Indian Language Bible Word Collections
2 Kings 15:25
2 Kings Chapters
2 Kings 15 Verses
Books
Old Testament
New Testament
Bible Versions
English
Tamil
Hebrew
Greek
Malayalam
Hindi
Telugu
Kannada
Gujarati
Punjabi
Urdu
Bengali
Oriya
Marathi
Books
Old Testament
New Testament
2 Kings Chapters
2 Kings 15 Verses
1
|
ଇଶ୍ରାୟେଲ ରେ ୟାରବିଯାମଙ୍କ ରାଜତ୍ବର ସପ୍ତବିଂଶ ବର୍ଷ ରେ ଅମତ୍ସିଯଙ୍କର ପୁତ୍ର ଅସରିଯ ଯିହୁଦା ରେ ରାଜା ହେଲେ। |
2
|
ଷୋଡଶ ବର୍ଷ ବଯସ ରେ ଅସରିଯ ରାଜ୍ଯ ଶାସନ ଆରମ୍ଭ କଲେ ଓ ସେ ୟିରୁଶାଲମ ରେ ବାବନ ବର୍ଷ ରାଜତ୍ବ କଲେ। ତାଙ୍କର ମାତାଙ୍କର ନାମ ୟିଖଲିଯା ଓ ସେ ୟିରୁଶାଲମ ନିବାସିନୀ ଥିଲେ। |
3
|
ସଦାପ୍ରଭୁଙ୍କ ଦୃଷ୍ଟି ରେ ଅସରିଯ ଯଥାର୍ଥ କର୍ମମାନ କଲେ। ଠିକ୍ ସହେିପରି ତାଙ୍କର ପିତା ଅମତ୍ସିଯ ପରି ସେ କରିଥିଲେ। |
4
|
ମାତ୍ର ଉଚ୍ଚସ୍ଥଳୀଗୁଡିକୁ ବିନଷ୍ଟ କଲେ ନାହିଁ। ଲୋକମାନେ ସଠାେରେ ବଳିଦାନ କଲେ ଓ ଧୂପ ଜଳାଇଲେ। |
5
|
ପୁଣି ସଦାପ୍ରଭୁ ଅସରିଯଙ୍କୁ ମରଣ ପର୍ୟ୍ଯନ୍ତ କୁଷ୍ଠୀ କରି ଦେଲେ ଓ ସେ ଏକ ପୃଥକ ଗୃହ ରେ ବାସ କଲେ। ଆଉ ରାଜାଙ୍କର ପୁତ୍ର ଯୋଥମ ଗୃହର କର୍ତ୍ତା ହାଇେ ଦେଶସ୍ଥ ଲୋକମାନଙ୍କର ବିଗ୍ଭର କଲେ। |
6
|
ଅସରିଯଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ତାଙ୍କର ସମସ୍ତ କ୍ରିଯା ଓ ପରାକ୍ରମ ଯିହୁଦା ରାଜବଂଶ ଇତିହାସ ପୁସ୍ତକରେ ଲିଖିତ ହାଇେଅଛି। |
7
|
ଅସରିଯଙ୍କର ମୃତ୍ଯୁ ହେଲା ଓ ସେ ତାଙ୍କର ପୂର୍ବପୁରୁଷଗଣଙ୍କ ସହିତ ଦାଉଦ ନଗର ରେ କବର ପାଇଲେ। ଅସରିଯଙ୍କର ମୃତ୍ଯୁପରେ, ଯୋଥମ ଅସରିଯଙ୍କ ପୁତ୍ର ନୂତନ ରାଜାରୂପେ ପରିଚିତ ହେଲେ। |
