Indian Language Bible Word Collections
2 Kings 20:6
2 Kings Chapters
2 Kings 20 Verses
Books
Old Testament
New Testament
Bible Versions
English
Tamil
Hebrew
Greek
Malayalam
Hindi
Telugu
Kannada
Gujarati
Punjabi
Urdu
Bengali
Oriya
Marathi
Books
Old Testament
New Testament
2 Kings Chapters
2 Kings 20 Verses
1
|
ସେ ସମୟରେ ହିଜକିଯ ଅସୁସ୍ଥ ହେଲେ ଏବଂ ମୃତ୍ଯୁବରଣ କରିବା ଉପରେ ହେଲେ। ଭବିଷ୍ଯଦ୍ବକ୍ତା ଯିଶାଇୟ ତାଙ୍କ ନିକଟକୁ ଆସି କହିଲେ, "ସଦାପ୍ରଭୁ କହନ୍ତି, 'ତୁମ୍ଭେ ତୁମ୍ଭର ଗୋଟିଏ ଇଚ୍ଛା, ପରିବାର ସଭ୍ଯମାନଙ୍କ ନିମନ୍ତେ ଲେଖ କାରଣ ତୁମ୍ଭେ ନିଶ୍ଚଯ ମରିବ।"' |
2
|
ହିଜକିଯ କାନ୍ଥ ଆଡେ ନିଜର ମୁହଁ ବୁଲାଇ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରି କହିଲେ। |
3
|
" ହେ ସଦାପ୍ରଭୁ ମୁଁ ବିନଯ କରି କହୁଛି, ମୁଁ ସତ୍ଯତା ଓ ସର୍ବାନ୍ତଃକରଣ ରେ ତୁମ୍ଭ ସବୋ କରି ଆସିଛି ଓ ତୁମ୍ଭ ଦୃଷ୍ଟି ରେ ଉତ୍ତମ କର୍ମମାନ କରିଅଛି। ଏହା ଏବେ ସ୍ମରଣ କର।" ତା'ପରେ ହିଜକିଯ ଅତିଶଯ ରୋଦନ କଲେ। |
4
|
ଯିଶାଇୟ ଗ୍ରାମର ମଧ୍ଯଭାଗକୁ ପରିତ୍ଯାଗ ପୂର୍ବରୁ ତାଙ୍କ ନିକଟରେ ସଦାପ୍ରଭୁଙ୍କ ବାକ୍ଯ ଉପସ୍ଥିତ ହେଲା, ସଦାପ୍ରଭୁ କହିଲେ, |
5
|
"ତୁମ୍ଭେ ଫରେିୟାଅ ଓ ଆମ୍ଭେଲାକମାନଙ୍କର ଅଧିପତି ହିଜକିଯକୁ କୁହ, 'ସଦାପ୍ରଭୁ ତୁମ୍ଭ ପୂର୍ବପୁରୁଷ ଦାଉଦର ପରମେଶ୍ବର ଏହି କଥା କହନ୍ତି, ଆମ୍ଭେ ତୁମ୍ଭର ପ୍ରାର୍ଥନା ଶୁଣିଲୁ ଓ ଆମ୍ଭେ ତୁମ୍ଭର ଲୋତକ ଦେଖିଲୁ। ତେଣୁ ଆମ୍ଭେ ତୁମ୍ଭକୁ ସୁସ୍ଥ କରିବୁ ଓ ତୁମ୍ଭେ ତୃତୀୟ ଦିନ ରେ ସଦାପ୍ରଭୁଙ୍କ ମନ୍ଦିରକୁ ୟିବ। |
6
|
ଆମ୍ଭେ ତୁମ୍ଭର ଆଯୁଷ ପନ୍ଦର ବର୍ଷ ବୃଦ୍ଧି କରିବୁ। ପୁଣି ତୁମ୍ଭକୁ ଓ ଏହି ନଗରକୁ ଅଶୂରୀଯ ରାଜାର ହସ୍ତରୁ ରକ୍ଷା କରିବୁ। ଏହା ମୁଁ ନିଜ ସକାେଶ ଓ ଆମ୍ଭର ସବେକ ଦାଉଦଙ୍କ ସକାେଶ ଏହି ନଗରକୁ ରକ୍ଷା କରିବି।"' |
7
|
ତ'ପରେ ଯିଶାଇୟ କହିଲେ, "ଏକ ଡିମ୍ବିରି ମିଶ୍ରଣ ତିଆରି କର ଓ କ୍ଷତ ସ୍ଥାନ ରେ ଲଗାଅ।" |
8
|
ହିଜକିଯ ଯିଶାଇୟଙ୍କୁ କହିଲେ, "ସଦାପ୍ରଭୁ ଯେ ମାେତେ ଆରୋଗ୍ୟ କରିବେ ଓ ତୃତୀୟ ଦିନ ରେ ମୁଁ ସଦାପ୍ରଭୁଙ୍କ ମନ୍ଦିରକୁ ୟିବି, ଏହାର କି ସୂଚନା ଅଛି?" |
9
|
