Indian Language Bible Word Collections
Genesis 17:3
Genesis Chapters
Genesis 17 Verses
Books
Old Testament
New Testament
Bible Versions
English
Tamil
Hebrew
Greek
Malayalam
Hindi
Telugu
Kannada
Gujarati
Punjabi
Urdu
Bengali
Oriya
Marathi
Assamese
Books
Old Testament
New Testament
Genesis Chapters
Genesis 17 Verses
1
|
ଅବ୍ରାମଙ୍କର ଅନେଶ୍ଵତ ବର୍ଷ ବୟସରେ ସଦାପ୍ରଭୁ ତାଙ୍କୁ ଦର୍ଶନ ଦେଇ କହିଲେ, ଆମ୍ଭେ ସର୍ବଶକ୍ତିମାନ ପରମେଶ୍ଵର; ଆମ୍ଭ ଛାମୁରେ ଧର୍ମାଚରଣ କରି ତୁମ୍ଭେ ସିଦ୍ଧ ହୁଅ । |
2
|
ଆମ୍ଭେ ତୁମ୍ଭ ସହିତ ଆପଣା ନିୟମ ସ୍ଥିର କରି ତୁମ୍ଭକୁ ଅତିଶୟ ବୃଦ୍ଧି କରିବା । |
3
|
ତହିଁରେ ଅବ୍ରାମ ମୁହଁ ମାଡ଼ି ପଡ଼ନ୍ତେ, ପରମେଶ୍ଵର ତାଙ୍କ ସହିତ ଆଳାପ କରି କହିଲେ, |
4
|
ଦେଖ, ଆମ୍ଭେ ତୁମ୍ଭ ସହିତ ଆପଣା ନିୟମ ସ୍ଥିର କରୁଅଛୁ, ତୁମ୍ଭେ ଅନେକ ଗୋଷ୍ଠୀର ଆଦିପୁରୁଷ ହେବ । |
5
|
ପୁଣି ତୁମ୍ଭ ନାମ ଅବ୍ରାମ (ମହାପିତା) ଆଉ ରହିବ ନାହିଁ, ମାତ୍ର ଅବ୍ରହାମ (ବହୁଲୋକର ପିତା) ହେବ । ଯେହେତୁ ଆମ୍ଭେ ତୁମ୍ଭକୁ ଅନେକ ଗୋଷ୍ଠୀର ଆଦିପିତା କଲୁ । |
6
|
ଆମ୍ଭେ ତୁମ୍ଭକୁ ଅତିଶୟ ବୃଦ୍ଧି କରିବା, ତୁମ୍ଭଠାରୁ ଅନେକ ଗୋଷ୍ଠୀ ଜାତ କରାଇବା ଓ ରାଜାମାନେ ତୁମ୍ଭଠାରୁ ଉତ୍ପନ୍ନ ହେବେ । |
7
|
ଆମ୍ଭେ ତୁମ୍ଭ ସହିତ ଓ ତୁମ୍ଭ ଭବିଷ୍ୟତ ବଂଶପରମ୍ପରା ସହିତ ଯେଉଁ ନିୟମ ସ୍ଥିର କଲୁ, ତାହା ଅନନ୍ତକାଳ ସ୍ଥାୟୀ ହେବ । ତହିଁରେ ଆମ୍ଭେ ତୁମ୍ଭର ଓ ତୁମ୍ଭ ଭବିଷ୍ୟତ ବଂଶର ପରମେଶ୍ଵର ହେବା । |
8
|
ପୁଣି ତୁମ୍ଭେ ଏବେ ଏହି ଯେଉଁ କିଣାନ ଦେଶରେ ପ୍ରବାସ କରୁଅଛ, ତହିଁର ସମୁଦାୟ ଆମ୍ଭେ ତୁମ୍ଭକୁ ଓ ତୁମ୍ଭର ଭବିଷ୍ୟତ ବଂଶକୁ ଅନନ୍ତକାଳୀନ ଅଧିକାର ନିମନ୍ତେ ଦେବା ଓ ଆମ୍ଭେ ସେମାନଙ୍କର ପରମେଶ୍ଵର ହେବା । |
