English Bible Languages

Indian Language Bible Word Collections

Bible Versions

English

Tamil

Hebrew

Greek

Malayalam

Hindi

Telugu

Kannada

Gujarati

Punjabi

Urdu

Bengali

Oriya

Marathi

Assamese

Books

Esther Chapters

Esther 9 Verses

1 ଏଥି ମଧ୍ୟରେ ଅଦର ନାମକ ଦ୍ଵାଦଶ ମାସର ତ୍ରୟୋଦଶ ଦିନରେ ରାଜାଜ୍ଞା ଓ ନିୟମର ସିଦ୍ଧି ସମୟ ନିକଟ ହେଲା; ଅର୍ଥାତ୍, ଯେଉଁ ଦିନ ଯିହୁଦୀୟମାନଙ୍କ ଶତ୍ରୁଗଣ ସେମାନଙ୍କ ଉପରେ କର୍ତ୍ତୃତ୍ଵ କରିବାକୁ ଅପେକ୍ଷା କରିଥିଲେ, ସେହି ଦିନ ଏପରି ବିପରୀତ ଘଟନା ହେଲା ଯେ, ଯିହୁଦୀୟମାନେ ଆପଣା ଘୃଣାକାରୀମାନଙ୍କ ଉପରେ କର୍ତ୍ତୃତ୍ଵ କଲେ⇧ ।
2 ସେତେବେଳେ ଯିହୁଦୀୟମାନେ ଆପଣାମାନଙ୍କ ହିଂସାଚେଷ୍ଟାକାରୀଗଣ ଉପରେ ହସ୍ତକ୍ଷେପ କରିବାକୁ ଅକ୍ଷଶ୍ଵେରଶ ରାଜାର ଯାବତୀୟ ପ୍ରଦେଶରେ ଆପଣା ଆପଣା ନଗରରେ ଏକତ୍ରିତ ହେଲେ, ପୁଣି ସେମାନଙ୍କ ସମ୍ମୁଖରେ କେହି ଠିଆ ହୋଇ ପାରିଲେ ନାହିଁ, କାରଣ ସମୁଦାୟ ଲୋକ ସେମାନଙ୍କ ସକାଶୁ ଭୀତ ହୋଇଥିଲେ⇧ ।
3 ଆଉ, ପ୍ରଦେଶାଧିପତି ଓ କ୍ଷିତିପାଳ ଓ ଶାସନକର୍ତ୍ତା ଓ ରାଜ-କର୍ମକାରୀମାନେ ଯିହୁଦୀୟମାନଙ୍କର ସାହାଯ୍ୟ କଲେ, କାରଣ ମର୍ଦ୍ଦଖୟ ସକାଶେ ସେମାନେ ତ୍ରାସଯୁକ୍ତ ହୋଇଥିଲେ ।
4 ଯେହେତୁ ମର୍ଦ୍ଦଖୟ ରାଜଗୃହ ମଧ୍ୟରେ ମହାନ ଥିଲା ଓ ତାହାର ଯଶ ସର୍ବପ୍ରଦେଶରେ ବ୍ୟାପ୍ତ ହେଲା; କାରଣ ସେହି ମର୍ଦ୍ଦଖୟ ଉତ୍ତରୋତ୍ତର ମହାନ ହେଲା ।
5 ପୁଣି, ଯିହୁଦୀୟମାନେ ଆପଣାମାନଙ୍କ ସମସ୍ତ ଶତ୍ରୁଙ୍କୁ ଖଡ଼୍‍ଗାଘାତ ଓ ସଂହାର ଓ ବିନାଶ କଲେ; ସେମାନେ ଆପଣାମାନଙ୍କ ଘୃଣାକାରୀଗଣ ପ୍ରତି ଯାହା ଇଚ୍ଛା, ତାହା କଲେ ।
6 ଏହିରୂପେ ଯିହୁଦୀୟମାନେ ଶୂଶନ୍ ରାଜଧାନୀରେ ପାଞ୍ଚ ଶତ ଲୋକଙ୍କୁ ବଧ ଓ ବିନାଶ କଲେ ।
7 ପୁଣି, ପର୍ଶନ୍ଦାଥ ଓ ଦଲ୍ଫୋନ ଓ ଅସ୍ପାଥ
8 ଓ ପୋରାଥ ଓ ଅଦଲୀୟ ଓ ଅରିଦାଥ
