English Bible Languages

Indian Language Bible Word Collections

Bible Versions

English

Tamil

Hebrew

Greek

Malayalam

Hindi

Telugu

Kannada

Gujarati

Punjabi

Urdu

Bengali

Oriya

Marathi

Assamese

Books

1 Chronicles Chapters

1 Chronicles 4 Verses

1 ଯିହୁଦାର ସନ୍ତାନଗଣ; ପେରସ୍, ହିଷ୍ରୋଣ ଓ କର୍ମି ଓ ହୂର ଓ ଶୋବଲ ।
2 ପୁଣି ଶୋବଲର ସନ୍ତାନ ରାୟା ଯହତ୍କୁ ଜାତ କଲା; ପୁଣି ଯହତ୍ ଅହୂମୟ ଓ ଲହଦକୁ ଜାତ କଲା । ଏମାନେ ସରିୟୀୟ ଗୋଷ୍ଠୀ ।
3 ଐଟମ୍ର ପିତାର ସନ୍ତାନ ଯିଷ୍ରିୟେଲ ଓ ଯିଶ୍ମା ଓ ଯିଦ୍ବଶ; ଏମାନଙ୍କ ଭଗିନୀର ନାମ ହତ୍ସଲିଲ୍-ପୋନୀ ଥିଲା ।
4 ଆଉ ଗଦୋରର ପିତା ପନୂୟେଲ ଓ ହୂଶର ପିତା ଏସର; ଏମାନେ ବୈଥ୍ଲେହମ୍ର ପିତା ଇଫ୍ରାଥାର ଜ୍ୟେଷ୍ଠ ପୁତ୍ର ହୂରର ସନ୍ତାନ ।
5 ପୁଣି ତକୋୟର ପିତା ଅସ୍ହୂରର ହିଲା ଓ ନାରା ନାମ୍ନୀ ଦୁଇ ଭାର୍ଯ୍ୟା ଥିଲେ ।
6 ନାରା ତାହାର ଔରସରେ ଅହୁଷମକୁ ଓ ହେଫରକୁ ଓ ତୈମିନିକି ଓ ଅହସ୍ତରିକି ପ୍ରସବ କଲା । ଏମାନେ ନାରାର ସନ୍ତାନ ।
7 ଆଉ ହିଲାର ସନ୍ତାନ ସେରତ୍, ଯିତ୍ସୋହର ଓ ଇତ୍ନନ୍ ।
8 ପୁଣି ହକ୍କୋସ୍ ଆନୂବକୁ ଓ ସୋବେବାକୁ ଓ ହାରୁମ୍ର ପୁତ୍ର ଅହହେଲର ଗୋଷ୍ଠୀକି ଜାତ କଲା ।
9 ପୁଣି ଯାବେଷ୍ ଆପଣା ଭ୍ରାତୃଗଣ ଅପେକ୍ଷା ଅଧିକ ସମ୍ଭ୍ରାନ୍ତ ଥିଲା; ତାହାର ମାତା ତାହାର ନାମ ଯାବେଷ୍ ରଖିଥିଲା, କାରଣ ସେ କହିଥିଲା, ଆମ୍ଭେ ଦୁଃଖରେ ଏହାକୁ ପ୍ରସବ କଲୁ ।
