Indian Language Bible Word Collections
1 Chronicles 6:1
1 Chronicles Chapters
1 Chronicles 6 Verses
Books
Old Testament
New Testament
Bible Versions
English
Tamil
Hebrew
Greek
Malayalam
Hindi
Telugu
Kannada
Gujarati
Punjabi
Urdu
Bengali
Oriya
Marathi
Assamese
Books
Old Testament
New Testament
1 Chronicles Chapters
1 Chronicles 6 Verses
1
|
ଲେବୀର ପୁତ୍ର ଗେର୍ଶୋମ୍, କହାତ୍ ଓ ମରାରି । |
2
|
କହାତର ପୁତ୍ର ଅମ୍ରାମ୍, ଯିଷ୍ହର୍ ଓ ହିବ୍ରୋଣ୍ ଓ ଉଷୀୟେଲ୍ । |
3
|
ଅମ୍ରାମ୍ର ସନ୍ତାନ ହାରୋଣ ଓ ମୋଶା ଓ ମରୀୟମ । ପୁଣି ହାରୋଣର ପୁତ୍ର ନାଦବ୍ ଓ ଅବୀହୂ, ଇଲୀୟାସର ଓ ଈଥାମର । |
4
|
ଇଲୀୟାସର ପୀନହସ୍କୁ ଜାତ କଲା, ପୀନହସ୍ ଅବିଶୂୟକୁ ଜାତ କଲା; |
5
|
ପୁଣି ଅବିଶୂୟ ବୁକ୍କିକି ଜାତ କଲା ଓ ବୁକ୍କି ଉଷିକି ଜାତ କଲା; |
6
|
ଆଉ ଉଷି ସରହୀୟକୁ ଜାତ କଲା ଓ ସରହୀୟ ମରାୟୋତ୍କୁ ଜାତ କଲା; |
7
|
ମରାୟୋତ୍ ଅମରୀୟକୁ ଜାତ କଲା, ଅମରୀୟ ଅହୀଟୂବ୍କୁ ଜାତ କଲା । |
8
|
ଆଉ ଅହୀଟୂବ୍ ସାଦୋକକୁ ଜାତ କଲା, ସାଦୋକ୍ ଅହୀମାସ୍କୁ ଜାତ କଲା; |
9
|
ଅହୀମାସ୍ ଅସରୀୟକୁ ଜାତ କଲା, ଅସରୀୟ ଯୋହାନନ୍କୁ ଜାତ କଲା; |
10
|
ଆଉ ଯୋହାନନ୍ ଅସରୀୟକୁ ଜାତ କଲା, ଏହି ଅସରୀୟ ଯିରୂଶାଲମରେ ଶଲୋମନ ନିର୍ମିତ ମନ୍ଦିରରେ ଯାଜକକର୍ମ କଲା । |
11
|
ଅସରୀୟ ଅମରୀୟକୁ ଜାତ କଲା, ଅମରୀୟ ଅହୀଟୂବ୍କୁ ଜାତ କଲା; |
12
|
ପୁଣି ଅହୀଟୂବ୍ ସାଦୋକକୁ ଜାତ କଲା ଓ ସାଦୋକ୍ ଶଲ୍ଲୁମ୍କୁ ଜାତ କଲା; |
13
|
ଶଲ୍ଲୁମ୍ ହିଲ୍କୀୟକୁ ଜାତ କଲା ଓ ହିଲ୍କୀୟ ଅସରୀୟକୁ ଜାତ କଲା; |
14
|
