Indian Language Bible Word Collections
Zechariah 9:16
Zechariah Chapters
Zechariah 9 Verses
Books
Old Testament
New Testament
Bible Versions
English
Tamil
Hebrew
Greek
Malayalam
Hindi
Telugu
Kannada
Gujarati
Punjabi
Urdu
Bengali
Oriya
Marathi
Assamese
Books
Old Testament
New Testament
Zechariah Chapters
Zechariah 9 Verses
1
|
ହଦ୍ରକ୍ ଦେଶ ଉପରେ ସଦାପ୍ରଭୁଙ୍କର ଭାରୋକ୍ତି ଓ ଦାମାସ୍କସ୍ ତହିଁର ବିଶ୍ରାମ-ସ୍ଥାନ ହେବ; କାରଣ ମନୁଷ୍ୟର ଓ ସମୁଦାୟ ଇସ୍ରାଏଲ-ବଂଶର ଚକ୍ଷୁ ସଦାପ୍ରଭୁଙ୍କ ଆଡ଼େ ଅଛି; |
2
|
ପୁଣି, ତହିଁର ପାର୍ଶ୍ଵସ୍ଥିତ ହମାତ୍ ଓ ଅତି ଜ୍ଞାନି ହେବାରୁ ସୋର ଓ ସୀଦୋନ ତହିଁର ବିଶ୍ରାମ-ସ୍ଥାନ ହେବ । |
3
|
ଆଉ, ସୋର ଆପଣା ପାଇଁ ଦୃଢ଼ ଗଡ଼ ନିର୍ମାଣ କଲା ଓ ଧୂଳି ପରି ରୂପା ଓ ବାଟର କାଦୁଅ ପରି ଉତ୍ତମ ସୁନା ରାଶୀକୃତ କଲା । |
4
|
ଦେଖ, ପ୍ରଭୁ ତାହାକୁ ଅନଧିକାରିଣୀ କରିବେ ଓ ସେ ସମୁଦ୍ରରେ ତାହାର ପରାକ୍ରମକୁ ଆଘାତ କରିବେ; ଆଉ, ଅଗ୍ନି ଦ୍ଵାରା ସେ ଗ୍ରାସିତ ହେବ । |
5
|
ଅସ୍କିଲୋନ ତାହା ଦେଖି ଭୟ କରିବ; ଘସା ମଧ୍ୟ ଦେଖି ଅତ୍ୟ; ବ୍ୟଥିତ ହେବ ଓ ଇକ୍ରୋଣ ହିଁ ତଦ୍ରୂପ ହେବ, କାରଣ ତାହାର ଆଶା ଲଜ୍ଜାଜନକ ହେବ; ଆଉ, ଘସାରୁ ରାଜା ବିନଷ୍ଟ ହେବ ଓ ଅସ୍କିଲୋନ ବସତିବିଶିଷ୍ଟ ନୋହିବ । |
6
|
ପୁଣି, ଅସ୍ଦୋଦରେ ଜାରଜ ବାସ କରିବ ଓ ଆମ୍ଭେ ପଲେଷ୍ଟୀୟମାନଙ୍କର ଦର୍ପ ଚୂର୍ଣ୍ଣ କରିବା । |
7
|
ଆଉ, ଆମ୍ଭେ ତାହାର ମୁଖରୁ ତାହାର ପେୟ ରକ୍ତ ଓ ତାହାର ଦ; ମଧ୍ୟରୁ ତାହାର ଘୃଣାଯୋଗ୍ୟ ଭକ୍ଷ୍ୟ ଅପହରଣ କରିବା; ତହିଁରେ ସେ ମଧ୍ୟ ଆମ୍ଭମାନଙ୍କ ପରମେଶ୍ଵରଙ୍କ ନିମନ୍ତେ ଅବଶିଷ୍ଟାଂଶ ଲୋକ ହେବ ଓ ସେ ଯିହୁଦା ମଧ୍ୟରେ ଅଧ୍ୟକ୍ଷ ତୁଲ୍ୟ ହେବ । |
8
|
ପୁଣି, ଆମ୍ଭେ ସୈନ୍ୟଦଳ ବିରୁଦ୍ଧରେ ଆପଣା ଗୃହର ଚତୁର୍ଦ୍ଦିଗରେ ଛାଉଣି ସ୍ଥାପନ କରିବା, ତହିଁରେ କେହି ଗମନାଗମନ କରିବେ ନାହିଁ ଓ କୌଣସି ଉପଦ୍ରବକାରୀ ସେମାନଙ୍କ ନିକଟ ଦେଇ ଆଉ ଯିବ ନାହିଁ; କାରଣ ଆମ୍ଭେ ଏବେ ସ୍ଵଚକ୍ଷୁରେ ଦେଖିଅଛୁ । |
9
|
