1
|
ହେ ପରମେଶ୍ବର, ଆମ୍ଭମାନଙ୍କ ଉପରେ ଦୟାକରନ୍ତୁ, ଆମ୍ଭମାନଙ୍କୁ ଆଶୀର୍ବାଦ କରନ୍ତୁ ଏବଂ ଦୟାକରି ଆମ୍ଭମାନଙ୍କ ଉପରେ ପ୍ରସନ୍ନ କରନ୍ତୁ। |
2
|
ତା'ପରେ ପୃଥିବୀର ଲୋକେ ତୁମ୍ଭ୍ ବିଷଯରେ ଜାଣିବେ ଏବଂ ସମସ୍ତ ଜାତିଗଣ ତୁମ୍ଭର ଲୋକମାନଙ୍କୁ ରକ୍ଷା କରିବାର ତୁମ୍ଭର ଶକ୍ତିର କ୍ଷମତା ଜାଣିବେ। |
3
|
ହେ ପରମେଶ୍ବର, ଗୋଷ୍ଠୀଯମାନେ ତୁମ୍ଭର ପ୍ରଶଂସା କରନ୍ତୁ। ସମସ୍ତ ଲୋକମାନେ ତୁମ୍ଭର ପ୍ରଶଂସା କରନ୍ତୁ। |
4
|
ଜାତିଗଣ ଖୁସି ହୁଅ ଓ ଆନନ୍ଦରେ ଜଯଗାନ କର, କାରଣ ତୁମ୍ଭେ ଲୋକମାନଙ୍କୁ ପରଖିବାରେ ସକ୍ଷମ ଅଟ ଓ ତୁମ୍ଭେ ପୃଥିବୀରେ ରାଷ୍ଟ୍ରମାନଙ୍କୁ ଆଗଇେ ନିଅ। |
5
|
ହେ ପରମେଶ୍ବର, ଗୋଷ୍ଠୀଯମାନେ ତୁମ୍ଭର ପ୍ରଶଂସା କରନ୍ତୁ। ସମସ୍ତ ଗୋଷ୍ଠୀ ତୁମ୍ଭର ପ୍ରଶଂସା କରନ୍ତୁ। |
6
|
ଭୂମି ତା'ର ଫସଲ ଦିଏ। ହେ ପରମେଶ୍ବର, ଆମ୍ଭର ପରମେଶ୍ବର, ଆମ୍ଭକୁ ଆଶୀର୍ବାଦ କରିବା ଚାଲୁ ରଖ। |
7
|
ପରମେଶ୍ବର ଆମ୍ଭମାନଙ୍କୁ ଆଶୀର୍ବାଦ କରନ୍ତୁ ଏବଂ ପୃଥିବୀର ସମସ୍ତ ଲୋକ ପରମେଶ୍ବରଙ୍କୁ ଭୟ ଓ ସମ୍ମାନ କରନ୍ତୁ। |
Psalms 67:6 Oriya Language Bible Words basic statistical display
COMING SOON ...