8
|
ଯିହୁଦା ରେ ଅସରିଯଙ୍କର ରାଜତ୍ବର ଅଠତିରିଶ୍ ବର୍ଷ ରେ ୟାରବିଯଯାମଙ୍କ ପୁତ୍ର ଜିଖରିଯ ଶମରିଯା ରେ ଇଶ୍ରାୟେଲ ଉପରେ ଛଅ ମାସ ଶାସନ କଲେ। |
9
|
ୟିଖରିଯ ଆପଣା ପୂର୍ବପୁରୁଷଙ୍କ ପରି କୁକର୍ମମାନ କରି ଚାଲିଲେ। ଯେଉଁଗୁଡିକ ସଦାପ୍ରଭୁଙ୍କ ଦୃଷ୍ଟି ରେ ଭୂଲ୍ ବୋଲି ବିବଚେିତ ହୁଏ। ନବାଟଙ୍କ ପୁତ୍ର ୟାରବିଯାମ ୟିଏ ଇଶ୍ରାୟେଲକୁ ଯେଉଁ ପାପ କରାଇଥିଲେ ସେ ସହେି ପାପ ପଥରୁ ବିମୁଖ ହେଲେ ନାହିଁ। |
10
|
ଆଉ ୟାବେଶଙ୍କ ପୁତ୍ର ଶଲ୍ଲମ ୟିଖରିଯଙ୍କ ବିରୁଦ୍ଧ ରେ ଚକ୍ରାନ୍ତ କଲେ ଓ ତାଙ୍କୁ ସମସ୍ତଙ୍କ ସମ୍ମୁଖ ରେ ବଧ କଲେ ଓ ନୂତନ ରୂପେ ରାଜା ହେଲେ। |
11
|
ଜିଖରିଯଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ସମସ୍ତ କାର୍ୟ୍ଯ, ପରାକ୍ରମ ଇଶ୍ରାୟେଲ ରାଜବଂଶର ଇତିହାସ ପୁସ୍ତକରେ ଲିଖିତ ହାଇେଅଛି। |
12
|
ଏହିପରି ଭାବରେ ସଦାପ୍ରଭୁଙ୍କ ବାକ୍ଯ ସତ୍ଯ ହେଲା। ସେ ଯହେୂଙ୍କୁ କହିଥିଲେ ତାଙ୍କର ଚତୁର୍ଥ ପୁରୁଷ ପର୍ୟ୍ଯନ୍ତ ଇଶ୍ରାୟେଲର ସିଂହାସନ ରେ ଉପବିଷ୍ଟ ହବେେ, ତାହା ସହେିପରି ଘଟିଲା। |
13
|
ଯିହୁଦା ରେ ଉଷିୟଙ୍କ ରାଜତ୍ବର ଅଣଗ୍ଭଳିଶ ବର୍ଷ ରେ ୟାବେଶଙ୍କ ପୁତ୍ର ଶଲ୍ଲୁମ ଇଶ୍ରାୟେଲ ରେ ରାଜା ହେଲେ। ସେ ଶମରିଯା ରେ ଏକମାସ ପାଇଁ ଶାସନ କଲେ। |
14
|
ଆଉ ଗାଦିର ପୁତ୍ର ମନ ହେମ୍ ତିର୍ସାରୁ ଆସି ଶମରିଯା ରେ ଉପସ୍ଥିତ ହେଲେ ଓ ୟାବେଶଙ୍କ ପୁତ୍ର ଶଲ୍ଲୁମଙ୍କୁ ଶମରିଯା ରେ ଆଘାତ କରି ବଧ କଲେ ଓ ତାଙ୍କ ପଦ ରେ ରାଜ୍ଯ କଲେ। |
15
|
ଶଲ୍ଲୁମଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ତାଙ୍କର ଜିଖରିଯଙ୍କ ବିରୁଦ୍ଧ ରେ କୃତ ଚକ୍ରାନ୍ତ ଇଶ୍ରାୟେଲ ରାଜାମାନଙ୍କ ଇତିହାସ ପୁସ୍ତକରେ ଲିଖିତ ହାଇେଅଛି। |
