Indian Language Bible Word Collections
2 Samuel 23:24
2 Samuel Chapters
2 Samuel 23 Verses
Books
Old Testament
New Testament
Bible Versions
English
Tamil
Hebrew
Greek
Malayalam
Hindi
Telugu
Kannada
Gujarati
Punjabi
Urdu
Bengali
Oriya
Marathi
Assamese
Books
Old Testament
New Testament
2 Samuel Chapters
2 Samuel 23 Verses
1
|
ଦାଉଦଙ୍କର ଶେଷ କଥା ଏହି । ଯିଶୀର ପୁତ୍ର ଦାଉଦ କହେ, ଯେ ବ୍ୟକ୍ତି ଉଚ୍ଚୀକୃତ, ଯେ ଯାକୁବର ପରମେଶ୍ଵରଙ୍କ ଅଭିଷିକ୍ତ ଓ ଇସ୍ରାଏଲର ମଧୁର ଗାୟକ, ସେ କହେ; |
2
|
ମୋʼ ଦ୍ଵାରା ସଦାପ୍ରଭୁଙ୍କ ଆତ୍ମା କହିଲେ ଓ ତାହାଙ୍କର ବାକ୍ୟ ମୋʼ ଜିହ୍ଵାରେ ଥିଲା । |
3
|
ଇସ୍ରାଏଲର ପରମେଶ୍ଵର କହିଲେ, ଇସ୍ରାଏଲର ଶୈଳ ମୋତେ କହିଲେ; ଏକ ବ୍ୟକ୍ତି ଧର୍ମରେ ଲୋକ-ମାନଙ୍କ ଉପରେ ରାଜତ୍ଵ କରିବେ, ସେ ପରମେଶ୍ଵରଙ୍କ ଭୟରେ ରାଜତ୍ଵ କରିବେ । |
4
|
ସେ ସୂର୍ଯ୍ୟୋଦୟ ସମୟର ପ୍ରାତଃକାଳୀନ ଦୀପ୍ତି ତୁଲ୍ୟ, ମେଘରହିତ ପ୍ରଭାତ ତୁଲ୍ୟ ହେବେ; ସେସମୟରେ ବୃଷ୍ଟି ଉତ୍ତାରୁ ନିର୍ମଳ କିରଣ ଦ୍ଵାରା ଭୂମିରୁ କୋମଳ ତୃଣ ଅଙ୍କୁରିତ ହୁଏ । |
5
|
ସତ୍ୟ, ମୋହର ବଂଶ ପରମେଶ୍ଵରଙ୍କ ନିକଟରେ ସେପରି ନୁହେଁ; ତଥାପି ସେ ମୋʼ ସହିତ ସର୍ବବିଷୟରେ ସୁସମ୍ପନ୍ନ ଓ ସୁରକ୍ଷିତ ଏକ ଅନନ୍ତକାଳୀନ ନିୟମ କରିଅଛନ୍ତି, ଏଣୁ ସେ ତାହା ବୃଦ୍ଧି ନ କଲେ ହେଁ ଏହା ହିଁ ଆମ୍ଭର ପରମ ପରିତ୍ରାଣ ଓ ପରମ ବାଞ୍ଛା । |
6
|
ମାତ୍ର ପାପାଧମ ସମସ୍ତେ ଉତ୍ପାଟନୀୟ କଣ୍ଟକ ସ୍ଵରୂପ, କାରଣ ସେମାନେ ହସ୍ତରେ ଧରା ଯାଇ ନ ପାରନ୍ତି; |
7
|