ଆଉ ଅସରୀୟ ସରାୟକୁ ଜାତ କଲା ଓ ସରାୟ ଯିହୋସାଦକ୍କୁ ଜାତ କଲା । |
15
|
ପୁଣି ସଦାପ୍ରଭୁ ନବୂଖଦ୍ନିତ୍ସରର ହସ୍ତ ଦ୍ଵାରା ଯିହୁଦା ଓ ଯିରୂଶାଲମକୁ ନିର୍ବାସନ କରିବା ସମୟରେ ଏହି ଯିହୋସାଦକ୍ ବନ୍ଦୀ ହୋଇ ଗଲା । |
16
|
ଲେବୀର ପୁତ୍ର ଗେର୍ଶୋମ୍, କହାତ୍ ଓ ମରାରି । |
17
|
ଗେର୍ଶୋମର ପୁତ୍ରମାନଙ୍କ ନାମ ଲିବ୍ନି ଓ ଶିମୀୟି । |
18
|
କହାତ୍ର ପୁତ୍ର ଅମ୍ରାମ୍ ଓ ଯିଷ୍ହର୍ ଓ ହିବ୍ରୋଣ ଓ ଉଷୀୟେଲ । |
19
|
ମରାରିର ପୁତ୍ର ମହଲି ଓ ମୂଶି; ଆଉ ଆପଣା ଆପଣା ପିତୃବଂଶାନୁସାରେ ଏସମସ୍ତେ ଲେବୀୟ ଗୋଷ୍ଠୀ । |
20
|
ଗେର୍ଶୋମ୍ର (ସନ୍ତାନ); ତାହାର ପୁତ୍ର ଲିବ୍ନି, ତାହାର ପୁତ୍ର ଯହତ୍, ତାହାର ପୁତ୍ର ସିମ୍ମ; |
21
|
ତାହାର ପୁତ୍ର ଯୋୟାହ, ତାହାର ପୁତ୍ର ଇଦ୍ଦୋ, ତାହାର ପୁତ୍ର ସେରହ, ତାହାର ପୁତ୍ର ଯୀୟତ୍ରୟ । |
22
|
କହାତ୍ର ସନ୍ତାନ; ତାହାର ପୁତ୍ର ଅମ୍ମୀନାଦବ୍, ତାହାର ପୁତ୍ର କୋରହ, ତାହାର ପୁତ୍ର ଅସୀର; |
23
|
ତାହାର ପୁତ୍ର ଇଲ୍କାନା, ତାହାର ପୁତ୍ର ଅବୀୟାସପ୍, ତାହାର ପୁତ୍ର ଅସୀର; |
24
|
ତାହାର ପୁତ୍ର ତହତ୍, ତାହାର ପୁତ୍ର ଊରୀୟେଲ, ତାହାର ପୁତ୍ର ଉଷୀୟ, ତାହାର ପୁତ୍ର ଶୌଲ୍ । |
25
|
ଇଲ୍କାନାର ସନ୍ତାନ ଅମାସୟ ଓ ଅହୀମୋତ୍ । |
26
|
ଇଲ୍କାନା; ଇଲ୍କାନାର ସନ୍ତାନ; ତାହାର ପୁତ୍ର ସୋଫୀ, ତାହାର ପୁତ୍ର ନହାତ୍; |
27
|
ତାହାର ପୁତ୍ର ଇଲୀୟାବ୍, ତାହାର ପୁତ୍ର ଯିରୋହମ୍, ତାହାର ପୁତ୍ର ଇଲ୍କାନା । |
28
|
ଶାମୁୟେଲଙ୍କର ସନ୍ତାନ; ପ୍ରଥମଜାତ ଯୋୟେଲ ଓ ଦ୍ଵିତୀୟ ଅବୀୟ । |
29
|
ମରାରିର ସନ୍ତାନ ମହଲି, ତାହାର ପୁତ୍ର ଲିବ୍ନି, ତାହାର ପୁତ୍ର ଶିମୀୟି, ତାହାର ପୁତ୍ର ଉଷଃ; |
30
|
ତାହାର ପୁତ୍ର ଶିମୀୟ, ତାହାର ପୁତ୍ର ହଗୀୟ, ତାହାର ପୁତ୍ର ଅସାୟ । |