16
|
ଶଲ୍ଲମଙ୍କ ମୃତ୍ଯୁପରେ ମନ ହେମ୍ ତିର୍ସାଠାରୁ, ତିପ୍ସହର ସମସ୍ତ ଅଞ୍ଚଳକୁ ଲୋକମାନେ ଆକ୍ରମଣ କଲେ, କାରଣ ସମାନେେ ନଗରର ଫାଟକସବୁ ତାଙ୍କ ପାଇଁ ଖାଲିବୋକୁ ଅମାନ୍ଯ କଲେ। ସେ ନଗରର ସମସ୍ତ ଗର୍ଭବତୀ ନାରୀଙ୍କର ଉଦର ବିଦୀର୍ଣ୍ଣ କଲେ। |
17
|
ଯିହୁଦା ରେ ଅସରିଯଙ୍କ ରାଜତ୍ବର ଅଣଗ୍ଭଳିଶ ବର୍ଷ ରେ ଗାଦିଙ୍କର ପୁତ୍ର ମନ ହେମ୍ ଇଶ୍ରାୟେଲ ରେ ରାଜା ହେଲେ ଓ ସେ ଶମରିଯା ରେ ଦଶବର୍ଷ ରାଜତ୍ବ କଲେ। |
18
|
ପୁଣି ସଦାପ୍ରଭୁ ଦୃଷ୍ଟି ରେ ଯାହାସବୁ ପାପ ଓ ଘୃଣ୍ଯ, ସେସବୁ କର୍ମ କରି ଚାଲିଲେ। ସେ କବେେ ହେଲେ ପାପ କରିବାକୁ କ୍ଷାନ୍ତ ହେଲେ ନାହିଁ, ଯେଉଁସବୁ ପାପ ୟାରବିଯାମ ଇଶ୍ରାୟେଲୀୟମାନଙ୍କୁ କରାଇଥିଲେ। |
19
|
ଅଶୂରର ରାଜା ପୂଲ୍ ଇଶ୍ରାୟେଲ ବିରୁଦ୍ଧ ରେ ୟୁଦ୍ଧ କରିବାକୁ ଆସିବାରୁ ମନ ହେମ୍ ତାଙ୍କର ସମର୍ଥନ ପାଇବା ପାଇଁ ତାଙ୍କୁ 1,000 ତାଳନ୍ତ ରୂପା ଦେଲେ। କାରଣ ପୂଲ୍ ତାଙ୍କ ରାଜ୍ଯ ସୁଦୃଢ କରିବାକୁ ତାଙ୍କୁ ସାହାର୍ୟ୍ଯ କରିବେ। |
20
|
ପୁଣି ମନେ ହେମ୍ ଏହି ଟଙ୍କା ଇଶ୍ରାୟେଲର ଧନୀ ଓ ଶକ୍ତିଶାଳୀ ଲୋକଙ୍କଠାରୁ ଆଦାଯ କଲେ। ପ୍ରେତ୍ୟକକ ଧନଶାଳୀ ଲୋକଠାରୁ ପଗ୍ଭଶ ଶକେଲ ଲଖାଏଁେ ରୂପା ନେଲେ। ସେ ଅଶୂର ରାଜାଙ୍କୁ ଏହି ଧନ ପାଇବା ପରେ ଇଶ୍ରାୟେଲ ପରିତ୍ଯାଗ କଲେ ଓ ନିଜ ଦେଶକୁ ଫରେିଗଲେ। |
21
|
ମନ ହେମ୍ଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ସମସ୍ତ ମହାନ୍ କ୍ରିଯା ଇଶ୍ରାୟେଲ ରାଜବଂଶର ଇତିହାସ ପୁସ୍ତକରେ ଲିଖିତ ହାଇେଅଛି। |
22
|
