Indian Language Bible Word Collections
Hosea 9:6
Hosea Chapters
Hosea 9 Verses
Books
Old Testament
New Testament
Bible Versions
English
Tamil
Hebrew
Greek
Malayalam
Hindi
Telugu
Kannada
Gujarati
Punjabi
Urdu
Bengali
Oriya
Marathi
Assamese
Books
Old Testament
New Testament
Hosea Chapters
Hosea 9 Verses
1
|
ହେ ଇସ୍ରାଏଲ, ତୁମ୍ଭେ ଆନନ୍ଦ ସକାଶୁ ନାନା ଗୋଷ୍ଠୀୟମାନଙ୍କ ତୁଲ୍ୟ ଆନନ୍ଦ କର ନାହିଁ; କାରଣ ତୁମ୍ଭେ ଆପଣା ପରମେଶ୍ଵରଙ୍କୁ ଛାଡ଼ି ବ୍ୟଭିଚାର କରିଅଛ, ତୁମ୍ଭେ ଶସ୍ୟପୂର୍ଣ୍ଣ ପ୍ରତ୍ୟେକ ଖମାରରେ ବେତନ ଭଲ ପାଇଅଛ । |
2
|
ଶସ୍ୟ ଖଳା କିଅବା ଦ୍ରାକ୍ଷାପେଷଣ ଯନ୍ତ୍ର ସେମାନଙ୍କୁ ପ୍ରତିପୋଷଣ କରିବ ନାହିଁ ଓ ନୂତନ ଦ୍ରାକ୍ଷାରସରୁ ସେମାନେ ବଞ୍ଚିତ ହେବେ । |
3
|
ସେମାନେ ସଦାପ୍ରଭୁଙ୍କ ଦେଶରେ ବାସ କରିବେ ନାହିଁ; ମାତ୍ର ଇଫ୍ରୟିମ ମିସରକୁ ଫେରି ଯିବ, ଆଉ ସେମାନେ ଅଶୂରରେ ଅଶୁଚି ଦ୍ରବ୍ୟ ଭୋଜନ କରିବେ⇧। |
4
|
ସେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଦ୍ରାକ୍ଷାରସର ଉପହାର ଢାଳିବେ ନାହିଁ, କିଅବା ସେସବୁ ସଦାପ୍ରଭୁଙ୍କ ତୁଷ୍ଟିଜନକ ହେବ ନାହିଁ। ସେମାନଙ୍କର ବଳିଦାନସକଳ ସେମାନଙ୍କ ପ୍ରତି ବିଳାପକାରୀଗଣର ଖାଦ୍ୟର ସମାନ ହେବ; ଯେଉଁମାନେ ତାହା ଭୋଜନ କରିବେ, ସେସମସ୍ତେ ଅଶୁଚି ହେବେ; କାରଣ ସେମାନଙ୍କର ଖାଦ୍ୟ ସେମାନଙ୍କ କ୍ଷୁଧା ତୃପ୍ତିର ନିମନ୍ତେ ହେବ; ତାହା ସଦାପ୍ରଭୁଙ୍କ ଗୃହକୁ ଆସିବ ନାହିଁ । |
5
|
ମହାସଭା ଦିନରେ ଓ ସଦାପ୍ରଭୁଙ୍କ ଉତ୍ସବ ଦିନରେ ତୁମ୍ଭେମାନେ କଅଣ କରିବ? |
6
|
କାରଣ ଦେଖ, ସେମାନେ ଧ୍ଵଂସ ସ୍ଥାନରୁ ଯାଇଅଛନ୍ତି, ତଥାପି ମିସର ସେମାନଙ୍କୁ ଏକତ୍ର କରିବ, ମେମ୍ପିସ ସେମାନଙ୍କୁ କବର ଦେବ । ସେମାନଙ୍କର ରୂପାର ମନୋହର ପଦାର୍ଥସବୁ ବିଛୁଆତି ଗଛର ଅଧିକାର ହେବ; ସେମାନଙ୍କ ତମ୍ଵୁସବୁରେ କଣ୍ଟକ ବୃକ୍ଷ ଉତ୍ପନ୍ନ ହେବ । |
7
|
ପ୍ରତିଫଳର ଦିନ ଉପସ୍ଥିତ, ଦଣ୍ତର ଦିନ ଉପସ୍ଥିତ; ଇସ୍ରାଏଲ ଏହା ଜାଣିବ । ଭବିଷ୍ୟଦ୍ବକ୍ତା ନିର୍ବୋଧ, ଆତ୍ମାପ୍ରାପ୍ତ ଲୋକ ଉନ୍ମତ୍ତ,, କାରଣ ତୁମ୍ଭର ଅଧର୍ମ ବହୁଳ ଓ ଶତ୍ରୁତାଭାବ ବଡ଼ । |
8
|
