୟତ ହେବା ସମୟରେ ମୋଶା ଯେପରି ଆଦେଶ ପ୍ରାପ୍ତ ହୋଇଥିଲେ; କାରଣ ଈଶ୍ଵର କହିଥିଲେ, ସାବଧାନ, ପର୍ବତରେ ତୁମ୍ଭକୁ ଯେଉଁ ଆଦର୍ଶ ଦେଖାଇ ଦିଆଯାଇଥିଲା, ତଦନୁସାରେ ସମସ୍ତ ନିର୍ମାଣ କରଁ । |
6
|
କିନ୍ତୁ ଏବେ ଯେଉଁ ପରିମାଣରେ ଉତ୍କୃଷ୍ଟତର ପ୍ରତିଜ୍ଞାଗୁଡ଼ିକ ଉପରେ ସ୍ଥାପିତ ଶ୍ରେଷ୍ଠତର ନିୟମର ମଧ୍ୟସ୍ଥ ହୋଇଅଛନ୍ତି, ସେହି ପରିମାଣରେ ମଧ୍ୟ ଉତ୍କୃଷ୍ଟତର ସେବକପଦ ପ୍ରାପ୍ତ ହୋଇଅଛନ୍ତି । |
7
|
କାରଣ ପ୍ରଥମ ନିୟମ ଯଦି ଦୋଷରହିତ ହୋଇଥାଆନ୍ତା, ତେବେ ଦ୍ଵିତୀୟ ନିୟମର କଥା ଉଠି ନ ଥାଆନ୍ତା । |
8
|
ଯେଣୁ ସେ ସେଥିର ଦୋଷ ପ୍ରକାଶ କରି ସେମାନଙ୍କୁ କହନ୍ତି, ପ୍ରଭୁ କହନ୍ତି, ଦେଖ, ସମୟ ଆସୁଅଛି, ଯେତେବେଳେ ଆମ୍ଭେ ଇସ୍ରାଏଲ ବଂଶ ଓ ଯିହୁଦା ବଂଶ ସହିତ ଗୋଟିଏ ନୂତନ ନିୟମ ସ୍ଥାପନ କରିବା; |
9
|
ଯେଉଁ କାଳରେ ଆମ୍ଭେ ସେମାନଙ୍କର ପିତୃ-ପୁରୁଷମାନଙ୍କୁ ହସ୍ତ ଧରି ମିସର ଦେଶରୁ ବାହାର କରି ଆଣିଥିଲୁ, ସେହି ସମୟରେ ସେମାନଙ୍କ ସହିତ ଆମ୍ଭେ ଯେଉଁ ନିୟମ କରିଥିଲୁ, ଏହା ତଦନୁଯାୟୀ ନୁହେଁ; ଯେଣୁ ସେମାନେ ଆମ୍ଭ ନିୟମରେ ସ୍ଥିର ରହିଲେ ନାହିଁ, ଆଉ ଆମ୍ଭେ ସେମାନଙ୍କ ପ୍ରତି ମନୋଯୋଗ କଲୁ ନାହିଁ, ଏହା ପ୍ରଭୁ କହନ୍ତି । |
10
|
କାରଣ ପ୍ରଭୁଙ୍କ କଥା ଏହି, ସେହି ସମୟ ଉତ୍ତାରେ ଆମ୍ଭେ ଇସ୍ରାଏଲ ବଂଶ ସହିତ ଯେଉଁ ନିୟମ ସ୍ଥାପନ କରିବା, ତାହା ଏହି, ଆମ୍ଭେ ସେମାନଙ୍କ ମନରେ ଆପଣା ବ୍ୟବସ୍ଥା ଦେବା, ସେମାନଙ୍କ ହୃଦୟରେ ସେହିସବୁ ଲେଖିବା, |
11
|
ଆମ୍ଭେ ସେମାନଙ୍କ ଈଶ୍ଵର ହେବା, ସେମାନେ ଆମ୍ଭର ଲୋକ ହେବେ; ପୁଣି, ପ୍ରଭୁଙ୍କୁ ଜାଣ ବୋଲି କହି ସେମାନେ ପ୍ରତ୍ୟେକେ ଆପଣା ଆପଣା ସହନଗର-ବାସୀଙ୍କୁ, ଆଉ ପ୍ରତ୍ୟେକେ ଆପଣା ଆପଣା ଭାଇଙ୍କୁ ଶିକ୍ଷା ଦେବେ ନାହିଁ, ଯେଣୁ ସାନଠାରୁ ବଡ଼ ପର୍ଯ୍ୟନ୍ତ ସେମାନେ ସମସ୍ତେ ଆମ୍ଭକୁ ଜାଣିବେ । |
12
|
କାରଣ ଆମ୍ଭେ ସେମାନଙ୍କର ଅଧର୍ମ ପ୍ରତି ସଦୟ ହେବା, ପୁଣି, ସେମାନଙ୍କର ପାପସବୁ ଆଉ ସ୍ମରଣରେ ଆଣିବା ନାହିଁ । |
13
|
ସେ ନୂତନ ନିୟମ ବୋଲି କହିବା ଦ୍ଵାରା ପ୍ରଥମକୁ ପୁରାତନ କରିଅଛନ୍ତି; ଆଉ ଯାହା ପୁରାତନ ଓ ଜୀର୍ଣ୍ଣ ହୋଇଯାଉଅଛି, ତାହାର ଅନ୍ତର୍ହିତ ହେବାର ସମୟ ସନ୍ନିକଟ । |