31
|
(ନିୟମ) ସିନ୍ଦୁକ ବିଶ୍ରାମ-ସ୍ଥାନ ପାଇଲା ଉତ୍ତାରେ ଦାଉଦ ଯେଉଁମାନଙ୍କୁ ସଦାପ୍ରଭୁଙ୍କ ଗୃହର ଗାନ-ସେବାରେ ନିଯୁକ୍ତ କରିଥିଲେ, ସେମାନଙ୍କର ନାମ । |
32
|
ପୁଣି ଶଲୋମନ ଯିରୂଶାଲମରେ ସଦାପ୍ରଭୁଙ୍କ ଗୃହ ନିର୍ମାଣ ନ କରିବା ପର୍ଯ୍ୟନ୍ତ ସେମାନେ ସମାଗମ-ତମ୍ଵୁରୂପ ଆବାସ ସମ୍ମୁଖରେ ଗାନ ଦ୍ଵାରା ପରିଚର୍ଯ୍ୟା କଲେ ଓ ସେମାନେ ଆପଣା ଆପଣା ପାଳି ଅନୁସାରେ ସ୍ଵ ସ୍ଵ ପଦରେ ସେବା କଲେ । |
33
|
ଆଉ ସେହି ସେବାକାରୀ ଲୋକମାନେ ଓ ସେମାନଙ୍କ ସନ୍ତାନଗଣ, ଯଥା, କହାତୀୟ ସନ୍ତାନଗଣ ମଧ୍ୟରେ ହେମନ୍ ଗାୟକ, ସେ ଯୋୟେଲର ପୁତ୍ର, ସେ ଶାମୁୟେଲଙ୍କର ପୁତ୍ର; |
34
|
ସେ ଇଲ୍କାନାର ପୁତ୍ର, ସେ ଯିରୋହମର ପୁତ୍ର, ସେ ଇଲୀୟେଲର ପୁତ୍ର, ସେ ତୋହର ପୁତ୍ର; |
35
|
ସେ ସୂଫର ପୁତ୍ର, ସେ ଇଲ୍କାନାର ପୁତ୍ର, ସେ ମାହତର ପୁତ୍ର, ସେ ଅମାସୟର ପୁତ୍ର; |
36
|
ସେ ଇଲ୍କାନାର ପୁତ୍ର, ସେ ଯୋୟେଲର ପୁତ୍ର, ସେ ଅସରୀୟର ପୁତ୍ର, ସେ ସଫନୀୟର ପୁତ୍ର; |
37
|
ସେ ତହତର ପୁତ୍ର, ସେ ଅସୀରର ପୁତ୍ର, ସେ ଅବୀୟାସଫର ପୁତ୍ର, ସେ କୋରହର ପୁତ୍ର; |
38
|
ସେ ଯିଷ୍ହରିର ପୁତ୍ର, ସେ କହାତ୍ର ପୁତ୍ର, ସେ ଲେବୀର ପୁତ୍ର, ସେ ଇସ୍ରାଏଲର ପୁତ୍ର । |
39
|
ହେମନର ଭ୍ରାତା ଆସଫ୍ ତାହାର ଦକ୍ଷିଣରେ ଠିଆ ହେଲା, ସେହି ଆସଫ୍ ବେରିଖୀୟର ପୁତ୍ର, ସେ ଶିମୀୟର ପୁତ୍ରନ୍ତଣ ଦ୍ଵି.ବଂ.୫:୧୨ |
40
|
ସେ ମୀଖାୟେଲର ପୁତ୍ର, ସେ ବାସେୟର ପୁତ୍ର, ସେ ମଲ୍କୀୟର ପୁତ୍ର; |
41
|
ସେ ଇତ୍ନିର ପୁତ୍ର, ସେ ସେରହର ପୁତ୍ର, ସେ ଅଦାୟାର ପୁତ୍ର; |
42
|
ସେ ଏଥନର ପୁତ୍ର, ସେ ସିମ୍ମର ପୁତ୍ର, ସେ ଶିମୀୟର ପୁତ୍ର । |
43
|
ସେ ଯହତ୍ର ପୁତ୍ର, ସେ ଗେର୍ଶୋମ୍ର ପୁତ୍ର, ସେ ଲେବୀର ପୁତ୍ର । |
