Indian Language Bible Word Collections
Daniel 12:2
Daniel Chapters
Daniel 12 Verses
Books
Old Testament
New Testament
Bible Versions
English
Tamil
Hebrew
Greek
Malayalam
Hindi
Telugu
Kannada
Gujarati
Punjabi
Urdu
Bengali
Oriya
Marathi
Assamese
Books
Old Testament
New Testament
Daniel Chapters
Daniel 12 Verses
1
|
ସେସମୟରେ ତୁମ୍ଭ ଲୋକଙ୍କ ସନ୍ତାନଗଣର ସାହାଯ୍ୟକାରୀ ମୀଖାୟେଲ ମହାନ ଅଧିପତି ଠିଆ ହେବେ ଓ ମନୁଷ୍ୟ ଗୋଷ୍ଠୀର ସ୍ଥିତିକାଳଠାରୁ ସେସମୟ ପର୍ଯ୍ୟନ୍ତ ଯେଉଁ ପ୍ରକାର ସଂକଟର କାଳ କେବେ ହୋଇ ନାହିଁ, ଏପରି ସଙ୍କଟର କାଳ ଉପସ୍ଥିତ ହେବ, ଆଉ, ତୁମ୍ଭ ଗୋଷ୍ଠୀୟ ଯେପ୍ରତ୍ୟେକର ନାମ ପୁସ୍ତକରେ ଲିଖିତ ହୋଇଅଛି, ସେମାନେ ପ୍ରତ୍ୟେକେ ସେସମୟରେ ଉଦ୍ଧାର ପାଇବେ, । |
2
|
ପୁଣି, ପୃଥିବୀର ଧୂଳିରେ ଯେଉଁମାନେ ଶୟନ କରନ୍ତି, ସେମାନଙ୍କ ମଧ୍ୟରୁ ଅନେକେ ଜାଗି ଉଠିବେ; କେତେକେ ଅନ; ଜୀବନ ଓ କେତେକେ ଲଜ୍ଜା ଓ ଅନ; ଅବଜ୍ଞା ଭୋଗ ପାଇଁ ଉଠିବେ । |
3
|
ଆଉ, ଯେଉଁମାନେ ଜ୍ଞାନବାନ, ସେମାନେ ଆକାଶର ଦୀପ୍ତିର ତୁଲ୍ୟ ଓ ଯେଉଁମାନେ ଅନେକଙ୍କୁ ଧର୍ମର ପ୍ରତି ଫେରାଇ ଆଣନ୍ତି, ସେମାନେ ତାରାଗଣର ତୁଲ୍ୟ ଅନ; କାଳ ପର୍ଯ୍ୟନ୍ତ ତେଜସ୍ଵୀ ହେବେ । |
4
|
ମାତ୍ର ହେ ଦାନିୟେଲ, ତୁମ୍ଭେ ଶେଷ କାଳ ପର୍ଯ୍ୟନ୍ତ ଏହି ବାକ୍ୟସକଳ ବନ୍ଦ କରି ଓ ଏହି ପୁସ୍ତକ ମୁଦ୍ରାଙ୍କନ କରି ରଖ; ଅନେକେ ଏଣେତେଣେ ଧାବମାନ ହେବେ ଓ ଜ୍ଞାନର ବୃଦ୍ଧି ହେବ । |
5
|
ସେତେବେଳେ ମୁଁ ଦାନିୟେଲ ଅନାଇଲି, ଆଉ ଦେଖ, ଅନ୍ୟ ଦୁଇ ଜଣ ଠିଆ ହୋଇଅଛନ୍ତି, ଜଣେ ନଦୀତୀରର ଏପାଖରେ ଓ ଅନ୍ୟ ଜଣ ନଦୀତୀରର ସେପାଖରେ । |