ମାତ୍ର ଯେଉଁ ଲୋକ ସେମାନଙ୍କୁ ସ୍ପର୍ଶ କରିବ, ଲୌହ ଓ ବର୍ଚ୍ଛାଦଣ୍ତରେ ତାହାକୁ ସଜ୍ଜିତ ହେବାକୁ ହେବ; ସେମାନେ ଆପଣା ଆପଣା ସ୍ଥାନରେ ନିଃଶେଷ ରୂପେ ଅଗ୍ନିରେ ଦଗ୍ଧ ହେବେ । |
8
|
ଦାଉଦଙ୍କର ବୀରମାନଙ୍କ ନାମାବଳୀ ଏହି; ତଖମୋନୀୟ ଯୋଶେବ୍-ବଶେବତ୍, ଅର୍ଥାତ୍, ଏଜନୀୟ ଅଦିନୋ ସେନାପତିମାନଙ୍କର ପ୍ରଧାନ ଥିଲା; ସେ ଏକକାଳୀନ ହତ ଆଠ ଶହ ଲୋକର ପ୍ରତିକୂଳ ଥିଲା । |
9
|
ପୁଣି ତାହା ଉତ୍ତାରେ ଅହୋହୀୟ ବଂଶଜ ଦୋଦୟର ପୁତ୍ର ଇଲୀୟାସର, ଦାଉଦଙ୍କ ସଙ୍ଗେ ଥିବା ତିନି ବୀରଙ୍କ ମଧ୍ୟରେ ଜଣେ ଥିଲା, ସେମାନେ ଯୁଦ୍ଧାର୍ଥେ ଏକତ୍ରିତ ପଲେଷ୍ଟୀୟମାନଙ୍କୁ ଧିକ୍କାର କରନ୍ତେ ଓ ଇସ୍ରାଏଲ-ଲୋକମାନେ ପଳାନ୍ତେ, |
10
|
ସେ ଉଠି ଆପଣା ହସ୍ତ କ୍ଳା; ଓ ଆପଣା ହସ୍ତ ଖଡ଼୍ଗରେ ଜଡ଼ିତ ହେବା ପର୍ଯ୍ୟନ୍ତ ପଲେଷ୍ଟୀୟମାନଙ୍କୁ ବଧ କଲା; ପୁଣି ସେଦିନ ସଦାପ୍ରଭୁ ମହା ଜୟ ସାଧନ କଲେ; ଆଉ ଲୋକମାନେ କେବଳ ଲୁଟିବାକୁ ତାହାର ପଶ୍ଚାତ୍ଗାମୀ ହେଲେ । |
11
|
ପୁଣି ତାହା ଉତ୍ତାରେ ହରାରୀୟ ଆଗିର ପୁତ୍ର ଶମ୍ମ । ଏକ ସମୟରେ ପଲେଷ୍ଟୀୟମାନେ କୌଣସି ମସୂରପୂର୍ଣ୍ଣ କ୍ଷେତ୍ର ନିକଟରେ ଏକତ୍ର ଦଳବଦ୍ଧ ହୁଅନ୍ତେ, ଲୋକମାନେ ପଲେଷ୍ଟୀୟମାନଙ୍କ ଆଗରୁ ପଳାଇଲେ । |
12
|
ମାତ୍ର ଶମ୍ମ ସେହି କ୍ଷେତ୍ର ମଧ୍ୟରେ ଠିଆ ହୋଇ ତାହା ରକ୍ଷା କଲା ଓ ପଲେଷ୍ଟୀୟମାନଙ୍କୁ ବଧ କଲା; ତହିଁରେ ସଦାପ୍ରଭୁ ମହା ଜୟ ସାଧନ କଲେ । |
13
|
ଆଉ ତିରିଶ ଜଣ ପ୍ରଧାନଙ୍କ ମଧ୍ୟରୁ ତିନି ଜଣ ଶସ୍ୟଚ୍ଛେଦନ ସମୟରେ ଅଦୁଲ୍ଲମ ଗୁମ୍ପାକୁ ଦାଉଦଙ୍କ କତିକି ଆସିଥିଲେ; ସେତେବେଳେ ପଲେଷ୍ଟୀୟମାନଙ୍କ ସୈନ୍ୟ ରଫାୟୀମ ତଳଭୂମିରେ ଛାଉଣି ସ୍ଥାପନ କରିଥିଲେ । |
14
|
ସେସମୟରେ ଦାଉଦ ଦୁର୍ଗମ ସ୍ଥାନରେ ଥିଲେ ଓ ପଲେଷ୍ଟୀୟମାନଙ୍କ ପ୍ରହରୀ-ସୈନ୍ୟଦଳ ବେଥ୍ଲିହିମ୍ରେ ଥିଲେ । |
15
|
