Indian Language Bible Word Collections
Romans 10:1
Romans Chapters
Romans 10 Verses
Books
Old Testament
New Testament
Bible Versions
English
Tamil
Hebrew
Greek
Malayalam
Hindi
Telugu
Kannada
Gujarati
Punjabi
Urdu
Bengali
Oriya
Marathi
Assamese
Books
Old Testament
New Testament
Romans Chapters
Romans 10 Verses
1
|
ହେ ଭାଇମାନେ, ସେମାନେ ଯେପରି ପରିତ୍ରାଣ ପାଆନ୍ତି, ଏହା ମୋହର ହୃଦୟର ବାଞ୍ଛା ଏବଂ ସେମାନଙ୍କ ନିମନ୍ତେ ଈଶ୍ଵରଙ୍କ ଛାମୁରେ ମୋହର ପ୍ରାର୍ଥନା । |
2
|
କାରଣ ଈଶ୍ଵରଙ୍କ ବିଷୟରେ ଯେ ସେମାନଙ୍କର ଉଦ୍ଯୋଗ ଅଛି, ଏହା ମୁଁ ସେମାନଙ୍କ ସପକ୍ଷରେ ସାକ୍ଷ୍ୟ ଦେଉଅଛି, କିନ୍ତୁ ସେହି ଉଦ୍ଯୋଗ ଜ୍ଞାନଯୁକ୍ତ ନୁହେଁ । |
3
|
ଯେଣୁ ଈଶ୍ଵରଦତ୍ତ ଧାର୍ମିକତା ବିଷୟରେ ଅଜ୍ଞ ହୋଇ ଓ ଆପଣା ଆପଣା ଧାର୍ମିକତା ସ୍ଥାପନ କରିବାକୁ ଚେଷ୍ଟା କରି ସେମାନେ ଈଶ୍ଵରଦତ୍ତ ଧାର୍ମିକତାର ବଶୀଭୂତ ହୋଇ ନାହାନ୍ତି । |
4
|
କାରଣ ପ୍ରତ୍ୟେକ ବିଶ୍ଵାସୀ ପକ୍ଷରେ ଧାର୍ମିକ ଗଣିତ ହେବା ନିମନ୍ତେ ଖ୍ରୀଷ୍ଟ ବ୍ୟବସ୍ଥାର ଶେଷ ଅଟନ୍ତି । |
5
|
କାରଣ ମୋଶା ଲେଖନ୍ତି, ଯେଉଁ ମନୁଷ୍ୟ ବ୍ୟବସ୍ଥାମୂଳକ ଧାର୍ମିକତା ସାଧନ କରେ, ସେ ତଦ୍ଦ୍ଵାରା ବଞ୍ଚିବ । |
6
|
କିନ୍ତୁ ବିଶ୍ଵାସମୂଳକ ଧାର୍ମିକତା ଏପରି କହେ, “ମନେ ମନେ କୁହ ନାହିଁ, ‘କିଏ ସ୍ଵର୍ଗାରୋହଣ କରିବʼ (ଅର୍ଥାତ୍, ଖ୍ରୀଷ୍ଟଙ୍କୁ ଓହ୍ଲାଇଆଣିବା ନିମନ୍ତେ)? |
7
|
ଅବା ‘କିଏ ରସାତଳକୁ ଅବତରଣ କରିବʼ (ଅର୍ଥାତ୍, ଖ୍ରୀଷ୍ଟଙ୍କୁ ମୃତମାନଙ୍କ ମଧ୍ୟରୁ ଉଠାଇଆଣିବା ନିମନ୍ତେ)? |
8
|
କିନ୍ତୁ ତାହା କଅଣ କହେ? ‘ବାକ୍ୟ ତୁମ୍ଭର ନିକଟବର୍ତ୍ତୀ, ତୁମ୍ଭ ମୁଖରେ ଓ ତୁମ୍ଭ ହୃଦୟରେ ଅଛିʼ, ଅର୍ଥାତ୍ ଯେଉଁ ବିଶ୍ଵାସ ସମ୍ଵନ୍ଧୀୟ ବାକ୍ୟ ଆମ୍ଭେମାନେ ପ୍ରଚାର କରୁ, ସେହି ବାକ୍ୟ ।” |
9
|
ଯେଣୁ ତୁମ୍ଭେ ଯଦି ମୁଖରେ ଯୀଶୁଙ୍କୁ ପ୍ରଭୁ ବୋଲି ସ୍ଵୀକାର କରିବ, ଆଉ ଈଶ୍ଵର ତାହାଙ୍କୁ ମୃତମାନଙ୍କ ମଧ୍ୟରୁ ଉଠାଇଅଛନ୍ତି ବୋଲି ହୃଦୟରେ ବିଶ୍ଵାସ କରିବ, ତେବେ ପରିତ୍ରାଣ ପ୍ରାପ୍ତ ହେବ; |
10
|
କାରଣ ଧାର୍ମିକତାପ୍ରାପ୍ତି ନିମନ୍ତେ ମନୁଷ୍ୟ ହୃଦୟରେ ବିଶ୍ଵାସ କରେ ଓ ପରିତ୍ରାଣ ପ୍ରାପ୍ତି ନିମନ୍ତେ ମୁଖରେ ସ୍ଵୀକାର କରେ । |