ତହୁଁ ଯିଶାଇୟ କହିଲେ, "ତୁମ୍ଭେ କି ସୂଚନା ଚାହୁଁଛ? ଛାଯା କ'ଣ ଦଶ ପାହୁଣ୍ତ ଆଗକୁ କିମ୍ବା ଦଶ ପାହୁଣ୍ତ ପଛକୁ ୟିବ ? ତୁମ୍ଭ ପାଇଁ ପରମେଶ୍ବରଙ୍କଠାରୁ ଏହି ଚିହ୍ନ ହବେ। ଯେ ସଦାପ୍ରଭୁ ତାଙ୍କର ବାକ୍ଯ ସଫଳ କରିବେ।" |
10
|
ଏଥି ରେ ହିଜକିଯ ଉତ୍ତର କଲେ, "ଛାଯା ଦଶପାହୁଣ୍ତ ଆଗକୁ ୟିବା ସହଜ କଥା, ମାତ୍ର ଦଶ ପାହୁଣ୍ତ ପଛକୁ ଘୁଞ୍ଚାଯାଉ।" |
11
|
ତା'ପରେ ଯିଶାଇୟ ସଦାପ୍ରଭୁଙ୍କୁ ପ୍ରାର୍ଥନା କଲେ। ଏଥି ରେ ସଦାପ୍ରଭୁ ଛାଯା କଲେ ଯେ, ଦଶ ପାଉଣ୍ତ ଆଗକୁ ୟାଇ ପଛକୁ ଘୁଞ୍ଚି ଆସିଲ। |
12
|
ସେ ସମୟରେ ବଲଦନର ପୁତ୍ର ମରୋଦକବଲଦନ୍ ବାବିଲର ରାଜା ଥିଲେ। ସେ ହିଜକିଯ, ନିକଟକୁ ପତ୍ରଗୁଡିକ ଓ ଉପହାର ପଠାଇଲେ। କାରଣ ସେ ହିଜକିଯ ଅସୁସ୍ଥତା ବିଷଯ ରେ ଶୁଣିଲେ। |
13
|
ହିଜକିଯ ବାବିଲର ଲୋକମାନଙ୍କୁ ଅଭିନନ୍ଦନ ନେଲେ ଓ ତାଙ୍କ ଗୃହ ରେ ଥିବା ସମୁଦାଯ ମୂଲ୍ଯବାନ୍ ପଦାର୍ଥଗୁଡିକ, ଯଥା: ରୂପା, ସୁନା, ସୁଗନ୍ଧିଦ୍ରବ୍ଯ, ବହୁମୂଲ୍ଯ ତୈଳ, ଅସ୍ତ୍ର ଶସ୍ତ୍ର ଓ ଭଣ୍ତାର ରେ ଥିବା ତାଙ୍କର ସମସ୍ତ ଦ୍ରବ୍ଯ ଦଖାଇେଲେ, ଯାହା ହିଜକିଯ ତାଙ୍କ ଗୃହ ରେ ଓ ସମଗ୍ର ରାଜ୍ଯ ରେ ଏପରି ଜିନିଷ ନ ଥିଲା। |
14
|
ତା'ପରେ ଭବିଷ୍ଯଦ୍ବକ୍ତା ଯିଶାଇୟ ରାଜା ହିଜକିଯଙ୍କ ନିକଟକୁ ଆସି ପଚାରିଲେ, "ଏହି ଲୋକମାନେ କ'ଣ କହିଲେ? ଏମାନେ କେଉଁଠାରୁ ଆସିଛନ୍ତି?" |
15
|
ତହୁଁ ଯିଶାଇୟ କହିଲେ, "ତୁମ୍ଭେ ସମାନଙ୍କେୁ କ'ଣ ସବୁ ଦଖାଇେଲ?" |
16
|
ତା'ପରେ ଯିଶାଇୟ ହିଜକିଯଙ୍କୁ କହିଲେ, "ସଦାପ୍ରଭୁଙ୍କ ବାକ୍ଯ ଶୁଣ। |
17
|
ସମୟ ଆସୁଛି ତୁମ୍ଭ ଗୃହ ରେ ଥିବା ସମସ୍ତ ଦ୍ରବ୍ଯ ଓ ଏ ପର୍ୟ୍ଯନ୍ତ ତୁମ୍ଭ ପୂର୍ବପୁରୁଷଙ୍କ ସଞ୍ଚିତ ସମସ୍ତ ପଦାର୍ଥ ବାବିଲକୁ ନିଆୟିବ। ସଦାପ୍ରଭୁ କହନ୍ତି କୌଣସି ଜିନିଷ ଛଡା ୟିବ ନାହିଁ। |
18
|
ତୁମ୍ଭଠାରୁ ଜନ୍ମ ହାଇେଥିବା ପୁତ୍ରମାନଙ୍କୁ ବାବିଲୋନୀଯମାନେ ନଇେଯିବେ ଓ ବାବିଲ ରାଜାର ଅଟ୍ଟାଳିକା ରେ ସମାନେେ ନଫୁସକ ହାଇେ ରହିବେ।" |
19
|
ତା'ପରେ ହିଜକିଯ ଯିଶାଇୟକୁ କହିଲେ, "ତୁମ୍ଭେ ସଦାପ୍ରଭୁଙ୍କ ଯେଉଁ ବାକ୍ଯ କହିଲେ, ତାହା ଅତି ଉତ୍ତମ।" |
20
|
ହିଜକିଯଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ତାଙ୍କର ସମସ୍ତ ପରାକ୍ରମ ସେ କିପରି ପୁଷ୍କରିଣୀ ଓ ନାଳ ପ୍ରସ୍ତୁତ କରି ନଗର ମଧ୍ଯକୁ ଜଳ ଆଣିଲେ, ଏ ସମସ୍ତ ଯିହୁଦା ରାଜବଂଶର ଇତିହାସ ପୁସ୍ତକରେ ଲିଖିତ ହାଇେଅଛି। |
21
|
ଅନନ୍ତର ହିଜକିଯଙ୍କର ମୃତ୍ଯୁ ହେଲା ଓ ସେ ପୂର୍ବପୁରୁଷଙ୍କ ସହିତ କବର ନେଲେ। ତାଙ୍କ ପଦ ରେ ତାଙ୍କର ପୁତ୍ର ମନଃଶି ରାଜା ହେଲେ। |