9 ଓ ପର୍ମସ୍ତ ଓ ଅରୀଷୟ ଓ ଅରୀଦୟ ଓ ବୟିଷାଥ,
10 ଯିହୁଦୀୟମାନଙ୍କର ଶତ୍ରୁ ହମ୍ମଦାଥାର ପୁତ୍ର ହାମନ୍ର ଏହି ଦଶ ପୁତ୍ରଙ୍କୁ ସେମାନେ ବଧ କଲେ, ମାତ୍ର ଲୁଟ କରିବାକୁ ସେମାନେ ହସ୍ତକ୍ଷେପ କଲେ ନାହିଁ ।
11 ଯେଉଁମାନେ ଶୂଶନ୍ ରାଜଧାନୀରେ ହତ ହେଲେ, ସେମାନଙ୍କର ସଂଖ୍ୟା ସେହି ଦିନରେ ରାଜା ଛାମୁକୁ ଆସନ୍ତେ,
12 ରାଜା ଏଷ୍ଟର ରାଣୀକି କହିଲା, ଯିହୁଦୀୟମାନେ ଶୂଶନ୍ ରାଜଧାନୀରେ ପାଞ୍ଚ ଶତ ଲୋକ ଓ ହାମନର ଦଶ ପୁତ୍ରଙ୍କୁ ବଧ ଓ ବିନାଶ କରିଅଛନ୍ତି; ତେବେ ସେମାନେ ରାଜାର ଅବଶିଷ୍ଟ ପ୍ରଦେଶସକଳରେ କଅଣ କରି ନ ଥିବେଣ! ଏବେ ତୁମ୍ଭର ନିବେଦନ କଅଣ? ତାହା ତୁମ୍ଭକୁ ଦତ୍ତ ହେବ ଓ ତୁମ୍ଭର ଆଉ ପ୍ରାର୍ଥନା କଅଣ? ତାହା ସିଦ୍ଧ ହେବ ।
13 ତହୁଁ ଏଷ୍ଟର କହିଲା, ଯେବେ ମହାରାଜ ସନ୍ତୁଷ୍ଟ ହୁଅନ୍ତି, ତେବେ ଆଜିର ଆଜ୍ଞା ପ୍ରମାଣେ କାଲି ହିଁ କରିବାର ଅନୁମତି ଶୂଶନସ୍ଥ ଯିହୁଦୀୟମାନଙ୍କ ପ୍ରତି ଦତ୍ତ ହେଉ, ଆଉ ହାମନ୍ର ଦଶ ପୁତ୍ର ଫାଶୀକାଠରେ ଟଙ୍ଗା ଯାଉନ୍ତୁ ।
14 ଏଥିରେ ସେପରି କରାଯିବାକୁ ରାଜା ଆଜ୍ଞା ଦେଲା; ପୁଣି, ସେହି ଆଜ୍ଞା ଶୂଶନ୍ରେ ପ୍ରଚାରିତ ହେଲା; ତହିଁରେ ଲୋକମାନେ ହାମନ୍ର ଦଶ ପୁତ୍ରଙ୍କୁ ଫାଶୀକାଠରେ ଟଙ୍ଗାଇଲେ ।
15 ଆଉ, ଶୂଶନ୍ସ୍ଥ ଯିହୁଦୀୟମାନେ ଅଦର ମାସର ଚତୁର୍ଦ୍ଦଶ ଦିନରେ ମଧ୍ୟ ଏକତ୍ରିତ ହୋଇ ଶୂଶନ୍ରେ ତିନି ଶତ ଲୋକଙ୍କୁ ବଧ କଲେ, ମାତ୍ର ଲୁଟ କରିବା ପାଇଁ ହସ୍ତକ୍ଷେପ କଲେ ନାହିଁ ।
16 ଏଥି ମଧ୍ୟରେ ରାଜାର ନାନା ପ୍ରଦେଶ-ନିବାସୀ ଅନ୍ୟ ସକଳ ଯିହୁଦୀୟ ଲୋକମାନେ ଏକତ୍ରିତ ହୋଇ ଆପଣା ଆପଣା ପ୍ରାଣ ନିମନ୍ତେ ଠିଆ ହେଲେ; ପୁଣି, ଆପଣାମାନଙ୍କ ଶତ୍ରୁଗଣଠାରୁ ବିଶ୍ରାମ ପାଇ ଘୃଣାକାରୀମାନଙ୍କର ପଞ୍ଚସ୍ତରି ସହସ୍ର ଲୋକଙ୍କୁ ବଧ କଲେ, ମାତ୍ର ଲୁଟ କରିବା ପାଇଁ ହସ୍ତକ୍ଷେପ କଲେ ନାହିଁ ।