10 ମାତ୍ର ଏହି ଯାବେଷ୍ ଇସ୍ରାଏଲର ପରମେଶ୍ଵରଙ୍କ ନିକଟରେ ପ୍ରାର୍ଥନା କରି କହିଲା, ଆହା, ଏହା ଯେପରି ଆମ୍ଭ ଦୁଃଖର କାରଣ ନ ହୁଏ, ଏଥିପାଇଁ ତୁମ୍ଭେ ଆମ୍ଭକୁ ନିତା; ଆଶୀର୍ବାଦ କର ଓ ଆମ୍ଭ ସୀମା ବୃଦ୍ଧି କର ଓ ତୁମ୍ଭ ହସ୍ତ ଆମ୍ଭର ସହାୟ ହେଉ, ପୁଣି ତୁମ୍ଭେ ଆମ୍ଭକୁ ମନ୍ଦରୁ ରକ୍ଷା କର । ତହିଁରେ ପରମେଶ୍ଵର ତାହାର ନିବେଦିତ ବିଷୟ ତାହାକୁ ପ୍ରଦାନ କଲେ ।
11 ଶୂହର ଭ୍ରାତା କଲୂବ ମହୀରକୁ ଜାତ କଲା, ସେ ଇଷ୍ଟୋନ୍ର ପିତା ।
12 ଇଷ୍ଟୋନ୍ ବୈଥ୍ରାଫା ଓ ପାସେହକୁ, ଆଉ ଈରନାହସର ପିତା ତହିନ୍ନକୁ ଜାତ କଲା । ଏମାନେ ରେକାର ଲୋକ ।
13 କନସର ପୁତ୍ର ଅନିୀୟେଲ ଓ ସରାୟ; ଅନିୀୟେଲର ପୁତ୍ରମାନେ; ହଥତ୍ ।
14 ମିୟୋନୋଥୟ ଅଫ୍ରାକୁ ଜାତ କଲା; ପୁଣି ସରାୟ ଗିହରଷୀୟମାନଙ୍କ ପିତା ଯୋୟାବକୁ ଜାତ କଲା; ଏମାନେ ଶିଳ୍ପକାର ଥିଲେ।
15 ଆଉ ଯିଫୁନ୍ନିର ପୁତ୍ର କାଲେବ୍ଙ୍କରସନ୍ତାନଗଣ; ଈରୁ, ଏଲା ଓ ନୟମ; ଆଉ ଏଲାର ସନ୍ତାନଗଣ ଓ କନସ ।
16 ଯିହଲିଲେର ପୁତ୍ରଗଣ; ସୀଫ୍ ଓ ସୀଫା ଓ ତୀରୀୟ ଓ ଅସାରେଲ ।
17 ଆଉ, ଏଜ୍ରାର ପୁତ୍ରଗଣ; ଯେଥର୍ ଓ ମେରଦ୍ ଓ ଏଫର୍ ଓ ଯାଲୋନ୍; (ମେରଦ୍ର) ଭାର୍ଯ୍ୟା ମରୀୟମ, ଶମ୍ମୟ ଓ ଇଷ୍ଟିମୋୟର ପିତା ଯିଶ୍ବହକୁ ପ୍ରସବ କଲା ।
18 ଆଉ ତାହାର ଯିହୁଦୀୟା ଭାର୍ଯ୍ୟା, ଗଦୋରର ପିତା ଯେରଦକୁ ଓ ସୋଖୋର ପିତା ହେବରକୁ ଓ ସାନୋହର ପିତା ଯିକୂଥୀୟେଲକୁ ପ୍ରସବ କଲା । ମାତ୍ର ସେମାନେ ଫାରୋର କନ୍ୟା ବିଥୀୟାର ସନ୍ତାନ ଥିଲେ, ମେରଦ୍ ତାହାକୁ ବିବାହ କରିଥିଲା ।
19 ନହମର ଭଗିନୀ, ହୋଦୀୟର ଭାର୍ଯ୍ୟାର ସନ୍ତାନ ଗର୍ମୀୟ କିୟୀଲାର ପିତା ଓ ମାଖାତୀୟ ଇଷ୍ଟିମୋୟ ।
20 ଆଉ, ଶିମୋନର ସନ୍ତାନ ଅମ୍ନୋନ ଓ ରିଣ୍ଣ, ବିନ୍ହାନନ୍ ଓ ତୀଲୋନ୍ । ଆଉ ଯିଶୟିର ସନ୍ତାନ ସୋହେତ୍ ଓ ବିନ୍-ସୋହେତ୍ ।
21 ଯିହୁଦାର ପୁତ୍ର ଶେଲାର ପୁତ୍ରଗଣ; ଲେକାର ପିତା ଏର୍ ଓ ମାରେଶାର ପିତା ଲାଦା, ଆଉ ଅସବେୟର ବଂଶ-ଜାତ କ୍ଷୌମବସ୍ତ୍ର-ପ୍ରସ୍ତୁତକାରୀ ସକଳ ଗୋଷ୍ଠୀ;