44
|
ବାମଭାଗରେ ସେମାନଙ୍କ ଭ୍ରାତୃଗଣ ମରାରିର ସନ୍ତାନମାନେ ଠିଆ ହେଲେ; ଏଥନ୍ କୀଶିର ପୁତ୍ର, ସେ ଅବ୍ଦିର ପୁତ୍ର, ସେ ମଲ୍ଲୁକର ପୁତ୍ର; |
45
|
ସେ ହଶବୀୟର ପୁତ୍ର, ସେ ଅମତ୍ସୀୟର ପୁତ୍ର, ସେ ହିଲ୍କୀୟର ପୁତ୍ର; |
46
|
ସେ ଅମସିର ପୁତ୍ର, ସେ ବାନିର ପୁତ୍ର, ସେ ଶେମରର ପୁତ୍ର; |
47
|
ସେ ମହଲିର ପୁତ୍ର, ସେ ମୂଶିର ପୁତ୍ର, ସେ ମରାରିର ପୁତ୍ର, ସେ ଲେବୀର ପୁତ୍ର । |
48
|
ସେମାନଙ୍କ ଭ୍ରାତୃଗଣ ଲେବୀୟମାନେ ପରମେଶ୍ଵରଙ୍କ ଗୃହରୂପ ଆବାସର ସମସ୍ତ ସେବାରେ ନିଯୁକ୍ତ ଥିଲେ । |
49
|
ମାତ୍ର ହାରୋଣ ଓ ତାଙ୍କର ପୁତ୍ରଗଣ ପରମେଶ୍ଵରଙ୍କ ସେବକ ମୋଶାଙ୍କର ସମସ୍ତ ଆଜ୍ଞା ପ୍ରମାଣେ ମହାପବିତ୍ର ସ୍ଥାନର ସମସ୍ତ କାର୍ଯ୍ୟ ନିମନ୍ତେ ଓ ଇସ୍ରାଏଲ ପାଇଁ ପ୍ରାୟଶ୍ଚିତ କରିବା ନିମନ୍ତେ ହୋମାର୍ଥକ ବେଦି ଉପରେ ଓ ଧୂପାର୍ଥକ ବେଦି ଉପରେ ଉତ୍ସର୍ଗ କଲେ । |
50
|
ହାରୋଣଙ୍କର ସନ୍ତାନଗଣ; ହାରୋଣଙ୍କର ପୁତ୍ର ଇଲୀୟାସର, ତାହାର ପୁତ୍ର ପିନହସ୍, ତାହାର ପୁତ୍ର ଅବୀଶୂୟ ପ୍ର.ବଂ.୬:୪-୮ |
51
|
ତାହାର ପୁତ୍ର ବୁକ୍କି, ତାହାର ପୁତ୍ର ଉଷି, ତାହାର ପୁତ୍ର ସରହୀୟ; |
52
|
ତାହାର ପୁତ୍ର ମରାୟୋତ୍, ତାହାର ପୁତ୍ର ଅମରୀୟ, ତାହାର ପୁତ୍ର ଅହୀଟୂବ୍; |
53
|
ତାହାର ପୁତ୍ର ସାଦୋକ୍, ତାହାର ପୁତ୍ର ଅହୀମାସ୍ । |
54
|
ଆଉ ସେମାନଙ୍କ ସ୍ଵ ସ୍ଵ ସୀମାରେ ଛାଉଣିର ସ୍ଥାପନାନୁସାରେ ଏହିସବୁ ସେମାନଙ୍କର ବସତି-ସ୍ଥାନ । ଯଥା, ହାରୋଣଙ୍କର ସନ୍ତାନଗଣ କହାତୀୟ ଗୋଷ୍ଠୀର ପ୍ରଥମ ବାଣ୍ଟ ଥିଲା, |
55
|
ଏହେତୁ ସେମାନଙ୍କୁ ଯିହୁଦା ଦେଶସ୍ଥ ହିବ୍ରୋଣ ଓ ତହିଁର ଚତୁର୍ଦ୍ଦିଗସ୍ଥ ତଳିଭୂମି ଦିଆଗଲା । |
56
|
ମାତ୍ର ନଗରର କ୍ଷେତ୍ର ଓ ତହିଁର ଗ୍ରାମସବୁ ଯିଫୁନ୍ନିର ପୁତ୍ର କାଲେବ୍ଙ୍କୁ ଦିଆଗଲା । |
