Indian Language Bible Word Collections
Hosea 1:11
Hosea Chapters
Hosea 1 Verses
Books
Old Testament
New Testament
Bible Versions
English
Tamil
Hebrew
Greek
Malayalam
Hindi
Telugu
Kannada
Gujarati
Punjabi
Urdu
Bengali
Oriya
Marathi
Assamese
Books
Old Testament
New Testament
Hosea Chapters
Hosea 1 Verses
1
|
ଯିହୁଦାର ରାଜଗଣ ଉଷୀୟ, ଯୋଥମ, ଆହସ ଓ ହିଜକୀୟର ଅଧିକାର ସମୟରେ ଯୋୟାସର ପୁତ୍ର ଇସ୍ରାଏଲର ରାଜା ଯାରବୀୟାମର ସମୟରେ ସଦାପ୍ରଭୁଙ୍କର ଏହି ବାକ୍ୟ ବେରିଙ୍କ ପୁତ୍ର ହୋଶେୟଙ୍କର ନିକଟରେ ଉପସ୍ଥିତ ହେଲା । |
2
|
ଯେଉଁ ସମୟରେ ସଦାପ୍ରଭୁ ପ୍ରଥମରେ ହୋଶେୟଙ୍କ ଦ୍ଵାରା କଥା କହିଲେ, ସେହି ସମୟରେ ସଦାପ୍ରଭୁ ହୋଶେୟଙ୍କୁ କହିଲେ, ତୁମ୍ଭେ ଯାଇ ବ୍ୟଭିଚାରିଣୀ ଏକ ଭାର୍ଯ୍ୟାକୁ ଓ ବ୍ୟଭିଚାରରୁ ଜାତ ସନ୍ତାନଗଣକୁ ଗ୍ରହଣ କର; କାରଣ ଏହି ଦେଶ ସଦାପ୍ରଭୁଙ୍କୁ ପରିତ୍ୟାଗ କରି ମହା ବ୍ୟଭିଚାର କରୁଅଛି । |
3
|
ତହିଁରେ ସେ ଯାଇ ଦିବ୍ଲାଇମର କନ୍ୟା ଗୋମରକୁ ଗ୍ରହଣ କଲା ଓ ସେ ଗର୍ଭବତୀ ହୋଇ ତାହାର ଏକ ପୁତ୍ର ପ୍ରସବ କଲା । |
4
|
ତହୁଁ ସଦାପ୍ରଭୁ ତାହାକୁ କହିଲେ, ତୁମ୍ଭେ ତାହାର ନାମ ଯିଷ୍ରିୟେଲ ରଖ; କାରଣ ଅଳ୍ପ କାଳ ଉତ୍ତାରେ ଆମ୍ଭେ ଯେହୂର ବଂଶକୁ ଯିଷ୍ରିୟେଲର ରକ୍ତପାତର ଫଳ ଭୋଗ କରାଇବା ଓ ଇସ୍ରାଏଲ ବଂଶର ରାଜ୍ୟ ଶେଷ କରାଇବା । |
5
|
ପୁଣି, ସେସମୟରେ ଆମ୍ଭେ ଯିଷ୍ରିୟେଲର ଉପତ୍ୟକାରେ ଇସ୍ରାଏଲର ଧନୁ ଭଗ୍ନ କରିବା । |
6
|
ଆଉ, ସେ ସ୍ତ୍ରୀ ପୁନର୍ବାର ଗର୍ଭଧାରଣ କରି ଏକ କନ୍ୟା ପ୍ରସବ କଲା । ଆଉ, ସଦାପ୍ରଭୁ ତାହାକୁ କହିଲେ, ତୁମ୍ଭେ ତାହାର ନାମ ଲୋ-ରୁହାମା (ଅଦୟା ପାତ୍ରୀ) ରଖ; କାରଣ ଆମ୍ଭେ କୌଣସିମତେ ଇସ୍ରାଏଲ ବଂଶକୁ କ୍ଷମା କରିବା ପାଇଁ ସେମାନଙ୍କ ପ୍ରତି ଆଉ ଦୟା ପ୍ରକାଶ କରିବା ନାହିଁ । |
7
|
ମାତ୍ର ଆମ୍ଭେ ଯିହୁଦା-ବଂଶ ପ୍ରତି ଦୟା କରିବା ଓ ଧନୁ କି ଖଡ଼୍ଗ କି ଯୁଦ୍ଧ କି ଅଶ୍ଵଗଣ କିଅବା ଅଶ୍ଵାରୋହୀଗଣ ଦ୍ଵାରା ସେମାନଙ୍କୁ ଉଦ୍ଧାର ନ କରି ସଦାପ୍ରଭୁ ସେମାନଙ୍କ ପରମେଶ୍ଵରଙ୍କ ଦ୍ଵାରା ଉଦ୍ଧାର କରିବା । |
8
|
ସେ ସ୍ତ୍ରୀ ଲୋ-ରୁହାମାକୁ ସ୍ତନ୍ୟପାନ ତ୍ୟାଗ କରାଇଲା ଉତ୍ତାରେ ଗର୍ଭଧାରଣ କରି ଏକ ପୁତ୍ର ପ୍ରସବ କଲା । |
9
|
ତହିଁରେ ସଦାପ୍ରଭୁ କହିଲେ, ତୁମ୍ଭେ ତାହାର ନାମ ଲୋ-ଆମୀ (ଆମ୍ଭର ଲୋକ ନୁହେଁ) ରଖ; କାରଣ ତୁମ୍ଭେମାନେ ଆମ୍ଭର ଲୋକ ନୁହଁ ଓ ଆମ୍ଭେ ତୁମ୍ଭମାନଙ୍କର ପରମେଶ୍ଵର ନୋହିବା । |
10
|
ତଥାପି ଇସ୍ରାଏଲ-ସନ୍ତାନଗଣର ସଂଖ୍ୟା ସମୁଦ୍ରର ବାଲୁକା ତୁଲ୍ୟ ଅପରିମେୟ ଓ ଅସଂଖ୍ୟ ହେବ; ପୁଣି, ଯେଉଁ ସ୍ଥଳରେ ସେମାନଙ୍କୁ, ତୁମ୍ଭେମାନେ ଆମ୍ଭର ଲୋକ ନୁହଁ ବୋଲି କୁହା ଯାଇଥିଲା, ସେସ୍ଥଳରେ ସେମାନଙ୍କୁ କୁହାଯିବ ଯେ, ତୁମ୍ଭେମାନେ ଜୀବିତ ପରମେଶ୍ଵରଙ୍କର ସନ୍ତାନଗଣ ଅଟ । |
11
|
ଆଉ, ଯିହୁଦାର ସନ୍ତାନଗଣ ଓ ଇସ୍ରାଏଲର ସନ୍ତାନଗଣ ଏକତ୍ର ସଂଗ୍ରହ କରାଯିବେ ଓ ସେମାନେ ଆପଣାମାନଙ୍କ ଉପରେ ଏକ ଜଣକୁ ପ୍ରଧାନ ରୂପେ ନିଯୁକ୍ତ କରି ଦେଶରୁ ଯାତ୍ରା କରିବେ; କାରଣ ଯିଷ୍ରିୟେଲର ଦିନ ମହତ ଦିନ ହେବ । |