Indian Language Bible Word Collections
1 Chronicles 26:13
1 Chronicles Chapters
1 Chronicles 26 Verses
Books
Old Testament
New Testament
Bible Versions
English
Tamil
Hebrew
Greek
Malayalam
Hindi
Telugu
Kannada
Gujarati
Punjabi
Urdu
Bengali
Oriya
Marathi
Assamese
Books
Old Testament
New Testament
1 Chronicles Chapters
1 Chronicles 26 Verses
1
|
ଦ୍ଵାରପାଳମାନଙ୍କ ପାଳି ପାଇଁ କୋରହୀୟ-ମାନଙ୍କ ମଧ୍ୟରୁ ଆସଫ-ବଂଶଜାତ କୋରିର ପୁତ୍ର ମଶେଲିମୀୟ ଥିଲା । |
2
|
ମଶେଲିମୀୟର ପୁତ୍ର ଥିଲେ; ପ୍ରଥମଜାତ ଜିଖରୀୟ, ଦ୍ଵିତୀୟ ଯିହୀୟେଲ, ତୃତୀୟ ସବ୍ଦୀୟ, ଚତୁର୍ଥ ଯତ୍ନୀୟେଲ, |
3
|
ପଞ୍ଚମ ଏଲମ୍, ଷଷ୍ଠ ଯିହୋହାନନ୍, ସପ୍ତମ ଇଲୀୟୋଐନୟ । |
4
|
ପୁଣି ଓବେଦ୍-ଇଦୋମ୍ର ପୁତ୍ର ଥିଲେ; ପ୍ରଥମଜାତ ଶମୟୀୟ, ଦ୍ଵିତୀୟ ଯିହୋଷାବଦ୍, ତୃତୀୟ ଯୋୟାହ, ଚତୁର୍ଥ ସାଖର୍, ପଞ୍ଚମ ନଥନେଲ୍; |
5
|
ଷଷ୍ଠ ଅମ୍ମୀୟେଲ୍, ସପ୍ତମ ଇଷାଖର, ଅଷ୍ଟମ ପିୟୁଲ୍ଲତୟ; କାରଣ ପରମେଶ୍ଵର ତାହାକୁ ଆଶୀର୍ବାଦ କଲେ । |
6
|
ମଧ୍ୟ ତାହାର ପୁତ୍ର ଶମୟୀୟର ପୁତ୍ର ଜାତ ହେଲେ, ସେମାନେ ଆପଣାମାନଙ୍କ ପିତୃବଂଶରେ କର୍ତ୍ତୃତ୍ଵ କଲେ; କାରଣ ସେମାନେ ମହାବିକ୍ରମଶାଳୀ ପୁରୁଷ ଥିଲେ । |
7
|
ଶମୟୀୟର ପୁତ୍ର ଅତ୍ନି ଓ ରଫାୟେଲ ଓ ଓବେଦ୍, ଇଲୀଶାବଦ୍, ଏମାନଙ୍କର ଭ୍ରାତା ଇଲୀହୂ ଓ ସମଖୀୟ ପରାକ୍ରା; ଲୋକ ଥିଲେ । |
8
|
ଏସମସ୍ତେ ଓବେଦ୍-ଇଦୋମ୍ର ସନ୍ତାନ, ଏମାନେ ଓ ଏମାନଙ୍କ ପୁତ୍ର ଓ ଭ୍ରାତୃଗଣ ସେବାକାର୍ଯ୍ୟାର୍ଥକ ବଳରେ ବଳବାନ ଥିଲେ; ଓବେଦ୍-ଇଦୋମ୍ ବଂଶଜାତ ବାଷଠି ଜଣ । |