57
|
ପୁଣି ହାରୋଣଙ୍କର ସନ୍ତାନମାନଙ୍କୁ ଆଶ୍ରୟ-ନଗରସବୁ, ହିବ୍ରୋଣ; ଲିବ୍ନା, ତହିଁର ତଳିଭୂମି ଓ ଯତ୍ତୀର ଓ ଇଷ୍ଟିମୋୟ, ତହିଁର ତଳିଭୂମି; |
58
|
ହିଲେନ୍, ତହିଁର ତଳିଭୂମି, ଦବୀର୍, ତହିଁର ତଳିଭୂମି; |
59
|
ଆଶନ୍, ତହିଁର ତଳିଭୂମି ଓ ବୈଥ୍ଶେମଶ୍, ତହିଁର ତଳିଭୂମି; |
60
|
ପୁଣି ବିନ୍ୟାମୀନ୍ ବଂଶଠାରୁ ଗେବା, ତହିଁର ତଳିଭୂମି ଓ ଆଲେମତ୍, ତହିଁର ତଳିଭୂମି ଓ ଅନାଥୋତ୍, ତହିଁର ତଳିଭୂମି ଦିଆଗଲା । ସେମାନଙ୍କ ସମୁଦାୟ ବଂଶର ସର୍ବସୁଦ୍ଧା ତେର ନଗର ଥିଲା । |
61
|
ପୁଣି କହାତ୍ର ଅବଶିଷ୍ଟ ସନ୍ତାନମାନଙ୍କୁ ଗୁଲିବାଣ୍ଟ ଦ୍ଵାରା ବଂଶୀୟ ଗୋଷ୍ଠୀଠାରୁ, ଅର୍ଦ୍ଧବଂଶ, ଅର୍ଥାତ୍, ମନଃଶିର ଅର୍ଦ୍ଧାଂଶଠାରୁ ଦଶ ନଗର ଦିଆଗଲା। |
62
|
ଆଉ ଗେର୍ଶୋମ୍ର ସନ୍ତାନଗଣକୁ ସେମାନଙ୍କ ଗୋଷ୍ଠୀ ଅନୁସାରେ ଇଷାଖର-ବଂଶଠାରୁ ଓ ଆଶେର୍-ବଂଶଠାରୁ ଓ ନପ୍ତାଲି-ବଂଶଠାରୁ ଓ ବାଶନସ୍ଥ ମନଃଶି-ବଂଶଠାରୁ ତେର ନଗର ଦିଆଗଲା । |
63
|
ମରାରିର ସନ୍ତାନଗଣକୁ ସେମାନଙ୍କ ଗୋଷ୍ଠୀ ଅନୁସାରେ ଗୁଲିବାଣ୍ଟ ଦ୍ଵାରା ରୁବେନ୍-ବଂଶଠାରୁ ଓ ଗାଦ୍-ବଂଶଠାରୁ ଓ ସବୂଲୂନ-ବଂଶଠାରୁ ବାର ନଗର ଦିଆଗଲା । |
64
|
ପୁଣି ଇସ୍ରାଏଲ-ସନ୍ତାନଗଣ ଲେବୀୟମାନଙ୍କୁ ତଳିଭୂମି ସହିତ ନଗରମାନ ଦେଲେ । |
65
|
ସେମାନେ ଗୁଲିବାଣ୍ଟ ଦ୍ଵାରା ନାମରେ ଉଲ୍ଲିଖିତ ଏହି ନଗରସବୁ ଯିହୁଦା-ସନ୍ତାନଗଣର ବଂଶଠାରୁ ଓ ଶିମୀୟୋନ୍-ସନ୍ତାନଗଣର ବଂଶଠାରୁ ଓ ବିନ୍ୟାମୀନ୍-ସନ୍ତାନଗଣର ବଂଶଠାରୁ ସେମାନଙ୍କୁ ଦେଲେ । |
66
|
ପୁଣି କହାତ୍ ସନ୍ତାନଗଣର କୌଣସି କୌଣସି ଗୋଷ୍ଠୀ ଇଫ୍ରୟିମ-ବଂଶଠାରୁ ସ୍ଵ ସ୍ଵ ସୀମାସ୍ଥ ନଗର ପାଇଲେ । |
67
|