ମନ ହେମ୍ଙ୍କର ମୃତ୍ଯୁ ହେଲା ଓ ସେ ତାଙ୍କର ପୂର୍ବପୁରୁଷଗଣଙ୍କ ସହିତ କବର ନେଲେ। ତାଙ୍କ ପରେ ତାଙ୍କ ପୁତ୍ର ପକହିଯ ତାଙ୍କ ପଦ ରେ ରାଜ୍ଯ କଲେ। |
23
|
ଯିହୁଦାର ଅସରିଯଙ୍କ ରାଜତ୍ବର ପଗ୍ଭଶ ବର୍ଷ ରେ ମନ ହେମ୍ଙ୍କ ପୁତ୍ର ପକହିଯ ଇଶ୍ରାୟେଲ ରେ ରାଜା ହେଲେ ଓ ସେ ଦୁଇବର୍ଷ ଶମରିଯା ଶାସନ କଲେ। |
24
|
ପକହିଯ ମଧ୍ଯ ସଦାପ୍ରଭୁଙ୍କ ଦୃଷ୍ଟି ରେ ମନ୍ଦ କାର୍ୟ୍ଯ କଲେ। ସେ ପାପଗୁଡିକ କାର୍ୟ୍ଯରୁ ବିମୁଖ ହେଲେ ନାହିଁ, ଯାହା ୟାରବିଯାମ ଇଶ୍ରାୟେଲୀୟମାନଙ୍କୁ ପାପ କରାଇଥିଲେ। |
25
|
ରମଲିଯର ପୁତ୍ର ପକହେ, ପକହଙ୍କେର ସୈନ୍ଯବାହୀନିର ଜଣେ ସନୋପତି ରାଜ ପ୍ରାସାଦ ରେ ପକହେକୁ ହତ୍ଯା କଲେ। ଯେତବେେଳେ ରାଜାଙ୍କୁ ସେ ହତ୍ଯା କଲେ, ତାଙ୍କ ସହିତ ପଗ୍ଭଶ ଗିଲିଯଦୀଯ ଲୋକ ଥିଲେ। ସେ ତାଙ୍କ ପରେ ନୂତନ ରାଜା ହେଲେ। |
26
|
ଏହି ପକହେିଯଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ତାଙ୍କର ସମସ୍ତ କ୍ରିଯା ଇଶ୍ରାୟେଲ ରାଜାମାନଙ୍କ ଇତିହାସ ପୁସ୍ତକରେ ଲିଖିତ ହାଇେଅଛି। |
27
|
ଯିହୁଦା ରେ ଅସରିଯଙ୍କର ରାଜତ୍ବର ବାବନ ବର୍ଷ ରେ ରମଲିଯଙ୍କର ପୁତ୍ର ପକହେ ଶମରିଯା ରେ ଇଶ୍ରାୟେଲ ଉପରେ ଶାସନ କରିବାକୁ ଆରମ୍ଭ କରି କୋଡିଏ ବର୍ଷ ରାଜ୍ଯ ଶାସନ କଲେ। |
28
|
ପକହେ ମଧ୍ଯ ସଦାପ୍ରଭୁଙ୍କ ଦୃଷ୍ଟି ରେ ପାପ କଲେ। ସେ ପାପ କରିବାକୁ କ୍ଷାନ୍ତ ହେଲନୋହିଁ। ଆଉ ସେ ମଧ୍ଯ ନବାଟଙ୍କ ପୁତ୍ରପରି ୟାରବିଯାମ ଇଶ୍ରାୟେଲୀୟମାନଙ୍କୁ ପାପ କରାଇଲେ। |
29
|
ଇଶ୍ରାୟେଲର ରାଜା ପକହଙ୍କେର ସମୟରେ ଅଶୂରର ରାଜା ତିଗ୍ଲତ-ପିଲଷେର ଆସି ଇୟୋନ, ଆବଲେ-ବୈଥ୍ମାଖା, ୟାନୋହକଦେେଶ, ହାତ୍ସୋର, ଗିଲିଯଦ, ଗାଲୀଲ ଓ ସମୁଦାଯ ନପ୍ତାଲି ଦେଶ ଅଧିକାର କଲା। ଆଉ ସେ ଲୋକମାନଙ୍କୁ ବନ୍ଦୀ କରି ଅଶୂରକୁ ନଇଗେଲା। |