9
|
ପରମେଶ୍ଵର ଅବ୍ରହାମଙ୍କୁ ଆହୁରି କହିଲେ, ତୁମ୍ଭେ ଆମ୍ଭର ନିୟମ ପାଳନ କରିବ; ତୁମ୍ଭେ ଓ ତୁମ୍ଭର ଭବିଷ୍ୟତ ବଂଶ ପୁରୁଷାନୁକ୍ରମେ ତାହା ପାଳନ କରିବେ । |
10
|
ତୁମ୍ଭର ଓ ତୁମ୍ଭ ଭବିଷ୍ୟତ ବଂଶର ସହିତ କୃତ ଆମ୍ଭର ଯେଉଁ ନିୟମ ତୁମ୍ଭେମାନେ ପାଳନ କରିବ ତାହା ଏହି, ତୁମ୍ଭମାନଙ୍କର ପ୍ରତ୍ୟେକ ପୁରୁଷ ସୁନ୍ନତ୍ ହେବ । |
11
|
ତୁମ୍ଭେମାନେ ଆପଣା ଆପଣାର ଲିଙ୍ଗାଗ୍ର ଚର୍ମ ଛେଦନ କରିବ; ଆଉ ତାହା ତୁମ୍ଭମାନଙ୍କ ସହିତ ଆମ୍ଭ ନିୟମର ଚିହ୍ନ ହେବ । |
12
|
ପୁରୁଷାନୁକ୍ରମେ ତୁମ୍ଭମାନଙ୍କ ପ୍ରତ୍ୟେକ ପୁତ୍ର ସନ୍ତାନର ଆଠ ଦିନ ବୟସରେ ସୁନ୍ନତ ହେବ । ପୁଣି ଯେଉଁମାନେ ତୁମ୍ଭର ବଂଶ ନୁହନ୍ତି, ଏପରି ବିଦେଶୀୟ ଯେଉଁ ଲୋକ ତୁମ୍ଭ ଗୃହରେ ଜାତ ଅଥବା ମୂଲ୍ୟରେ କ୍ରୀତ ହୁଏ, ତାହାର ମଧ୍ୟ ସୁନ୍ନତ ହେବ । |
13
|
ପୁଣି ତୁମ୍ଭର ଗୃହଜାତ ଅଥବା ମୂଲ୍ୟକ୍ରୀତ ଲୋକର ସୁନ୍ନତ ଅବଶ୍ୟ କର୍ତ୍ତବ୍ୟ; ତହିଁରେ ଅନନ୍ତକାଳ ନିମିତ୍ତ ତୁମ୍ଭମାନଙ୍କ ମାଂସରେ ଆମ୍ଭ ନିୟମର ଚିହ୍ନ ଥିବ । |
14
|
ମାତ୍ର ଯାହାର ଲିଙ୍ଗାଗ୍ର ଚର୍ମର ଛେଦନ ହେବ ନାହିଁ, ଏପରି ଯେ ଅସୁନ୍ନତ୍ ପୁରୁଷ, ସେ ପ୍ରାଣୀ ଆପଣା ଲୋକମାନଙ୍କ ମଧ୍ୟରୁ ଉଚ୍ଛିନ୍ନ ହେବ; ସେ ଆମ୍ଭର ନିୟମ ଲଙ୍ଘନ କଲା । |
15
|
ତହିଁ ଉତ୍ତାରୁ ପରମେଶ୍ଵର ଅବ୍ରହାମଙ୍କୁ କହିଲେ, ତୁମ୍ଭେ ଆପଣା ଭାର୍ଯ୍ୟା ସାରୀକି ଆଉ ସାରୀ (କୁଳୀନା) ବୋଲି ଡାକ ନାହିଁ; ତାହାର ନାମ ସାରା (ରାଣୀ) ହେଲା । |
16
|
ଆମ୍ଭେ ତାହାକୁ ଆଶୀର୍ବାଦ କରିବା ଓ ତାହାଠାରୁ ତୁମ୍ଭକୁ ଗୋଟିଏ ପୁତ୍ର ଦେବା; ଆମ୍ଭେ ତାହାକୁ ଆଶୀର୍ବାଦ କରିବା, ସେ ନାନା ଗୋଷ୍ଠୀର ଆଦିମାତା ହେବ, ତାହାଠାରୁ ନାନାଦେଶୀୟ ରାଜଗଣ ଉତ୍ପନ୍ନ ହେବେ । |
17
|
ସେତେବେଳେ ଅବ୍ରହାମ ମୁହଁ ମାଡ଼ି ପଡ଼ି ହସିଲେ, ପୁଣି ମନେ ମନେ କହିଲେ, ପୁରୁଷର ଶହେ ବର୍ଷ ବୟସରେ କି ସନ୍ତାନ ଜାତ ହେବ? ନବେ ବର୍ଷ ବୟସ୍କା ସାରା କି ପ୍ରସବ କରିବ? |