22 ପୁଣି, ଯୋକୀମ୍ ଓ କୋଷେବାର ଲୋକମାନେ ଓ ଯୋୟାଶ୍ ଓ ସାରଫ୍ ନାମକ ମୋୟାବର ଶାସନକର୍ତ୍ତା ଓ ଯାଶୂବିଲେହମ୍ । ଏ ଅତି ପୁରାତନ କଥା ।
23 ଏମାନେ କୁମ୍ଭକାର ଓ ନତାୟିମ ଓ ଗଦେରାରେ ବାସ କଲେ; ସେମାନେ ସେଠାରେ ରାଜା ସଙ୍ଗେ ତାହାର କାର୍ଯ୍ୟ ସକାଶେ ବାସ କଲେ ।
24 ଶିମୀୟୋନର ସନ୍ତାନ ନମୂୟେଲ ଓ ଯାମୀନ୍, ଯାରୀବ୍, ସେରହ, ଶୌଲ୍;
25 ତାହାର ପୁତ୍ର ଶଲ୍ଲୁମ୍, ତାହାର ପୁତ୍ର ମିବ୍ସମ୍, ତାହାର ପୁତ୍ର ମିସ୍ମ ।
26 ପୁଣି, ମିସ୍ମର ସନ୍ତାନ ହମୁୟେଲ, ତାହାର ସନ୍ତାନ ସକ୍କୁର୍, ତାହାର ପୁତ୍ର ଶିମୟି ।
27 ଆଉ, ଶିମୟିର ଷୋଳ ପୁତ୍ର ଓ ଛଅ କନ୍ୟା ଥିଲେ; ମାତ୍ର ତାହାର ଭ୍ରାତୃଗଣର ଅନେକ ସନ୍ତାନ ନ ଥିଲେ, କିଅବା ସେମାନଙ୍କର ଗୋଷ୍ଠୀ ଯିହୁଦା-ସନ୍ତାନଗଣ ତୁଲ୍ୟ ବୃଦ୍ଧି ପାଇଲେ ନାହିଁ ।
28 ଆଉ, ସେମାନେ ବେର୍ଶେବାରେ ଓ ମୋଲାଦାରେ ଓ ହତ୍ସରଶୁୟାଲ୍ରେ
29 ଓ ବିଲାରେ ଓ ଏତ୍ସମରେ ଓ ତୋଲଦରେ
30 ଓ ବଥୂୟେଲରେ ଓ ହର୍ମାରେ ଓ ସିକ୍ଲଗ୍ରେ
31 ଓ ବୈଥ୍ମର୍କାବୋଦରେ ଓ ହତ୍ସର୍-ସୂଷୀମ୍ରେ ଓ ବୈଥ୍ବିରୀରେ ଓ ସାରୟିମ୍ରେ ବାସ କଲେ । ଦାଉଦଙ୍କର ରାଜତ୍ଵ ପର୍ଯ୍ୟନ୍ତ ଏସବୁ ନଗର ସେମାନଙ୍କର ଥିଲା ।
32 ଆଉ, ଗ୍ରାମସୁଦ୍ଧା ଐଟମ୍ ଓ ଐନ୍, ରିମ୍ମୋନ୍ ଓ ତୋଖେନ୍ ଓ ଆଶନ୍, ଏହି ପାଞ୍ଚ ନଗର;
33 ପୁଣି ବାଲ୍ ପର୍ଯ୍ୟନ୍ତ ଏହି ନଗରର ଚତୁର୍ଦ୍ଦିଗସ୍ଥ ସମସ୍ତ ଗ୍ରାମ ସେମାନଙ୍କର ଥିଲା । ଏହିସବୁ ସେମାନଙ୍କର ନିବାସସ୍ଥାନ ଓ ସେମାନଙ୍କ ନିଜର ବଂଶାବଳୀ ଅଛି ।
34 ଆଉ, ମଶୋବବ୍ ଓ ଯମ୍ଭେକ ଓ ଅମତ୍ସୀୟର ପୁତ୍ର ଯୋଶ
35 ଓ ଯୋୟେଲ୍, ପୁଣି ଅସୀୟେଲର ପ୍ରପୌତ୍ର ସରାୟର ପୌତ୍ର ଯୋଶିବୀୟର ପୁତ୍ର ଯେହୂ;