30
|
ଏହାପରେ ଏଲାଙ୍କର ପୁତ୍ର ହାେେଶୟ ରମଲିଯଙ୍କର ପୁତ୍ର ପକହଙ୍କେର ବିରୁଦ୍ଧ ରେ ଚକ୍ରାନ୍ତ କଲେ ଓ ସେ ତାଙ୍କୁ ଆଘାତ କରି ବଧ କଲେ। ପୁଣି ଯିହୁଦା ଉପରେ ଉଷିୟଙ୍କର ପୁତ୍ର ଯୋଥମଙ୍କର ରାଜତ୍ବର କୋଡିଏ ବର୍ଷ ରେ ତାଙ୍କର ପଦ ରେ ରାଜ୍ଯ କଲେ। |
31
|
ଏହି ପକହଙ୍କେର ଅବଶିଷ୍ଟ ବୃତ୍ତାନ୍ତ ଓ ତାଙ୍କର ସମସ୍ତ କ୍ରିଯା ଇଶ୍ରାୟେଲ ରାଜାମାନଙ୍କ ଇତିହାସ ପୁସ୍ତକରେ ଲିଖିତ ହାଇେଅଛି। |
32
|
ଇଶ୍ରାୟେଲର ରାଜା ରମଲିଯଙ୍କର ପୁତ୍ର ପକହଙ୍କେ ରାଜତ୍ବର ଦ୍ବିତୀୟ ବର୍ଷ ରେ ଯିହୁଦାର ରାଜା ଉଷିୟଙ୍କର ପୁତ୍ର ଯୋଥମ ରାଜ୍ଯ କରିବାକୁ ଆରମ୍ଭ କଲେ। |
33
|
ଯୋଥମ ପଚିଶ ବର୍ଷ ବଯସ ରେ ରାଜା ହେଲେ ଓ ଷୋହଳ ବର୍ଷ ୟିରୁଶାଲମ ରେ ରାଜ୍ଯ ଶାସନ କଲେ। ତାଙ୍କର ମାତାଙ୍କ ନାମ ୟିରୁଣା ଓ ସେ ସାଦୋକର କନ୍ଯା ଥିଲେ। |
34
|
ୟୋଥମ୍ ଠିକ୍ ତାଙ୍କର ପିତା ଉଷିୟଙ୍କ ତୁଲ୍ଯ ସଦାପ୍ରଭୁଙ୍କ ଦୃଷ୍ଟି ରେ ଯଥାର୍ଥ କର୍ମ କଲେ। |
35
|
ମାତ୍ର ସେ ଉଚ୍ଚସ୍ଥଳୀଗୁଡିକୁ ବିନିଷ୍ଟ କଲେ ନାହିଁ। ସେ ସମୟରେ ମଧ୍ଯ ଲୋକମାନେ ସହେି ଉଚ୍ଚସ୍ଥଳୀ ରେ ବଳୀଦାନ କଲେ ଓ ଧୂପ ଜଳାଇଲେ। ଯୋଥମ ସଦାପ୍ରଭୁଙ୍କ ମନ୍ଦିରର ଉପର ଦ୍ବାର ନିର୍ମାଣ କଲେ। |
36
|
ଯୋଥମଙ୍କ ଅବଶିଷ୍ଟ ବୃତ୍ତାନ୍ତ ଓ ମହାନ କ୍ରିଯା ଯିହୁଦା ରାଜବଂଶର ଇତିହାସ ପୁସ୍ତକରେ ଲିଖିତ ହାଇେଅଛି। |
37
|
ସେ ସମୟରେ ସଦାପ୍ରଭୁ ଅରାମର ରାଜା ରତସୀନ୍କୁ ଓ ରମଲିଯର ପୁତ୍ର ପକହଙ୍କେୁ ଯିହୁଦା ବିରୁଦ୍ଧ ରେ ୟୁଦ୍ଧ କରିବାକୁ ପଠାଇଲେ। |
38
|
ଅନନ୍ତର ଯୋଥମଙ୍କର ମୃତ୍ଯୁ ହେଲା ଓ ସେ ତାଙ୍କ ପୂର୍ବପୁରୁଷଙ୍କ ସହିତ ଦାଉଦ ନଗର ରେ କବର ନେଲେ। ତାଙ୍କର ପୁତ୍ର ଆହସ ତାଙ୍କ ପଦ ରେ ରାଜ୍ଯ କଲେ। |