18
|
ତହିଁରେ ଅବ୍ରହାମ ପରମେଶ୍ଵରଙ୍କୁ କହିଲେ, ଇଶ୍ମାଏଲ ତୁମ୍ଭ ଛାମୁରେ ବଞ୍ଚି ଥାଉ । |
19
|
ସେତେବେଳେ ପରମେଶ୍ଵର କହିଲେ, ତୁମ୍ଭର ଭାର୍ଯ୍ୟା ସାରା ତୁମ୍ଭ ନିମନ୍ତେ ନିଶ୍ଚୟ ପୁତ୍ର ପ୍ରସବ କରିବ, ପୁଣି ତୁମ୍ଭେ ତାହାର ନାମ ଇସ୍ହାକ ରଖିବ, ପୁଣି ଆମ୍ଭେ ତାହା ସହିତ ଆପଣା ନିୟମ ସ୍ଥିର କରିବା; ତାହା ତାହାର ଭବିଷ୍ୟତ ବଂଶ ପକ୍ଷରେ ଚିରସ୍ଥାୟୀ ନିୟମ ହେବ । |
20
|
ପୁଣି ଇଶ୍ମାଏଲ ବିଷୟରେ ତୁମ୍ଭର ପ୍ରାର୍ଥନା ଶୁଣିଲୁ; ଦେଖ, ଆମ୍ଭେ ତାହାକୁ ଆଶୀର୍ବାଦ କରିବା, ପୁଣି ବହୁ ପ୍ରଜାବ; କରି ତାହାର ବଂଶ ଅତିଶୟ ବୃଦ୍ଧି କରିବା । ତାହାଠାରୁ ଦ୍ଵାଦଶ ରାଜା ଜାତ ହେବେ ଓ ଆମ୍ଭେ ତାହାକୁ ବଡ଼ ଗୋଷ୍ଠୀ କରିବା । |
21
|
ମାତ୍ର ଆଗାମୀ ବର୍ଷର ଏହି ସମୟରେ ସାରାର ଗର୍ଭରୁ ଯେଉଁ ଇସ୍ହାକ ଜନ୍ମିବ, ତାହା ସହିତ ଆମ୍ଭେ ଆପଣା ନିୟମ ସ୍ଥିର କରିବା । |
22
|
ଏପ୍ରକାରେ କଥାବାର୍ତ୍ତା ଶେଷ କରି ପରମେଶ୍ଵର ଅବ୍ରହାମଙ୍କ ନିକଟରୁ ଊର୍ଦ୍ଧ୍ଵଗମନ କଲେ । |
23
|
ଏଥିଉତ୍ତାରୁ ଅବ୍ରହାମ ଆପଣା ପୁତ୍ର ଇଶ୍ମାଏଲକୁ ଓ ଆପଣା ଗୃହଜାତ ଓ ମୂଲ୍ୟକ୍ରୀତ ସମସ୍ତ ଲୋକଙ୍କୁ, ଅର୍ଥାତ୍ ଅବ୍ରହାମଙ୍କର ଗୃହସ୍ଥିତ ପ୍ରତ୍ୟେକ ପୁରୁଷକୁ ଘେନି ପରମେଶ୍ଵରଙ୍କ ଆଜ୍ଞାନୁସାରେ ସେହି ଦିନ ସମସ୍ତଙ୍କ ଲିଙ୍ଗାଗ୍ର ଚର୍ମ ଛେଦନ କଲେ । |
24
|
ଅବ୍ରହାମଙ୍କର ଅନେଶ୍ଵତ ବର୍ଷ ବୟସରେ ତାଙ୍କର ଲିଙ୍ଗାଗ୍ର ଚର୍ମର ଛେଦନ ହେଲା । |
25
|
ପୁଣି ତାଙ୍କର ପୁତ୍ର ଇଶ୍ମାଏଲର ତେର ବର୍ଷ ବୟସରେ ଲିଙ୍ଗାଗ୍ର ଚର୍ମର ଛେଦନ ହେଲା । |
26
|
ଏହିରୂପେ ଏକ ଦିନରେ ଅବ୍ରହାମଙ୍କର ଓ ତାଙ୍କ ପୁତ୍ର ଇଶ୍ମାଏଲର ସୁନ୍ନତ ହେଲା । |
27
|
ପୁଣି ତାଙ୍କ ଗୃହଜାତ ଓ ବିଦେଶୀୟମାନଙ୍କ ନିକଟରୁ ମୂଲ୍ୟକ୍ରୀତ ତାଙ୍କ ଗୃହସ୍ଥ ସମସ୍ତ ପୁରୁଷର ସୁନ୍ନତ ହେଲା । |