Indian Language Bible Word Collections
Malachi 4:1
Malachi Chapters
Malachi 4 Verses
Books
Old Testament
New Testament
Bible Versions
English
Tamil
Hebrew
Greek
Malayalam
Hindi
Telugu
Kannada
Gujarati
Punjabi
Urdu
Bengali
Oriya
Marathi
Assamese
Books
Old Testament
New Testament
Malachi Chapters
Malachi 4 Verses
1
|
କାରଣ ଦେଖ, ସେଦିନ ଆସୁଅଛି, ତାହା ତୁନ୍ଦୁର ପରି ଜଳୁଅଛି; ପୁଣି, ଅହଙ୍କାରୀ ଓ ଦୁଷ୍ଟାଚାରୀ ସମସ୍ତେ ନଡ଼ା ପରି ହେବେ; ଆଉ, ସେମାନଙ୍କର ମୂଳ କି ଡାଳ ଯେପରି ଅବଶିଷ୍ଟ ନ ରହିବ, ଏଥିପାଇଁ ଯେଉଁ ଦିନ ଆସୁଅଛି, ତାହା ସେମାନଙ୍କୁ ଦଗ୍ଧ କରିବ, ଏହା ସୈନ୍ୟାଧିପତି ସଦାପ୍ରଭୁ କହନ୍ତି । |
2
|
ମାତ୍ର ଆମ୍ଭ ନାମକୁ ଭୟ କରୁଅଛ ଯେ ତୁମ୍ଭେମାନେ, ତୁମ୍ଭମାନଙ୍କ ପ୍ରତି ଧର୍ମରୂପ ସୂର୍ଯ୍ୟ ଆରୋଗ୍ୟଦାୟକ କିରଣ ସଂଯୁକ୍ତ ହୋଇ ଉଦିତ ହେବେ; ଆଉ, ତୁମ୍ଭେମାନେ ବାହାର ହୋଇ ହୃଷ୍ଟପୁଷ୍ଟ ଗୋବତ୍ସ ତୁଲ୍ୟ କୁଦା ମାରିବ । |
3
|
ପୁଣି, ତୁମ୍ଭେମାନେ ଦୁଷ୍ଟମାନଙ୍କୁ ପଦ ତଳେ ଦଳି ପକାଇବ; କାରଣ ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, ଯେଉଁ ଦିନ ଆମ୍ଭେ କାର୍ଯ୍ୟ କରିବା, ସେଦିନ ସେମାନେ ତୁମ୍ଭମାନଙ୍କର ତଳିପାର ଅଧଃସ୍ଥିତ ଭସ୍ମ ହେବେ । |
4
|
ଆମ୍ଭେ ହୋରେବରେ ସମଗ୍ର ଇସ୍ରାଏଲ ନିମନ୍ତେ ଯେଉଁ ବିଧି ଓ ଶାସନସକଳ ଆଦେଶ କଲୁ, ଆମ୍ଭ ଦାସ ମୋଶାଙ୍କର ସେହି ବ୍ୟବସ୍ଥା ତୁମ୍ଭେମାନେ ସ୍ମରଣ କର । |
5
|
ଦେଖ, ସଦାପ୍ରଭୁଙ୍କର ମହତ ଓ ଭୟଙ୍କର ଦିନର ଆଗମନ ପୂର୍ବେ ଆମ୍ଭେ ତୁମ୍ଭମାନଙ୍କ ନିକଟକୁ ଏଲୀୟ ଭବିଷ୍ୟଦ୍ବକ୍ତାଙ୍କୁ ପ୍ରେରଣ କରିବା । |
6
|
ପୁଣି, ଆମ୍ଭେ ଆସି ଯେପରି ପୃଥିବୀକି ଅଭିଶାପରେ ଆଘାତ ନ କରୁ, ଏଥିପାଇଁ ସେ ସନ୍ତାନଗଣ ପ୍ରତି ପିତୃଗଣର ହୃଦୟ ଓ ପିତୃଗଣ ପ୍ରତି ସନ୍ତାନଗଣର ହୃଦୟ ଫେରାଇବ । |