6
|
ପୁଣି, ଶୁକ୍ଳବସ୍ତ୍ରାନ୍ଵିତ ଓ ନଦୀର ଜଳ ଉପରେ ସ୍ଥିତ ଯେଉଁ ମନୁଷ୍ୟ, ତାଙ୍କୁ ଏକ ଜଣ କହିଲେ, ଏହିସବୁ ଆଶ୍ଚର୍ଯ୍ୟ ବିଷୟର ଶେଷ ପର୍ଯ୍ୟନ୍ତ କେତେ କାଳ ଲାଗିବ? |
7
|
ତହିଁରେ ମୁଁ ଶୁଣିଲି, ଶୁକ୍ଳବସ୍ତ୍ରାନ୍ଵିତ ଓ ନଦୀଜଳ ଉପରେ ସ୍ଥିତ ମନୁଷ୍ୟ ଆପଣା ଦକ୍ଷିଣ ଓ ବାମ ହସ୍ତ ସ୍ଵର୍ଗ ଆଡ଼େ ଉଠାଇ ନିତ୍ୟଜୀବୀଙ୍କ ନାମରେ ଶପଥ କରି କହିଲେ, ଏହା ଏକ କାଳ, (ଦୁଇ) କାଳ ଓ ଅର୍ଦ୍ଧ କାଳ ପର୍ଯ୍ୟନ୍ତ ହେବ; ପୁଣି, ସେମାନେ ପବିତ୍ର ଲୋକମାନଙ୍କର ପରାକ୍ରମ ଭଗ୍ନ କରିବାର ଶେଷ କଲେ, ଏହି ସକଳ ବିଷୟ ସିଦ୍ଧ ହେବ । |
8
|
ପୁଣି, ମୁଁ ଶୁଣିଲି, ମାତ୍ର ବୁଝିଲି ନାହିଁ; ତହୁଁ ମୁଁ କହିଲି, ହେ ମୋର ପ୍ରଭୁ, ଏହିସବୁର ପରିଣାମ କʼଣ ହେବ? |
9
|
ତହିଁରେ ସେ କହିଲେ, ହେ ଦାନିୟେଲ, ତୁମ୍ଭେ ଆପଣା ପଥରେ ଗମନ କର; କାରଣ ଶେଷ କାଳ ପର୍ଯ୍ୟନ୍ତ ଏହି ବାକ୍ୟସକଳ ବନ୍ଦ ଓ ମୁଦ୍ରାଙ୍କିତ ହୋଇଅଛି । |
10
|
ଅନେକେ ଆପଣାମାନଙ୍କୁ ପରିଷ୍କୃତ ଓ ଶୁକ୍ଳ କରିବେ ଓ ପବିତ୍ରୀକୃତ ହେବେ; ମାତ୍ର ଦୁଷ୍ଟମାନେ ଦୁଷ୍ଟାଚରଣ କରିବେ ଓ ଦୁଷ୍ଟମାନଙ୍କ ମଧ୍ୟରୁ କେହି ବୁଝିବେ ନାହିଁ; ମାତ୍ର ଜ୍ଞାନୀ ଲୋକମାନେ ବୁଝିବେ । |
11
|
ପୁଣି, ଯେଉଁ ସମୟରେ ନିତ୍ୟ ନୈବେଦ୍ୟ ନିବୃତ୍ତ ହେବ ଓ ବିନାଶକାରୀ ଘୃଣାଯୋଗ୍ୟ ବସ୍ତୁ ସ୍ଥାପିତ ହେବ, ସେହି ସମୟଠାରୁ ଏକ ସହସ୍ର ଦୁଇ ଶତ ନବେ ଦିନ ହେବ । |
12
|
ଯେଉଁ ଜନ ଅପେକ୍ଷାରେ ରହେ ଓ ଏକ ସହସ୍ର ତିନିଶତ ପଞ୍ଚତ୍ରିଂଶ ଦିନ ପର୍ଯ୍ୟନ୍ତ ଥିବ, ସେ ଧନ୍ୟ । |
13
|
ମାତ୍ର ଶେଷ କାଳ ପର୍ଯ୍ୟନ୍ତ ତୁମ୍ଭେ ଆପଣା ପଥରେ ଗମନ କର; କାରଣ ତୁମ୍ଭେ ବିଶ୍ରାମ ପାଇବ ଓ କାଳର ଶେଷରେ ଆପଣା ଅଧିକାରରେ ଠିଆ ହେବ । |