ଇଫ୍ରୟିମ ମୋʼ ପରମେଶ୍ଵରଙ୍କ ସହିତ ପ୍ରହରୀ ଥିଲା; ଭବିଷ୍ୟଦ୍ବକ୍ତାଙ୍କର ସକଳ ପଥରେ ବ୍ୟାଧର ଫାନ୍ଦ ଓ ତାହାର ପରମେଶ୍ଵରଙ୍କ ଗୃହରେ ଶତ୍ରୁତାଭାବ ଅଛି । |
9
|
ଗିବୀୟାର ସମୟରେ ଯେପରି, ସେମାନେ ଆପଣାମାନଙ୍କୁ ସେପରି ଅତିଶୟ ଭ୍ରଷ୍ଟ କରିଅଛନ୍ତି; ସେ ସେମାନଙ୍କର ଅଧର୍ମ ସ୍ମରଣ କରି ସେମାନଙ୍କ ପାପସକଳର ପ୍ରତିଫଳ ଦେବେ । |
10
|
ଆମ୍ଭେ ଦ୍ରାକ୍ଷାଫଳର ନ୍ୟାୟ ଇସ୍ରାଏଲକୁ ପ୍ରାନ୍ତରରେ ପାଇଲୁ; ଆମ୍ଭେ ଡିମିରି ବୃକ୍ଷର ପ୍ରଥମକାଳୀନ ଆଦ୍ୟପକ୍ଵ ଫଳର ନ୍ୟାୟ ତୁମ୍ଭର ପିତୃପୁରୁଷଗଣଙ୍କୁ ଦେଖିଲୁ; ମାତ୍ର ସେମାନେ ବାଲ୍-ପୀୟୋରର ନିକଟକୁ ଆସି ସେହି ଲଜ୍ଜାସ୍ପଦର ଉଦ୍ଦେଶ୍ୟରେ ଆପଣାମାନଙ୍କୁ ପ୍ରତିଷ୍ଠା କଲେ ଓ ଯାହାକୁ ସେମାନେ ପ୍ରେମ କଲେ, ତାହାରି ତୁଲ୍ୟ ଘୃଣାଯୋଗ୍ୟ ହେଲେ । |
11
|
ଇଫ୍ରୟିମର ଗୌରବ ପକ୍ଷୀ ପରି ଉଡ଼ିଯିବ; ତାହାର କୌଣସି ଜନ୍ମ, ଗର୍ଭ କିଅବା ଗର୍ଭଧାରଣ ନୋହିବ । |
12
|
ଯଦ୍ୟପି ସେମାନେ ସନ୍ତାନଗଣକୁ ପ୍ରତିପାଳନ କରିବେ, ତଥାପି ଆମ୍ଭେ ସେମାନଙ୍କୁ ନିଃସନ୍ତାନ କରିବା, ତହିଁରେ ଜଣେ ମନୁଷ୍ୟ ହିଁ ସେଠାରେ ରହିବ ନାହିଁ; ହଁ, ଆମ୍ଭେ ସେମାନଙ୍କୁ ଯେତେବେଳେ ପରିତ୍ୟାଗ କରିବା, ସେତେବେଳେ ସେମାନଙ୍କର ସନ୍ତାପ ହେବ! |
13
|
ଆମ୍ଭେ ସୋରକୁ ଯେପରି ଦେଖିଅଛୁ, ଇଫ୍ରୟିମ ସେପରି ମନୋହର ସ୍ଥାନରେ ରୋପିତ ହୋଇଅଛି; ମାତ୍ର ଇଫ୍ରୟିମ ଆପଣା ସନ୍ତାନଗଣକୁ ହତ୍ୟାକାରୀର ନିକଟକୁ ବାହାର କରି ଆଣିବ । |
14
|
ହେ ସଦାପ୍ରଭୁ, ସେମାନଙ୍କୁ ଦିଅ; ତୁମ୍ଭେ ସେମାନଙ୍କୁ କଅଣ ଦେବ? ସେମାନଙ୍କୁ ଗର୍ଭସ୍ରାବ ଉଦର ଓ ଶୁଷ୍କ ସ୍ତନ ଦିଅ । |
15
|
ସେମାନଙ୍କର ଦୁଷ୍ଟତାସକଳ ଗିଲ୍ଗଲ୍ରେ ଅଛି; କାରଣ ସେଠାରେ ଆମ୍ଭେ ସେମାନଙ୍କୁ ଘୃଣା କଲୁ; ଆମ୍ଭେ ସେମାନଙ୍କ କ୍ରିୟାର ଦୁଷ୍ଟତା ସକାଶୁ ସେମାନଙ୍କୁ ଆମ୍ଭ ଗୃହରୁ ତଡ଼ିଦେବା; ଆମ୍ଭେ ସେମାନଙ୍କୁ ଆଉ ସ୍ନେହ କରିବା ନାହିଁ; ସେମାନଙ୍କର ଅଧିପତି ସମସ୍ତେ ବିଦ୍ରୋହୀ। |
16
|
ଇଫ୍ରୟିମ ଆହତ ହୋଇଅଛି, ସେମାନଙ୍କର ମୂଳ ଶୁଷ୍କ ହୋଇଅଛି; ସେମାନେ ଫଳ ଧାରଣ କରିବେ ନାହିଁ; ହଁ, ଯଦ୍ୟପି ସେମାନେ ପ୍ରସବ କରିବେ, ତଥାପି ଆମ୍ଭେ ସେମାନଙ୍କ ଗର୍ଭର ପ୍ରିୟତମ ଫଳକୁ ସଂହାର କରିବା । |
17
|
ମୋର ପରମେଶ୍ଵର ସେମାନଙ୍କୁ ଦୂର କରି ଦେବେ, କାରଣ ସେମାନେ ତାହାଙ୍କ ବାକ୍ୟରେ କର୍ଣ୍ଣପାତ କଲେ ନାହିଁ; ଆଉ, ସେମାନେ ନାନା ଗୋଷ୍ଠୀ ମଧ୍ୟରେ ଭ୍ରମଣକାରୀ ହେବେ । |