Bible Languages

Indian Language Bible Word Collections

Bible Versions

English

Tamil

Hebrew

Greek

Malayalam

Hindi

Telugu

Kannada

Gujarati

Punjabi

Urdu

Bengali

Oriya

Marathi

Books

Psalms Chapters

Psalms 48 Verses

1 ସଦାପ୍ରଭୁ ମହାନ୍ ଅଟନ୍ତି। ଆମ୍ଭର ପରମେଶ୍ବରଙ୍କ ସାରା ନଗରରେ ତାଙ୍କର ପବିତ୍ର ପର୍ବତରେ ସେ ପ୍ରଶଂସିତ ହୁଅନ୍ତି।
2 ପରମେଶ୍ବରଙ୍କ ପବିତ୍ର ନଗର ଏପରି ଏକ ମନୋରମ ଉଚ୍ଚତାରେ ଅବସ୍ଥିତ। ଏହା ପୃଥିବୀର ସବୁ ଲୋକଙ୍କ ପ୍ରାଣରେ ଆନନ୍ଦ ସଞ୍ଚାର କରେ। ସିୟୋନ ପର୍ବତ ପ୍ରକୃତରେ ପରମେଶ୍ବରଙ୍କ ପବିତ୍ର ପର୍ବତ ଅଟେ। ଏହା ସହେି ମହାନ ରାଜାଙ୍କର ପ୍ରଧାନ ନଗର ଅଟେ।
3 ଯେଉଁ ଲୋକମାନେ ସହେିସବୁ ପ୍ରାସାଦମାନଙ୍କରେ ବାସ କରନ୍ତି, ସମାନେେ ଜାଣନ୍ତି ୟେ ତାଙ୍କର ସମସ୍ତ ପ୍ରାସାଦର ଆଶ୍ରଯସ୍ଥଳର ନିରାପଦ ଆଶ୍ରଯସ୍ଥଳ ପରମେଶ୍ବର ଅଟନ୍ତି।
4 ଗୋଟିଏ ସମଯରେ ଅନକେ ରାଜା ଏକତ୍ରୀତ ହାଇେ ଏହି ନଗରୀକୁ ଆକ୍ରମଣ କରିବାକୁ ଯୋଜନା କଲେ। ସମାନେେ ସହେି ନଗର ଆଡ଼କୁ ଗମନ କଲେ।
5 କିନ୍ତୁ ସହେି ରାଜାମାନେ ସଠାେରେ ୟାହା ଦେଖିଲେ ସେଥିରେ ସମାନେେ ଆଶ୍ଚର୍ୟ୍ଯ ହେଲେ। ସମାନଙ୍କେ ମଧ୍ୟରେ ଆତଙ୍କ ଖଳେିଗଲା ଓ ସମାନେେ ଦୌଡ଼ି ପଳାଇ ଗଲେ।
6 ଭୟ ସହେି ରାଜାମାନଙ୍କୁ ଥରାଇ ଦଲୋ ଓ ସମାନେେ ଭୟରେ ଥରି ଉଠିଲେ।
7 ହେ ପରମେଶ୍ବର, ତୁମ୍ଭ ନିର୍ଦ୍ଦେଶରେ ପୂର୍ବଦିଗରୁ ପ୍ରବଳ ଝଡ଼ ମାଡ଼ି ଆସି ସମାନଙ୍କେ ବୃହତ୍ ଜାହାଜ ସବୁକୁ ଭାଙ୍ଗି ପକାଇଲା।
8 ହଁ, ଆମ୍ଭମାନେେ ତୁମ୍ଭର ଶକ୍ତି ବିଷଯରେ ସହେି ଗଳ୍ପ ସବୁ ଶୁଣି ଅଛୁ। କିନ୍ତୁ ଆମ୍ଭେ ପରମେଶ୍ବରଙ୍କର ଶକ୍ତି ଦେଖି ଅଛୁ। ଆମ୍ଭେ ସହେି ପରମେଶ୍ବରଙ୍କ ନଗରରେ ବାସ କରୁ, ୟପରେି ସୈନ୍ଯାଧିପତି ପରମେଶ୍ବର ଚିରଦିନ ଲାଗି ସହେି ନଗରକୁ ଅଧିକ ଶକ୍ତିଶାଳୀ କରିଛନ୍ତି।
9 ପରମେଶ୍ବର ତୁମ୍ଭ ମନ୍ଦିରରେ ଆମ୍ଭେ ତୁମ୍ଭର ସ୍ନହପେୂର୍ଣ୍ଣ କରୁଣାକୁ ଧ୍ଯାନ କରୁ।
10 ହେ ପରମେଶ୍ବର, ତୁମ୍ଭେ ମହାନ୍ ଅଟ। ଏ ପୃଥିବୀର ସମସ୍ତ ଲୋକେ ତୁମ୍ଭକୁ ପ୍ରଶଂସା କରନ୍ତି। ସମସ୍ତେ ଜାଣନ୍ତି ତୁମ୍ଭେ କେତେ ମହାନ୍ ଅଟ।
11 ହେ ପରମେଶ୍ବର, ତୁମ୍ଭର ପବିତ୍ର ସିୟୋନ ପର୍ବତ ଅତି ଆନନ୍ଦିତ। ଯିହୁଦାର ସହର ସବୁ ଉଲ୍ଲସିତ। କବଳେ ତୁମ୍ଭର ଉତ୍ତମ ଶାସନ ବିଧି ପାଇଁ ଏହା ସମ୍ଭବ ହାଇେଛି।
12 ସିୟୋନ ପର୍ବତର ଚତୁର୍ଦ୍ଦିଗରେ ଭ୍ରମଣ କର। ସହେି ନଗରୀକୁ ଚାହଁ। ତାହାର ଗମ୍ବୁଜ ସବୁକୁ ଗଣ।
13 ବିରାଟ ଉଚ୍ଚ ପ୍ରାଚୀରସବୁ ଦେଖ। ସିୟୋନ ପ୍ରାସାଦକୁ ନୀରିକ୍ଷଣ କର, ୟାହା ଫଳରେ ତୁମ୍ଭେ ଆପଣା ପରବର୍ତ୍ତୀ ବଂଶଧରମାନଙ୍କୁ ଏକଥା କହିପାରିବ।
14 ଏହି ପରମେଶ୍ବର ହିଁ ଆମ୍ଭର ଚିରକାଳ ଲାଗି ପରମେଶ୍ବର ଅଟନ୍ତି। ସେ ଚିରକାଳ ଲାଗି ଆମ୍ଭକୁ ପଥ ପ୍ରଦର୍ଶନ କରିବେ।
×

Alert

×