17 ଏହି ସମସ୍ତ ଅଦର ମାସର ତ୍ରୟୋଦଶ ଦିନରେ ହେଲା; ପୁଣି, ସେହି ମାସର ଚତୁର୍ଦ୍ଦଶ ଦିନରେ ସେମାନେ ବିଶ୍ରାମ କରି ତାହା ଭୋଜନପାନ ଓ ଆନନ୍ଦ କରିବାର ଦିନ କଲେ ।
18 ମାତ୍ର ଶୂଶନ୍ସ୍ଥ ଯିହୁଦୀୟମାନେ ସେହି ମାସର ତ୍ରୟୋଦଶ ଓ ଚତୁର୍ଦ୍ଦଶ ଦିନରେ ଏକତ୍ରିତ ହେଲେ ଓ ସେହି ମାସର ପଞ୍ଚଦଶ ଦିନରେ ବିଶ୍ରାମ କରି ତାହା ଭୋଜନପାନର ଓ ଆନନ୍ଦର ଦିନ କଲେ ।
19 ଏନିମନ୍ତେ ଗ୍ରାମସ୍ଥ, ଅର୍ଥାତ୍, ପ୍ରାଚୀରହୀନ ନଗରନିବାସୀ ଯିହୁଦୀୟମାନେ ଅଦର ମାସର ଚତୁର୍ଦ୍ଦଶ ଦିନକୁ ଆନନ୍ଦ ଓ ଭୋଜନପାନ ଓ ମଙ୍ଗଳର, ପୁଣି ପରସ୍ପର ଅଂଶ ପଠାଇବାର ଦିନ କରି ମାନନ୍ତି ।
20 ଅନନ୍ତର ମର୍ଦ୍ଦଖୟ ଏହିସବୁ ବିଷୟ ଲେଖିଲା ଓ ଅକ୍ଷଶ୍ଵେରଶ ରାଜାର ନିକଟସ୍ଥ ଓ ଦୂରସ୍ଥ ସକଳ ପ୍ରଦେଶରେ ଥିବା ସମସ୍ତ ଯିହୁଦୀୟମାନଙ୍କ ନିକଟକୁ ପତ୍ର ପଠାଇଲା ।
21 ଆଉ, ଯେଉଁ ଦୁଇ ଦିନ ଯିହୁଦୀୟମାନେ ଆପଣାମାନଙ୍କ ଶତ୍ରୁଗଣଠାରୁ ବିଶ୍ରାମ ପାଇଲେ, ପୁଣି ଯେଉଁ ମାସରେ ସେମାନଙ୍କର ଦୁଃଖ ସୁଖରେ ଓ ଶୋକ ମଙ୍ଗଳ ଦିନରେ ପରିଣତ ହେଲା,
22 ପ୍ରତି ବର୍ଷ ସେହି ମାସର ସେହି ଦୁଇ ଦିନ, ଅର୍ଥାତ୍, ଅଦର ମାସର ଚତୁର୍ଦ୍ଦଶ ଓ ପଞ୍ଚଦଶ ଦିନକୁ ସେମାନେ ଯେପରି ଭୋଜନପାନ ଓ ଆନନ୍ଦର ଓ ପରସ୍ପର ଅଂଶ ଓ ଦରିଦ୍ରମାନଙ୍କ ନିକଟକୁ ଦାନ ପ୍ରେରଣ କରିବାର ଦିନ କରି ମାନିବେ, ଏହି ଆଜ୍ଞା ଦେଲା ।
23 ତହିଁରେ ଯିହୁଦୀୟମାନେ ଯେପରି ଆରମ୍ଭ କରିଥିଲେ ଓ ମର୍ଦ୍ଦଖୟ ଯେପରି ଲେଖିଥିଲା, ସେମାନେ ତଦ୍ରୂପ ବ୍ୟବହାର କରିବାକୁ ସମ୍ମତ ହେଲେ;
24 କାରଣ ସମୁଦାୟ ଯିହୁଦୀୟ-ଲୋକର ଶତ୍ରୁ ଅଗାଗୀୟ ହମ୍ମଦାଥାର ପୁତ୍ର ହାମନ୍ ସେମାନଙ୍କୁ ବିନାଶ କରିବାର ସଂକଳ୍ପ କରି ସେମାନଙ୍କୁ ଲୁପ୍ତ ଓ ବିନାଶ କରିବା ପାଇଁ ପୂର, ଅର୍ଥାତ୍, ଗୁଲିବାଣ୍ଟ କରିଥିଲା ।
25 ମାତ୍ର ରାଜା ଛାମୁକୁ (ଏ ବିଷୟ) ଆସନ୍ତେ, ସେ ଏହି ଆଜ୍ଞାପତ୍ର ଦେଲା, ହାମନ୍ ଯିହୁଦୀୟମାନଙ୍କ ବିରୁଦ୍ଧରେ ଯେଉଁ ଦୁଷ୍ଟ-ସଂକଳ୍ପ କରିଅଛି, ତାହା ତାହାର ନିଜ ମସ୍ତକରେ ବର୍ତ୍ତୁ, ପୁଣି ସେ ଓ ତାହାର ପୁତ୍ରମାନେ ଫାଶୀକାଠରେ ଟଙ୍ଗା ଯାଉନ୍ତୁ ।
