Indian Language Bible Word Collections
2 Chronicles 16:1
2 Chronicles Chapters
2 Chronicles 16 Verses
Books
Old Testament
New Testament
Bible Versions
English
Tamil
Hebrew
Greek
Malayalam
Hindi
Telugu
Kannada
Gujarati
Punjabi
Urdu
Bengali
Oriya
Marathi
Assamese
Books
Old Testament
New Testament
2 Chronicles Chapters
2 Chronicles 16 Verses
1
|
ଯିହୁଦାର ରାଜା ଆସାଙ୍କ ନିକଟକୁ କାହାରିକି ଯିବା ଆସିବାକୁ ନ ଦେବା ପାଇଁ ଇସ୍ରାଏଲର ରାଜା ବାଶା, ଆସାଙ୍କର ଅଧିକାରର ଛତିଶ ବର୍ଷରେ ଯିହୁଦା ବିରୁଦ୍ଧରେ ଯାତ୍ରା କରି ରାମା ନଗର ଦୃଢ଼ କଲେ । |
2
|
ତହିଁରେ ଆସା ସଦାପ୍ରଭୁଙ୍କର ଗୃହ ଓ ରାଜଗୃହର ଭଣ୍ତାରରୁ ରୂପା ଓ ସୁନା ଆଣି ଦମ୍ମେଶକ ନିବାସୀ ଅରାମୀୟ ରାଜା ବିନ୍ହଦଦ୍ ନିକଟକୁ ପଠାଇ ଏହି କଥା କହିଲେ, |
3
|
ମୋʼ ପିତା ଓ ତୁମ୍ଭ ପିତାଙ୍କ ମଧ୍ୟରେ ଯେପରି ନିୟମ ଥିଲା, ସେହିପରି ତୁମ୍ଭ ମୋʼ ମଧ୍ୟରେ ଅଛି; ଦେଖ, ମୁଁ ତୁମ୍ଭ ନିକଟକୁ ରୂପା ଓ ସୁନା ପଠାଇଲି; ଯାଅ, ଇସ୍ରାଏଲର ରାଜା ବାଶା ସଙ୍ଗେ ତୁମ୍ଭର ଯେଉଁ ନିୟମ ଅଛି, ତାହା ଭାଙ୍ଗି ଦିଅ, ତହିଁରେ ସେ ମୋʼ ନିକଟରୁ ପ୍ରସ୍ଥାନ କରିବ । |
4
|
ଏଥିରେ ବିନ୍ହଦଦ୍ ଆସା ରାଜାଙ୍କର କଥାରେ ମନୋଯୋଗ କରି ଆପଣା ସେନାପତିମାନଙ୍କୁ ଇସ୍ରାଏଲ ନଗର ବିରୁଦ୍ଧରେ ପଠାଇଲା; ତହୁଁ ସେମାନେ ଇୟୋନ୍ ଓ ଦାନ୍ ଓ ଆବେଲ୍ମୟିମ୍ ଓ ନପ୍ତାଲିରେ ସମସ୍ତ ଭଣ୍ତାର ନଗର ପରାସ୍ତ କଲେ । |
5
|
ତହିଁରେ ବାଶା ଏହି କଥା ଶୁଣି ରାମା ନଗର ଦୃଢ଼କରଣରୁ କ୍ଷା; ହୋଇ ଆପଣା କାର୍ଯ୍ୟ ସ୍ଥଗିତ ରଖିଲା । |
6
|
ତେବେ ଆସା ରାଜା ସମଗ୍ର ଯିହୁଦାର ଲୋକଙ୍କୁ ନେଲେ; ପୁଣି ବାଶା ଯେଉଁ ପ୍ରସ୍ତର ଓ କାଷ୍ଠରେ ରାମା ନଗର ନିର୍ମାଣ କରିଥିଲା, ତାହାସବୁ ସେମାନେ ବହି ନେଇଗଲେ; ଆଉ ତଦ୍ଦ୍ଵାରା ସେ ଗେବା ଓ ମିସ୍ପା ନଗର ଦୃଢ଼ କଲେ । |
7
|