ଏଉତ୍ତାରେ ଦାଉଦ ତୃଷାର୍ତ୍ତ ହୋଇ କହିଲେ, ଆଃ, କେହି ବେଥ୍ଲିହିମ୍-ନଗରଦ୍ଵାର ନିକଟସ୍ଥ କୂପ-ଜଳ ପାନ କରିବାକୁ ମୋତେ ଦିଅନ୍ତା କି! |
16
|
ତହିଁରେ ସେହି ତିନି ବୀର ପଲେଷ୍ଟୀୟମାନଙ୍କ ସୈନ୍ୟ ମଧ୍ୟ ଦେଇ ପଶି ଯାଇ ବେଥ୍ଲିହିମ୍-ନଗରଦ୍ଵାର ନିକଟସ୍ଥ କୂପରୁ ଜଳ କାଢ଼ି ଦାଉଦଙ୍କ ନିକଟକୁ ତାହା ଆଣିଲେ; ମାତ୍ର ସେ ତହିଁରୁ ପାନ କରିବାକୁ ସମ୍ମତ ନୋହି ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ତାହା ଢାଳି ଦେଲେ । |
17
|
ପୁଣି ସେ କହିଲେ, ହେ ସଦାପ୍ରଭୋ, ମୁଁ ଯେ ଏ କର୍ମ କରିବି, ଏହା ମୋʼଠାରୁ ଦୂର ହେଉ; ପ୍ରାଣପଣରେ ଗମନକାରୀ ମନୁଷ୍ୟମାନଙ୍କ ରକ୍ତ କି ମୁଁ ପାନ କରିବି? ଏଣୁ ସେ ତାହା ପାନ କରିବାକୁ ସମ୍ମତ ନୋହିଲେ । ଏହି ସକଳ କର୍ମ ସେହି ତିନି ବୀର କରିଥିଲେ । |
18
|
ସେହି ତିନି ଜଣଙ୍କ ମଧ୍ୟରେ ସରୁୟାର ପୁତ୍ର ଯୋୟାବର ଭ୍ରାତା ଅବୀଶୟ ପ୍ରଧାନ ଥିଲା । ସେ ତିନି ଶହ ଲୋକ ବିରୁଦ୍ଧରେ ଆପଣା ବର୍ଚ୍ଛା ଉଠାଇ ସେମାନଙ୍କୁ ବଧ କରିଥିଲା, ଏଣୁ ସେ ଏହି ତିନିଙ୍କ ମଧ୍ୟରେ ନାମ ପାଇଲା । |
19
|
ଏହି ତିନିଙ୍କ ମଧ୍ୟରେ ସେ କʼଣ ଅତ୍ୟ; ମର୍ଯ୍ୟାଦାପନ୍ନ ନ ଥିଲା? ଏହେତୁ ସେ ସେମାନଙ୍କର ସେନାପତି ହେଲା; ତଥାପି ସେ ପ୍ରଥମ ତିନି ଜଣଙ୍କ ତୁଲ୍ୟ ନ ଥିଲା । |
20
|
ଆଉ ପରାକ୍ରା; କର୍ମକାରୀ କବ୍ସେଲୀୟ ଏକ ବିକ୍ରମୀ ପୁରୁଷର ପୌତ୍ର, ଯିହୋୟାଦାର ପୁତ୍ର ଯେ ବନାୟ, ସେ ମୋୟାବୀୟ ଅରୀୟଲର ଦୁଇ ପୁତ୍ରଙ୍କୁ ବଧ କଲା; ମଧ୍ୟ ସେ ହିମପାତ ସମୟରେ ଯାଇ ଗର୍ତ୍ତ ମଧ୍ୟରେ ଏକ ସିଂହକୁ ବଧ କଲା । |
21
|
ଆହୁରି ସେ ଏକ ଜଣ ମିସ୍ରୀୟ ରୂପବାନ ପୁରୁଷକୁ ବଧ କଲା ଓ ସେହି ମିସ୍ରୀୟ ଆପଣା ହସ୍ତରେ ବର୍ଚ୍ଛା ଧରିଥିଲା; ତଥାପି ବନାୟ ଏକ ଯଷ୍ଟି ନେଇ ତାହା କତିକି ଗଲା ଓ ସେହି ମିସ୍ରୀୟ ହସ୍ତରୁ ବର୍ଚ୍ଛା ଛଡ଼ାଇ ତାହାରି ବର୍ଚ୍ଛାରେ ତାହାକୁ ବଧ କଲା । |