11
|
ଯେଣୁ ଶାସ୍ତ୍ର କହେ, ଯେକେହି ତାହାଙ୍କଠାରେ ବିଶ୍ଵାସ କରେ, ସେ ଲଜ୍ଜିତ ହେବ ନାହିଁ । |
12
|
କାରଣ ଯିହୁଦୀ ଓ ଗ୍ରୀକ୍ ମଧ୍ୟରେ କିଛି ପ୍ରଭେଦ ନାହିଁ; ଯେଣୁ ସମସ୍ତଙ୍କର ତ ଏକ ପ୍ରଭୁ, ଆଉ ଯେତେ ଲୋକ ତାହାଙ୍କ ନିକଟରେ ପ୍ରାର୍ଥନା କରନ୍ତି, ସେସମସ୍ତଙ୍କ ପ୍ରତି ସେ ଅନୁଗ୍ରହର ନିଧିସ୍ଵରୂପ । |
13
|
କାରଣ ଯେକେହି ପ୍ରଭୁଙ୍କ ନାମ ଧରି ପ୍ରାର୍ଥନା କରିବ, ସେ ପରିତ୍ରାଣ ପ୍ରାପ୍ତ ହେବ । |
14
|
ତେବେ ଯାହାଙ୍କୁ ସେମାନେ ବିଶ୍ଵାସ କରି ନାହାନ୍ତି, ତାହାଙ୍କ ନିକଟରେ କିପରି ପ୍ରାର୍ଥନା କରିବେ? ପୁଣି ଯାହାଙ୍କ କଥା ସେମାନେ ଶୁଣି ନାହାନ୍ତି, କିପରି ତାହାଙ୍କଠାରେ ବିଶ୍ଵାସ କରିବେ? ଆଉ ପ୍ରଚାରକ ବିନା ସେମାନେ କିପରି ଶୁଣିବେ? |
15
|
ପୁଣି, ପ୍ରେରିତ ନ ହେଲେ କିପରି ପ୍ରଚାର କରିବେ? ଯେପରି ଲେଖାଅଛି, ‘ଯେଉଁମାନେ ଶୁଭ ବିଷୟର ସୁସମାଚାର ଆଣନ୍ତି, ସେମାନଙ୍କର ପାଦ କିପରି ଶୋଭାଯୁକ୍ତ ।ʼ |
16
|
କିନ୍ତୁ ସମସ୍ତେ ସୁସମାଚାରର ବଶୀଭୂତ ହେଲେ ନାହିଁ । କାରଣ ଯିଶାଇୟ କହନ୍ତି, ‘ହେ ପ୍ରଭୁ, କିଏ ଆମ୍ଭମାନଙ୍କ ସମ୍ଵାଦ ବିଶ୍ଵାସ କରିଅଛିଣ?ʼ |
17
|
ଅତଏବ, ବିଶ୍ଵାସ ଶ୍ରବଣରୁ ଜାତ ହୁଏ ଓ ଶ୍ରବଣ ଖ୍ରୀଷ୍ଟଙ୍କ ବାକ୍ୟ ଦ୍ଵାରା ହୁଏ । |
18
|
କିନ୍ତୁ ମୁଁ କହେ, ସେମାନେ କି ଶୁଣି ନାହାନ୍ତି? ହଁ, ନିଶ୍ଚୟ; ସମୁଦାୟ ପୃଥିବୀରେ ସେମାନଙ୍କ ସ୍ଵର, ଆଉ ଜଗତର ସୀମା ପର୍ଯ୍ୟନ୍ତ ସେମାନଙ୍କ ବାକ୍ୟ ବ୍ୟାପିଗଲା । |
19
|
କିନ୍ତୁ ମୁଁ କହେ, ଇସ୍ରାଏଲ କଅଣ ଜାଣି ନାହାନ୍ତି? ପ୍ରଥମରେ ମୋଶା କହନ୍ତି, ‘ଆମ୍ଭେ ନଗଣ୍ୟ ଜାତି ଦ୍ଵାରା ତୁମ୍ଭମାନଙ୍କର ଈର୍ଷା ଜନ୍ମାଇବା, ଗୋଟିଏ ନିର୍ବୋଧ ଜାତି ଦ୍ଵାରା ତୁମ୍ଭମାନଙ୍କୁ କ୍ରୋଧାନ୍ଵିତ କରିବା ।ʼ |
20
|
ତାହାପରେ ଯିଶାଇୟ ସାହସରେ କହନ୍ତି, ‘ଯେଉଁମାନେ ଆମ୍ଭର ଅନ୍ଵେଷଣ କରୁ ନ ଥିଲେ, ସେମାନେ ଆମ୍ଭକୁ ପ୍ରାପ୍ତ ହେଲେ; ଯେଉଁମାନେ ଆମ୍ଭ ବିଷୟ ପଚାରୁ ନ ଥିଲେ, ସେମାନଙ୍କ ନିକଟରେ ଆମ୍ଭେ ପ୍ରକାଶିତ ହେଲୁ ।ʼ |
21
|
କିନ୍ତୁ ସେ ଇସ୍ରାଏଲ ବିଷୟରେ କହନ୍ତି, ‘ଆମ୍ଭେ ଅନାଜ୍ଞାବହ ଓ ପ୍ରତିକୂଳବାଦୀ ଲୋକମାନଙ୍କ ପ୍ରତି ଦିନଯାକ ହସ୍ତ ବିସ୍ତାର କରିଅଛୁ ।ʼ |