ସେସମୟରେ ହନାନି ଦର୍ଶକ ଯିହୁଦାର ରାଜା ଆସାଙ୍କ ନିକଟକୁ ଆସି କହିଲା, ତୁମ୍ଭେ ସଦାପ୍ରଭୁ ଆପଣା ପରମେଶ୍ଵରଙ୍କ ଉପରେ ନିର୍ଭର ନ କରି ଅରାମୀୟ ରାଜା ଉପରେ ନିର୍ଭର କଲ, ଏହେତୁ ଅରାମୀୟ ରାଜ୍ୟର ସୈନ୍ୟ ତୁମ୍ଭ ହସ୍ତରୁ ବଞ୍ଚିଗଲେ । |
8
|
କୂଶୀୟ ଓ ଲୂବୀୟମାନେ ଅପାର ଅପାର ରଥ ଓ ଅଶ୍ଵାରୂଢ଼ ସହିତ କି ଏକ ମହାସୈନ୍ୟ ନ ଥିଲେ? ତଥାପି ତୁମ୍ଭେ ସଦାପ୍ରଭୁଙ୍କ ଉପରେ ନିର୍ଭର କରିବାରୁ ସେ ତୁମ୍ଭ ହସ୍ତରେ ସେମାନଙ୍କୁ ସମର୍ପଣ କଲେ । |
9
|
କାରଣ ସଦାପ୍ରଭୁଙ୍କ ପ୍ରତି ଯେଉଁମାନଙ୍କର ଅନ୍ତଃକରଣ ସିଦ୍ଧ ଥାଏ, ସେମାନଙ୍କ ସପକ୍ଷରେ ଆପଣାକୁ ବଳବାନ ଦେଖାଇବା ପାଇଁ ତାହାଙ୍କର ଚକ୍ଷୁ ପୃଥିବୀର ସର୍ବତ୍ର ଏଣେତେଣେ ଦୌଡ଼ଇ । ଏ ବିଷୟରେ ତୁମ୍ଭେ ଅଜ୍ଞାନର କାର୍ଯ୍ୟ କରିଅଛ; ଏଣୁ ଏହି ସମୟଠାରୁ ତୁମ୍ଭ ପ୍ରତି ଯୁଦ୍ଧ ଘଟିବ । |
10
|
ସେତେବେଳେ ଆସା ସେହି ଦର୍ଶକ ପ୍ରତି କ୍ରୁଦ୍ଧ ହୋଇ ତାହାକୁ କାରାଗାରରେ ରଖିଲେ; କାରଣ ଏହି କଥା ସକାଶୁ ସେ ତାହା ଉପରେ କୋପାନ୍ଵିତ ହୋଇଥିଲେ । ଆଉ, ସେହି ସମୟରେ ଆସା କେତେକ ଲୋକ ପ୍ରତି ଦୌରାତ୍ମ୍ୟ କଲେ । |
11
|
ଦେଖ, ଏହି ଆସାଙ୍କର ଆଦ୍ୟ; କ୍ରିୟାର ବୃତ୍ତା; ଯିହୁଦାର ଓ ଇସ୍ରାଏଲର ରାଜାମାନଙ୍କ ଇତିହାସ-ପୁସ୍ତକରେ ଲେଖା ଅଛି । |
12
|
ଆସା ଆପଣା ଅଧିକାରର ଅଣଚାଳିଶ ବର୍ଷରେ ପାଦରୋଗଗ୍ରସ୍ତ ହେଲେ; ତାଙ୍କର ରୋଗ ଅତିଶୟ ହୋଇଥିଲା; ତଥାପି ରୋଗ ସମୟରେ ସେ ସଦାପ୍ରଭୁଙ୍କର ଅନ୍ଵେଷଣ କଲେ ନାହିଁ, ମାତ୍ର ବୈଦ୍ୟମାନଙ୍କର ଅନ୍ଵେଷଣ କଲେ । |
13
|
ଆଉ ଆସା ଆପଣା ଅଧିକାରର ଏକଚାଳିଶ ବର୍ଷରେ ପ୍ରାଣତ୍ୟାଗ କରି ଆପଣା ପିତୃଗଣ ସହିତ ଶୟନ କଲେ । |
14
|
ଆଉ ସେ ଦାଉଦ-ନଗରରେ ଆପଣା ପାଇଁ ଯେଉଁ କବର ଖୋଳିଥିଲେ, ତାଙ୍କର ସେହି କବରରେ ଲୋକମାନେ ତାଙ୍କୁ କବର ଦେଲେ ଓ ଗନ୍ଧବଣିକର ପ୍ରକ୍ରିୟାରେ ପ୍ରସ୍ତୁତ ନାନା ପ୍ରକାର ସୁଗନ୍ଧିଦ୍ରବ୍ୟରେ ପୂର୍ଣ୍ଣ ଶଯ୍ୟାରେ ତାଙ୍କୁ ଶୁଆଇଲେ ଓ ତାଙ୍କ ନିମନ୍ତେ ସେମାନେ ଅତି ବଡ଼ ଦାହ କଲେ । |