1
|
ତୁମ୍ଭମାନେେ ସଦାପ୍ରଭୁଙ୍କର ପ୍ରଶଂସା କର !ଆକାଶ ମଣ୍ଡଳରୁ ସଦାପ୍ରଭୁଙ୍କୁ ପ୍ରଶଂସା କର !ସ୍ବର୍ଗରୁ ତାଙ୍କର ପ୍ରଶଂସା କର ! |
2
|
ହେ ତାଙ୍କର ସମସ୍ତ ସ୍ବର୍ଗଦୂତଗଣ, ତାଙ୍କର ପ୍ରଶଂସା କର। ହେ ତାଙ୍କର ସମସ୍ତ ସୈନ୍ଯଗଣ, ତାଙ୍କର ପ୍ରଶଂସା କର। |
3
|
ହେ ସୂର୍ୟ୍ଯ ଓ ଚନ୍ଦ୍ର, ତାଙ୍କର ପ୍ରଶଂସା କର ! ହେ ଆକାଶର ଦୀପ୍ତିମଯ ତାରାଗଣ ତାଙ୍କର ପ୍ରଶଂସା କର। |
4
|
ହେ ଉଚ୍ଚତମ ସ୍ବର୍ଗ, ତାଙ୍କର ପ୍ରଶଂସା କର ! ହେ ଗଗନ ଉପରିସ୍ଥ ଜଳ ସମୂହ, ତାଙ୍କର ପ୍ରଶଂସା କର। |
5
|
ସମାନେେ ସଦାପ୍ରଭୁଙ୍କ ନାମର ପ୍ରଶଂସା କରିବା ଉଚିତ୍ କାରଣ ତାଙ୍କର ଆଦେଶରେ ସମସ୍ତେ ସୃଷ୍ଟି ହେଲେ। |
6
|
ସେ ଏହିସବୁ ଜିନିଷକୁ ଚିରଦିନ ପାଇଁ ସ୍ଥାପନ କଲେ, ଏହିପରି ଗୋଟିଏ ବ୍ଯବସ୍ଥା ଦେଲେ ୟାହା କବେେ ହେଲେ ପରିବର୍ତ୍ତନ ହବେ ନାହିଁ। |
7
|
ପୃଥିବୀରୁ ସଦାପ୍ରଭୁଙ୍କର ପ୍ରଶଂସା କର। ହେ ସମୁଦ୍ରର ମହାନ୍ ପ୍ରାଣୀ ଏବଂ ସମସ୍ତ ସମୁଦ୍ର, ତାଙ୍କର ପ୍ରଶଂସା କର ! |
8
|
ପରମେଶ୍ବରଙ୍କୁ ପ୍ରଶଂସା କର, ଅଗ୍ନି, ଶିଳା, ହିମ, ବାଷ୍ଫ, ଏବଂ ପ୍ରଚଣ୍ଡ ବାଯୁ ତାଙ୍କର ବାର୍ତ୍ତା ପାଳନ କରନ୍ତି। |
9
|
ସମସ୍ତ ପର୍ବତ ଓ ଉପପର୍ବତ, ଫଳବତୀ ବୃକ୍ଷ ଓ ଏରସ ବୃକ୍ଷଗଣ ତାଙ୍କୁ ପ୍ରଶଂସା କଲେ। |
10
|
ସମସ୍ତ ବନ୍ଯ ପଶୁଗଣ ଓ ଗୃହପାଳିତ ପଶୁଗଣ ତାଙ୍କର ପ୍ରଶଂସା କର। ସେ ସରୀସୃପ ଓ ଉଡ଼ନ୍ତା ପକ୍ଷୀମାନଙ୍କୁ ସୃଷ୍ଟି କରିଛନ୍ତି। |
11
|
ପୃଥିବୀର ସମସ୍ତ ରାଜାଗଣ ଓ ଜାତିଗଣ ତାଙ୍କର ପ୍ରଶଂସା କର। ପରମେଶ୍ବର ସମସ୍ତ ବିଚାରକ ଓ ଅଧିପତିଗଣଙ୍କୁ ସୃଷ୍ଟି କରିଛନ୍ତି। |
12
|
ହେ ୟୁବକ ଓ ୟୁବତୀମାନେ, ବୃଦ୍ଧ ଲୋକମାନଙ୍କ ସହିତ ଏକତ୍ରୀତ ହାଇେ ପରମେଶ୍ବରଙ୍କ ପ୍ରଶଂସା କର। |
13
|
ସମାନେେ ସମସ୍ତେ ସଦାପ୍ରଭୁଙ୍କ ନାମକୁ ପ୍ରଶଂସା କରିବା ଉଚିତ୍। ତାଙ୍କର ନାମ ଅନ୍ୟ ସମସ୍ତଙ୍କଠାରୁ ଉଚ୍ଚ। ତାଙ୍କର ଖ୍ଯାତି ସ୍ବର୍ଗ ଏବଂ ପୃଥିବୀରେ ମହାନ୍। |
14
|
ସେ ତାଙ୍କର ଲୋକମାନଙ୍କୁ ଶକ୍ତିଶାଳୀ କଲେ, ତଣେୁ ସେ ତାଙ୍କର ବିଶ୍ବସ୍ତ ଲୋକମାନଙ୍କ ଦ୍ବାରା ପ୍ରଶଂସିତ ହୁଅନ୍ତି। ତୁମ୍ଭମାନେେ ସଦାପ୍ରଭୁଙ୍କୁ ପ୍ରଶଂସା କର। |
Psalms 148:14 Oriya Language Bible Words basic statistical display
COMING SOON ...