22
|
ଯିହୋୟାଦାର ପୁତ୍ର ବନାୟ ଏହି ସକଳ କର୍ମ କଲା, ଏଣୁ ସେ ଏହି ତିନି ବୀରଙ୍କ ମଧ୍ୟରେ ନାମ ପାଇଲା । |
23
|
ସେ ତିରିଶ ଜଣ ଅପେକ୍ଷା ଅଧିକ ମର୍ଯ୍ୟାଦାପନ୍ନ ଥିଲା, ତଥାପି ସେ ପ୍ରଥମ ତିନି ଜଣଙ୍କ ତୁଲ୍ୟ ନ ଥିଲା; ଆଉ ଦାଉଦ ତାହାକୁ ଆପଣା ପ୍ରହରୀ ଦଳ ଉପରେ ନିଯୁକ୍ତ କଲେ । |
24
|
ଯୋୟାବର ଭ୍ରାତା ଅସାହେଲ ଉକ୍ତ ତିରିଶ ଜଣ ମଧ୍ୟରେ ଜଣେ ଥିଲା; ବେଥ୍ଲିହିମ୍ସ୍ଥ ଦୋଦୟର ପୁତ୍ର ଇଲ୍ହାନନ୍; |
25
|
ହରୋଦୀୟ ଶମ୍ମ, ହରୋଦୀୟ ଇଲୀକା; |
26
|
ପଲ୍ଟୀୟ ହେଲସ, ତକୋୟୀୟ ଇକ୍କୋଶର ପୁତ୍ର ଈରା; |
27
|
ଅନାଥୋତୀୟ ଅବୀୟେଷର, ହୂଶାତୀୟ ମବୁନ୍ନୟ; |
28
|
ଅହୋହୀୟ ସଲ୍ମୋନ୍, ନଟୋଫାତୀୟ ମହରୟ; |
29
|
ନଟୋଫାତୀୟ ବାନାର ପୁତ୍ର ହେଲବ, ବିନ୍ୟାମୀନ ବଂଶୀୟ ଗିବୀୟା ନିବାସୀ ରୀବୟର ପୁତ୍ର ଇତ୍ତୟ; |
30
|
ପିରୀୟାଥୋନୀୟ ବନାୟ, ଗାଶ୍-ନଦୀତୀର ନିବାସୀ ହିଦ୍ଦୟ; |
31
|
ଅର୍ବତୀୟ ଅବିୟେଲ୍ବୋନ, ବରହୂମୀୟ ଅସ୍ମାବତ୍; |
32
|
ଶାଲ୍ବୋନୀୟ ଇଲୀୟହବା, ଯାଶେନ୍ର ପୁତ୍ରଗଣ, ଯୋନାଥନ; |
33
|
ହରାରୀୟ ଶମ୍ମ, ହରାରୀୟ ଶାରରର ପୁତ୍ର ଅହୀୟାମ; |
34
|
ମାଖାତୀୟର ପୌତ୍ର ଅହସ୍ବୟର ପୁତ୍ର ଇଲୀଫେଲଟ୍, ଗୀଲୋନୀୟ ଅହୀଥୋଫଲର ପୁତ୍ର ଇଲୀୟାମ; |
35
|
କର୍ମିଲୀୟ ହିଷ୍ରୟ, ଅର୍ବୀୟ ପାରୟ; |
36
|
ସୋବା ନିବାସୀ ନାଥନର ପୁତ୍ର ଯିଗାଲ, ଗାଦୀୟ ବାନୀ; |
37
|
ଅମ୍ମୋନୀୟ ସେଲକ, ସରୁୟାର ପୁତ୍ର ଯୋୟାବର ଅସ୍ତ୍ରବାହକ ବରୋତୀୟ ନହରୟ; |
38
|
ଯିତ୍ରୀୟ ଈରା, ଯିତ୍ରୀୟ ଗାରେବ୍; |
39
|
ହିତ୍ତୀୟ ଊରୀୟ; ସର୍ବସୁଦ୍ଧା ସଇଁତିରିଶ ଜଣ । |