ଆଉ ସେମାନେ ସେମାନଙ୍କୁ ଆଶ୍ରୟ-ନଗରମାନ ଦେଲେ, ଇଫ୍ରୟିମର ପର୍ବତମୟ ଦେଶରେ ତଳିଭୂମି ସହିତ ଶିଖିମ୍; ତଳିଭୂମି ସହିତ ଗେଷର୍; |
68
|
ତଳିଭୂମି ସହିତ ଯକମୀୟାମ୍ ଓ ତଳିଭୂମି ସହିତ ବୈଥୋରୋଣ; |
69
|
ତଳିଭୂମି ସହିତ ଅୟାଲୋନ୍ ଓ ତଳିଭୂମି ସହିତ ଗାତ୍ରିମ୍ମୋନ୍; |
70
|
ପୁଣି ମନଃଶିର ଅର୍ଦ୍ଧବଂଶଠାରୁ ତଳିଭୂମି ସହିତ ଆନେର୍ ଓ ତଳିଭୂମି ସହିତ ବିଲୀୟମ୍, ଏହିସବୁ ନଗର କହାତ୍-ସନ୍ତାନଗଣର ଅବଶିଷ୍ଟ ଗୋଷ୍ଠୀକି ଦେଲେ । |
71
|
ଗେର୍ଶୋମ୍ର ସନ୍ତାନମାନଙ୍କୁ ମନଃଶିର ଅର୍ଦ୍ଧବଂଶର ଗୋଷ୍ଠୀଠାରୁ ତଳିଭୂମି ସହିତ ବାଶନସ୍ଥ ଗୋଲନ୍ ଓ ତଳିଭୂମି ସହିତ ଅଷ୍ଟାରୋତ୍; |
72
|
ଆଉ ଇଷାଖରଠାରୁ ତଳିଭୂମି ସହିତ କାଦେଶ୍, ତଳିଭୂମି ସହିତ ଦାବରତ୍ |
73
|
ଓ ତଳିଭୂମି ସହିତ ରାମୋତ୍ ଓ ତଳିଭୂମି ସହିତ ଆନେମ୍; |
74
|
ଆଉ ଆଶେର୍-ବଂଶଠାରୁ ତଳିଭୂମି ସହିତ ମଶାଲ୍ ଓ ତଳିଭୂମି ସହିତ ଅବ୍ଦୋନ୍ |
75
|
ଓ ତଳିଭୂମି ସହିତ ହୁକ୍କୋକ୍ ଓ ତଳିଭୂମି ସହିତ ରହୋବ୍; |
76
|
ଆଉ ନପ୍ତାଲି-ବଂଶଠାରୁ ତଳିଭୂମି ସହିତ ଗାଲିଲୀସ୍ଥ କେଦଶ୍ ଓ ତଳିଭୂମି ସହିତ ହମ୍ମୋନ ଓ ତଳିଭୂମି ସହିତ କିରୀୟାଥୟିମ ଦିଆଗଲା । |
77
|
ମରାରି-ସନ୍ତାନଗଣର ଅବଶିଷ୍ଟ ଲେବୀୟମାନଙ୍କୁ ସବୂଲୂନ-ବଂଶଠାରୁ ତଳିଭୂମି ସହିତ ରିମ୍ମୋନ୍, ତଳିଭୂମି ସହିତ ତାବୋର୍ ଦିଆଗଲା । |
78
|
ଆଉ ଯର୍ଦ୍ଦନର ସେପାରି ଯିରୀହୋ ନିକଟରେ ଯର୍ଦ୍ଦନର ପୂର୍ବଦିଗରେ ରୁବେନ୍-ବଂଶଠାରୁ ତଳିଭୂମି ସହିତ ପ୍ରାନ୍ତରସ୍ଥ ବେତ୍ସର୍ ଓ ତଳିଭୂମି ସହିତ ଯହସ୍ |
79
|
ଓ ତଳିଭୂମି ସହିତ କଦେମୋତ୍ ଓ ତଳିଭୂମି ସହିତ ମେଫାତ୍; |
80
|
ଆଉ ଗାଦ୍ ବଂଶଠାରୁ ତଳିଭୂମି ସହିତ ଗିଲୀୟଦସ୍ଥ ରାମୋତ୍, ତଳିଭୂମି ସହିତ ମହନୟିମ୍ |
81
|
ଓ ତଳିଭୂମି ସହିତ ହିଷ୍ବୋନ୍ ଓ ତଳିଭୂମି ସହିତ ଯାସେର୍ ଦିଆଗଲା । |