Indian Language Bible Word Collections
Hosea 7:9
Hosea Chapters
Hosea 7 Verses
Books
Old Testament
New Testament
Bible Versions
English
Tamil
Hebrew
Greek
Malayalam
Hindi
Telugu
Kannada
Gujarati
Punjabi
Urdu
Bengali
Oriya
Marathi
Assamese
Books
Old Testament
New Testament
Hosea Chapters
Hosea 7 Verses
1
|
ଆମ୍ଭେ ଯେତେବେଳେ ଇସ୍ରାଏଲକୁ ସୁସ୍ଥ କରିବାକୁ ଇଚ୍ଛା କରୁ, ସେତେବେଳେ ଇଫ୍ରୟିମର ଅଧର୍ମ ଓ ଶମରୀୟାର ଦୁଷ୍ଟତା ପ୍ରକାଶିତ ହୁଅଇ; କାରଣ ସେମାନେ ଅସତ୍ୟତାର ବ୍ୟବହାର କରନ୍ତି ଓ ଚୋର ଭିତରେ ପ୍ରବେଶ କରେ, ଆଉ ଡକାଇତ-ଦଳ ବାହାରେ ଲୁଟ କରନ୍ତି । |
2
|
ପୁଣି, ଆମ୍ଭେ ଯେ ସେମାନଙ୍କର ସମସ୍ତ ଦୁଷ୍ଟତା ସ୍ମରଣ କରୁ, ଏହା ସେମାନେ ଆପଣାମାନଙ୍କ ଅନ୍ତଃକରଣରେ ବିବେଚନା କରନ୍ତି ନାହିଁ; ଏବେ ସେମାନଙ୍କର ନିଜ କାର୍ଯ୍ୟସବୁ ସେମାନଙ୍କୁ ବେଷ୍ଟନ କରିଅଛି; ସେସବୁ ଆମ୍ଭ ସମ୍ମୁଖରେ ଅଛି । |
3
|
ସେମାନେ ଆପଣାମାନଙ୍କର ଦୁଷ୍ଟତା ଦ୍ଵାରା ରାଜାକୁଓ ଆପଣାମାନଙ୍କ ମିଥ୍ୟା ଦ୍ଵାରା ଅଧିପତିମାନଙ୍କୁ ଆନନ୍ଦିତ କରାନ୍ତି। |
4
|
ସେସମସ୍ତେ ପାରଦାରିକ; ସେମାନେ ରୁଟୀ ପ୍ରସ୍ତୁତକାରୀ ଦ୍ଵାରା ଉତ୍ତପ୍ତ ତନ୍ଦୁର ସ୍ଵରୂପ; ମଇଦା ଦଳିବା ସମୟଠାରୁ ତହିଁରେ ତାଡ଼ି ମିଶ୍ରିତ ନ ହେବା ପର୍ଯ୍ୟନ୍ତ ସେ ଅଗ୍ନି ଉସ୍କାଇବାରୁ ନିବୃତ୍ତ ହୁଏ । |
5
|
ଆମ୍ଭମାନଙ୍କ ରାଜାଙ୍କ ଦିନରେ ଅଧିପତିମାନେ ଦ୍ରାକ୍ଷାରସର ଉତ୍ତାପରେ ଆପଣାମାନଙ୍କୁ ପୀଡ଼ିତ କଲେ; ସେ ନିନ୍ଦକମାନଙ୍କ ସଙ୍ଗେ ଆପଣା ହସ୍ତ ବଢ଼ାଇଲା । |
6
|
କାରଣ ସେମାନେ ଛକି ବସି ଆପଣା ଆପଣା ଅନ୍ତଃକରଣ ତୁନ୍ଦୁରୁ ପରି ପ୍ରସ୍ତୁତ କରିଅଛନ୍ତି; ସେମାନଙ୍କର ରୁଟୀ ପ୍ରସ୍ତୁତକାରୀ ରାତ୍ରିଯାକ ନିଦ୍ରିତ ହୁଏ; ପ୍ରାତଃକାଳରେ ତାହା ପ୍ରଜ୍ଵଳିତ ଅଗ୍ନି ପରି ଜ୍ଵଳଇ । |
7
|
ସେସମସ୍ତେ ତୁନ୍ଦୁର ପରି ଉତ୍ତପ୍ତ ଅଟନ୍ତି ଓ ଆପଣାମାନଙ୍କର ବିଚାରକର୍ତ୍ତୃଗଣକୁ ଗ୍ରାସ କରନ୍ତି; ସେମାନଙ୍କର ସବୁ ରାଜାମାନେ ପତିତ ହୋଇଅଛନ୍ତି; ସେମାନଙ୍କ ମଧ୍ୟରେ କେହି ଆମ୍ଭ ନିକଟରେ ପ୍ରାର୍ଥନା କରନ୍ତି ନାହିଁ । |