ଗୋ ସିୟୋନ କନ୍ୟେ, ଅତିଶୟ ଉଲ୍ଲାସ କର; ଗୋ ଯିରୂଶାଲମ କନ୍ୟେ, ଜୟଧ୍ଵନି କର; ଦେଖ, ତୁମ୍ଭର ରାଜା ତୁମ୍ଭ ନିକଟକୁ ଆସୁଅଛନ୍ତି; ସେ ଧର୍ମମୟ ଓ ପରିତ୍ରାଣବିଶିଷ୍ଟ; ସେ ନମ୍ରଶୀଳ ଓ ଗର୍ଦ୍ଦଭ ଉପରେ, ଅର୍ଥାତ୍, ଗର୍ଦ୍ଦଭୀର ଶାବକ ଉପରେ ଆରୋହଣ କରି ଆସୁଅଛନ୍ତି । |
10
|
ପୁଣି, ଆମ୍ଭେ ଇଫ୍ରୟିମରୁ ରଥ ଓ ଯିରୂଶାଲମରୁ ଅଶ୍ଵ ଉଚ୍ଛିନ୍ନ କରିବା ଓ ଯୁଦ୍ଧ-ଧନୁ ଉଚ୍ଛିନ୍ନ ହେବ; ଆଉ, ସେ ଗୋଷ୍ଠୀଗଣକୁ ଶାନ୍ତିର କଥା କହିବେ ଓ ତାହାଙ୍କର ରାଜ୍ୟ ଏକ ସମୁଦ୍ରଠାରୁ ଅନ୍ୟ ସମୁଦ୍ର ପର୍ଯ୍ୟନ୍ତ ଓ ନଦୀଠାରୁ ପୃଥିବୀର ପ୍ରା; ପର୍ଯ୍ୟନ୍ତ ହେବ। |
11
|
ତୁମ୍ଭ ନିୟମର ରକ୍ତ ସକାଶୁ ଆମ୍ଭେ ତୁମ୍ଭର ବନ୍ଦୀମାନଙ୍କୁ ନିର୍ଜଳ କୂପ ମଧ୍ୟରୁ ବାହାର କରି ପ୍ରେରଣ କରିଅଛୁ । |
12
|
ହେ ଭରସାଯୁକ୍ତ ବନ୍ଦୀମାନେ, ତୁମ୍ଭେମାନେ ଦୃଢ଼ ଗଡ଼ ଆଡ଼େ ଫେରି ଆସ; ଆମ୍ଭେ ତୁମ୍ଭକୁ ଦୁଇ ଗୁଣ ମଙ୍ଗଳ ଦେବା ବୋଲି ଆଜି ପ୍ରକାଶ କରୁଅଛୁ । |
13
|
କାରଣ ଆମ୍ଭେ ଆପଣା ନିମନ୍ତେ ଧନୁସ୍ଵରୂପ ଯିହୁଦାରେ ଗୁଣ ଦେଇଅଛୁ ଓ ତୀରସ୍ଵରୂପ ଇଫ୍ରୟିମରେ ତାହା ସଂଯୁକ୍ତ କରିଅଛୁ; ଆଉ, ହେ ସିୟୋନ, ଆମ୍ଭେ ତୁମ୍ଭର ସନ୍ତାନଗଣକୁ, ହେ ଗ୍ରୀସ୍, ତୁମ୍ଭ ସନ୍ତାନଗଣ ବିରୁଦ୍ଧରେ ଉତ୍ତେଜିତ କରିବା ଓ ତୁମ୍ଭକୁ ବୀରର ଖଡ଼୍ଗ ସ୍ଵରୂପ କରିବା । |
14
|
ପୁଣି, ସଦାପ୍ରଭୁ ସେମାନଙ୍କ ଊର୍ଦ୍ଧ୍ଵରେ ଦେଖା ଯିବେ ଓ ତାହାଙ୍କର ତୀର ବିଜୁଳି ପରି ବାହାର ହେବ; ଆଉ, ପ୍ରଭୁ ସଦାପ୍ରଭୁ ତୂରୀ ବଜାଇବେ ଓ ଦକ୍ଷିଣ ଦିଗର ଘୂର୍ଣ୍ଣିବାୟୁରେ ଗମନ କରିବେ । |
15
|
ସୈନ୍ୟାଧିପତି ସଦାପ୍ରଭୁ ସେମାନଙ୍କୁ ରକ୍ଷା କରିବେନ୍ତ ତହିଁରେ ସେମାନେ ଗ୍ରାସ କରିବେ ଓ ଛାଟିଣୀ-ପଥରସବୁ ପଦ ତଳେ ଦଳିତ କରିବେ; ଆଉ, ସେମାନେ ପାନ କରିବେ ଓ ଦ୍ରାକ୍ଷାରସରେ ମତ୍ତ ଲୋକର ନ୍ୟାୟ ଶଦ୍ଦ କରିବେ, ଆଉ ସେମାନେ ପାତ୍ର ପରି, ଯଜ୍ଞବେଦିର କୋଣ ପରି ପରିପୂର୍ଣ୍ଣ ହେବେ । |
16
|
ପୁଣି, ସେଦିନ ସଦାପ୍ରଭୁ ସେମାନଙ୍କ ପରମେଶ୍ଵର ଆପଣା ଲୋକମାନଙ୍କୁ ପଲ ସ୍ଵରୂପ ଉଦ୍ଧାର କରିବେ; କାରଣ ସେମାନେ ମୁକୁଟର ପ୍ରସ୍ତରସ୍ଵରୂପ ତାହାଙ୍କ ଦେଶର ଊର୍ଦ୍ଧ୍ଵରେ ଉତ୍ଥାପିତ ହେବେ । |
17
|
ଯେହେତୁ ତାଙ୍କ ମଙ୍ଗଳଭାବ କିପରି ମହତ ଓ ତାଙ୍କର ସୌନ୍ଦର୍ଯ୍ୟକିପରି ମହତ! ଶସ୍ୟ ଯୁବାଗଣକୁ ଓ ନୂତନ ଦ୍ରାକ୍ଷାରସ ଯୁବତୀଗଣକୁ ବର୍ଦ୍ଧିଷ୍ଣୁ କରିବ । |