26 ଏନିମନ୍ତେ ପୂର ନାମାନୁସାରେ ସେହି ଦୁଇ ଦିନର ନାମ ପୂରୀମ୍ ହେଲା । ପୁଣି, ସେହି ପତ୍ରର ସକଳ କଥା ସକାଶୁ ଓ ସେ ବିଷୟରେ ଯାହା ସେମାନେ ଦେଖିଥିଲେ ଓ ସେମାନଙ୍କ ପ୍ରତି ଯାହା ଘଟିଥିଲା, ତହିଁ ସକାଶୁ ଯିହୁଦୀୟମାନେ ଆପଣାମାନଙ୍କର ଓ ଆପଣା ଆପଣା ବଂଶର ଓ ଯିହୁଦୀ-ମତାବଲମ୍ଵୀଗଣର କର୍ତ୍ତବ୍ୟ ବୋଲି ଏହା ସ୍ଥିର କଲେ ଯେ,
27 ତତ୍ସମ୍ପର୍କୀୟ ଲିଖିତ ଆଜ୍ଞା ଓ ନିରୂପିତ ସମୟାନୁସାରେ ସେମାନେ ବର୍ଷକୁ ବର୍ଷ ଏହି ଦୁଇ ଦିନ ପାଳନ କରିବେ ଓ କୌଣସି ରୂପେ ତାହା ଲୋପ କରିବେ ନାହିଁ ।
28 ଆଉ, ସମସ୍ତ ପୁରୁଷ-ପରମ୍ପରାରେ, ପ୍ରତ୍ୟେକ ବଂଶରେ ଓ ପ୍ରତ୍ୟେକ ପ୍ରଦେଶରେ ଓ ପ୍ରତ୍ୟେକ ନଗରରେ ସେହି ଦୁଇ ଦିନ ସ୍ମରଣ ଓ ପାଳନ କରାଯିବ; ପୁଣି, ଏହି ପୂରୀମ୍ ଦିନ ଯିହୁଦୀୟମାନଙ୍କ ମଧ୍ୟରୁ ଲୋପ ପାଇବ ନାହିଁ ଓ ସେମାନଙ୍କ ବଂଶ ମଧ୍ୟରୁ ସେହି ଦୁଇ ଦିନର ସ୍ମରଣ ଲୁପ୍ତ ହେବ ନାହିଁ ।
29 ଅବୀହୟିଲର କନ୍ୟା ଏଷ୍ଟର ରାଣୀ ଓ ଯିହୁଦୀୟ ମର୍ଦ୍ଦଖୟ ପୂରୀମ୍-ଦିନବିଷୟକ ଏହି ଦ୍ଵିତୀୟ ପତ୍ର ସ୍ଥିରକରଣାର୍ଥେ ସମ୍ପୂର୍ଣ୍ଣ କ୍ଷମତା ସହିତ ଲେଖିଲେ ।
30 ପୁଣି, ଯିହୁଦୀୟ ମର୍ଦ୍ଦଖୟ ଓ ଏଷ୍ଟର ରାଣୀ ଯିହୁଦୀୟମାନଙ୍କ ନିମନ୍ତେ ଉପବାସ ଓ କ୍ରନ୍ଦନବିଷୟକ ଯେଉଁ ଆଜ୍ଞା ଦେଇଥିଲେ ଓ ସେମାନଙ୍କର ଆପଣାମାନଙ୍କ ପାଇଁ ଓ ଆପଣାମାନଙ୍କ ବଂଶ ପାଇଁ ଯାହା ସ୍ଥିର କରିଥିଲେ,
31 ତଦନୁସାରେ ମର୍ଦ୍ଦଖୟ ନିରୂପିତ କାଳରେ ପୂରୀମ୍ର ସେହି ଦୁଇ ଦିନର ପାଳନ ସ୍ଥିର କରିବା ନିମନ୍ତେ ଅକ୍ଷଶ୍ଵେରଶ ରାଜାର ଅଧୀନସ୍ଥ ଏକଶତ ସତାଇଶ ପ୍ରଦେଶରେ ଥିବା ସମସ୍ତ ଯିହୁଦୀୟମାନଙ୍କଠାକୁ ଶାନ୍ତି ଓ ସତ୍ୟ-ବାକ୍ୟଯୁକ୍ତ ପତ୍ର ପ୍ରେରଣ କଲା ।
32 ଏହିରୂପେ ଏଷ୍ଟରର ଆଜ୍ଞା ଦ୍ଵାରା ପୂରୀମ୍-ଦିନର ବିଧି ସ୍ଥିରୀକୃତ ହେଲା ଓ ତାହା ପୁସ୍ତକରେ ଲେଖାଗଲା ।
×

Alert

×