8
|
ଇଫ୍ରୟିମ ଗୋଷ୍ଠୀଗଣ ମଧ୍ୟରେ ଆପେ ମିଶ୍ରିତ ହୁଅଇ; ଇଫ୍ରୟିମ ଲେଉଟା ନୋହିବା ପିଷ୍ଟକ ତୁଲ୍ୟ । |
9
|
ବିଦେଶୀମାନେ ତାହାର ବଳ ଗ୍ରାସ କରିଅଛନ୍ତି, ଆଉ ସେ ତାହା ଜାଣେ ନାହିଁ; ହଁ, ତାହାର ମସ୍ତକରେ, ଏଠାରେ ସେଠାରେ ପକ୍ଵକେଶ ଅଛି, ମାତ୍ର ସେ ତାହା ଜାଣେ ନାହିଁ । |
10
|
ପୁଣି, ଇସ୍ରାଏଲର ଦର୍ପ ତାହାର ସାକ୍ଷାତରେ ସାକ୍ଷ୍ୟ ଦିଏ; ତଥାପି ସେମାନେ ସଦାପ୍ରଭୁ ଆପଣାମାନଙ୍କ ପରମେଶ୍ଵରଙ୍କ ନିକଟକୁ ଫେରି ନାହାନ୍ତି, କିଅବା ଏସବୁ ଘଟିଲେ ହେଁ ସେମାନେ ତାହାଙ୍କର ଅନ୍ଵେଷଣ କରି ନାହାନ୍ତି । |
11
|
ପୁଣି, ଇଫ୍ରୟିମ ଅବୋଧ କପୋତର ତୁଲ୍ୟ ବୁଦ୍ଧିହୀନ; ସେମାନେ ମିସରକୁ ନିବେଦନ କରନ୍ତି, ସେମାନେ ଅଶୂରକୁ ଯାଆନ୍ତି, । |
12
|
ଯେତେବେଳେ ସେମାନେ ଯିବେ, ସେତେବେଳେ ଆମ୍ଭେ ସେମାନଙ୍କ ଉପରେ ଆପଣା ଜାଲ ପ୍ରସାର କରିବା; ଆମ୍ଭେ ସେମାନଙ୍କୁ ଆକାଶର ପକ୍ଷୀଗଣ ପରି ତଳକୁ ଆଣିବା; ସେମାନଙ୍କ ସମାଜ ଯେପରି ଶୁଣିଅଛନ୍ତି, ସେପରି ଆମ୍ଭେ ସେମାନଙ୍କୁ ଶାସ୍ତି ଦେବା । |
13
|
ସେମାନେ ସନ୍ତାପର ପାତ୍ର! କାରଣ ସେମାନେ ଆମ୍ଭ ନିକଟରୁ ବିପଥଗାମୀ ହୋଇଅଛନ୍ତି; ସେମାନଙ୍କର ସର୍ବନାଶ ଘଟିବ; କାରଣ ସେମାନେ ଆମ୍ଭ ବିରୁଦ୍ଧରେ ଅପରାଧ କରିଅଛନ୍ତି; ଆମ୍ଭେ ସେମାନଙ୍କୁ ମୁକ୍ତ କରିବାକୁ ଇଚ୍ଛା କଲେ ହେଁ ସେମାନେ ଆମ୍ଭ ବିରୁଦ୍ଧରେ ମିଥ୍ୟା କଥା କହିଅଛନ୍ତି । |
14
|
ପୁଣି, ସେମାନେ ଅନ୍ତଃକରଣ ସହିତ ଆମ୍ଭ ନିକଟରେ କ୍ରନ୍ଦନ କରି ନାହାନ୍ତି; ମାତ୍ର ସେମାନେ ଆପଣା ଶଯ୍ୟାରେ ହାହାକାର କରନ୍ତି; ସେମାନେ ଶସ୍ୟ ଓ ଦ୍ରାକ୍ଷାରସର ନିମନ୍ତେ ଆପଣାମାନଙ୍କୁ ଏକତ୍ର କରନ୍ତି, ସେମାନେ ଆମ୍ଭ ବିରୁଦ୍ଧରେ ବିଦ୍ରୋହାଚରଣ କରନ୍ତି । |
15
|
ଆମ୍ଭେ ସେମାନଙ୍କ ବାହୁକୁ ଶିକ୍ଷା ଦେଇ ସବଳ କଲେ ହେଁ ସେମାନେ ଆମ୍ଭ ବିରୁଦ୍ଧରେ କୁକଳ୍ପନା କରନ୍ତି । |
16
|
ସେମାନେ ଫେରି ଆସନ୍ତି ପ୍ରମାଣ, ମାତ୍ର ଊର୍ଦ୍ଧ୍ଵସ୍ଥଙ୍କ ପ୍ରତି ନୁହେଁ; ସେମାନେ ପ୍ରବଞ୍ଚକ ଧନୁ ତୁଲ୍ୟ; ସେମାନଙ୍କର ଅଧିପତିମାନେ ଆପଣା ଆପଣା ଜିହ୍ଵାର ପ୍ରଚଣ୍ତତା ହେତୁରୁ ଖଡ଼୍ଗ ଦ୍ଵାରା ପତିତ ହେବେ; ଏହା ମିସର ଦେଶରେ ସେମାନଙ୍କ ପକ୍ଷରେ ଉପହାସର ବିଷୟ ହେବ । |