36 ଇଲୀୟୋ-ଐନୟ ଓ ଯାକୋବା ଓ ଯିଶୋହାୟ ଓ ଅସାୟ ଓ ଅଦୀୟେଲ ଓ ଯିଶୀମିୟେଲ ଓ ବନାୟ;
37 ଆଉ, ଶମୟୀୟର ଅତି ବୃଦ୍ଧ ପ୍ରପୌତ୍ର ଶିମୀୟିର ବୃଦ୍ଧ ପ୍ରପୌତ୍ର ଯିଦାୟର ପ୍ରପୌତ୍ର ଆଲୋନର ପୌତ୍ର ଶିଫୀୟିର ପୁତ୍ର ସୀଷଃ;
38 ଏହି ଯେଉଁ ବ୍ୟକ୍ତିମାନଙ୍କ ନାମ ବ୍ୟକ୍ତ ହେଲା, ସେମାନେ ଆପଣା ଆପଣା ଗୋଷ୍ଠୀର ଅଧ୍ୟକ୍ଷ ଥିଲେ ଓ ସେମାନଙ୍କ ପିତୃବଂଶ ଅତିଶୟ ବୃଦ୍ଧି ପାଇଲେ ।
39 ପୁଣି, ସେମାନେ ଆପଣାମାନଙ୍କ ପଶୁପଲ ପାଇଁ ଚରାସ୍ଥାନ ଅନ୍ଵେଷଣ କରିବାକୁ ଗଦୋରର ପ୍ରବେଶ-ସ୍ଥାନ, ଅର୍ଥାତ୍, ଉପତ୍ୟକାର ପୂର୍ବ ପାର୍ଶ୍ଵ ପର୍ଯ୍ୟନ୍ତ ଗଲେ ।
40 ତହିଁରେ ସେମାନେ ପ୍ରଚୁର ଓ ଉତ୍ତମ ଚରାସ୍ଥାନ ପାଇଲେ, ଆଉ ଦେଶ ପ୍ରଶସ୍ତ ଓ ଶା; ଓ ନିର୍ବିରୋଧ ଥିଲା; କାରଣ ହାମ୍ବଂଶୀୟ ଲୋକମାନେ ପୂର୍ବରେ ସେହି ସ୍ଥାନରେ ବାସ କରୁଥିଲେ ।
41 ପୁଣି, ଏହି ଯେଉଁ ବ୍ୟକ୍ତିମାନଙ୍କ ନାମ ଲିଖିତ ହେଲା, ସେମାନେ ଯିହୁଦାର ରାଜା ହିଜକୀୟର ସମୟରେ ଆସି ସେହି ଲୋକମାନଙ୍କ ତମ୍ଵୁ ଓ ସେଠାରେ ପ୍ରାପ୍ତ ମିୟନୀୟ-ମାନଙ୍କୁ ଆଘାତ କରି ବର୍ଜିତ ରୂପେ ବିନାଶ କଲେ, (ତାହା ଅଦ୍ୟାପି ସେପରି ଅଛି), ଆଉ ସେମାନଙ୍କ ବଦଳେ ବାସ କଲେ; କାରଣ ସେଠାରେ ସେମାନଙ୍କ ପଶୁପଲ ପାଇଁ ଚରାସ୍ଥାନ ଥିଲା ।
42 ଆଉ, ସେମାନଙ୍କର କେତେକ ଲୋକ, ଅର୍ଥାତ୍, ଶିମୀୟୋନର ସନ୍ତାନଗଣ ମଧ୍ୟରୁ ପାଞ୍ଚ ଶହ ଜଣ ଯିଶୟିର ସନ୍ତାନ ପ୍ଳଟିୟକୁ ଓ ନିୟରୀୟକୁ ଓ ରଫାୟକୁ ଓ ଉଷୀୟେଲକୁ ସେନାପତି କରି ସେୟୀର୍ ପର୍ବତକୁ ଗଲେ ।
43 ପୁଣି, ସେମାନେ ଅମାଲେକୀୟ ପଳାତକ ଅବଶିଷ୍ଟ ଲୋକମାନଙ୍କୁ ଆଘାତ କରି ସେଠାରେ ବାସ କଲେ, ଅଦ୍ୟାପି ସେମାନେ ସେଠାରେ ଅଛନ୍ତି ।
×

Alert

×