9
|
ମଶେଲିମୀୟର ପୁତ୍ର ଓ ଭ୍ରାତୃଗଣ ଅଠର ଜଣ ପରାକ୍ରା; ଲୋକ ଥିଲେ । |
10
|
ଆଉ ମରାରି-ବଂଶଜାତ ହୋଷାର ପୁତ୍ର ଥିଲେ; ପ୍ରଧାନ ସିମ୍ରି, କାରଣ ସେ ପ୍ରଥମଜାତ ନୋହିଲେ ହେଁ ତାହାର ପିତା ତାହାକୁ ପ୍ରଧାନ କଲା; |
11
|
ଦ୍ଵିତୀୟ ହିଲ୍କୀୟ, ତୃତୀୟ ଟବଲୀୟ, ଚତୁର୍ଥ ଜିଖରୀୟ; ହୋଷାର ପୁତ୍ର ଓ ଭ୍ରାତୃଗଣ ସର୍ବସୁଦ୍ଧା ତେର ଜଣ ଥିଲେ । |
12
|
ସଦାପ୍ରଭୁଙ୍କ ଗୃହରେ ପରିଚର୍ଯ୍ୟାକରଣାର୍ଥେ ଦ୍ଵାରପାଳମାନଙ୍କ ପାଳି ଏହି ପ୍ରଧାନ ଲୋକମାନଙ୍କର ହେଲା, ଆପଣା ଭ୍ରାତୃଗଣ ତୁଲ୍ୟ ସେମାନଙ୍କର ରକ୍ଷଣୀୟ ଥିଲା । |
13
|
ପୁଣି ସେମାନେ, ସାନ ବଡ଼, ଆପଣା ପିତୃ-ବଂଶାନୁସାରେ ପ୍ରତ୍ୟେକ ଦ୍ଵାର ପାଇଁ ଗୁଲିବାଣ୍ଟ କଲେ । |
14
|
ତହିଁରେ ପୂର୍ବଦିଗର ବାଣ୍ଟ ଶେଲିମୀୟ ପକ୍ଷରେ ଉଠିଲା; ତହୁଁ ସେମାନେ ତାହାର ପୁତ୍ର ଜିଖରୀୟ ନିମନ୍ତେ ଗୁଲିବାଣ୍ଟ କଲେ, ସେ ବିଜ୍ଞ ମନ୍ତ୍ରୀ ଥିଲା; ଆଉ ଉତ୍ତରଦିଗ ତାହାର ବାଣ୍ଟରେ ଉଠିଲା । |
15
|
ଦକ୍ଷିଣଦିଗ ଓବେଦ୍-ଇଦୋମ୍ ପକ୍ଷରେ ଓ ଭଣ୍ତାରଗୃହ ତାହାର ପୁତ୍ରମାନଙ୍କ ପକ୍ଷରେ ଉଠିଲା । |
16
|
ଊର୍ଦ୍ଧ୍ଵଗାମୀ ପଥ ସମୀପସ୍ଥ ଶଲ୍ଲେଖତ୍ ଦ୍ଵାର ନିକଟବର୍ତ୍ତୀ ପଶ୍ଚିମଦିଗର ବାଣ୍ଟ ଶୁପ୍ପୀମ୍ ଓ ହୋଷା ପକ୍ଷରେ ଉଠିଲା, ତହିଁର ରକ୍ଷକମାନଙ୍କର ଏକ ଦଳ ଅନ୍ୟ ଦଳର ଅଭିମୁଖ ଥିଲା । |
17
|
ପୂର୍ବଦିଗରେ ଛଅ ଜଣ ଲେବୀୟ, ଉତ୍ତରଦିଗରେ ଦିନରେ ଚାରି ଜଣ, ଦକ୍ଷିଣଦିଗରେ ଦିନରେ ଚାରି ଜଣ ଓ ଭଣ୍ତାରଗୃହ ନିମନ୍ତେ ଦୁଇ ଦୁଇ ଜଣ ରହିଲେ । |
18
|
ପଶ୍ଚିମଦିଗରେ ସୀମାନ୍ତବର୍ତ୍ତୀ ସ୍ଥାନ ନିମନ୍ତେ ଉଚ୍ଚ ପଥରେ ଚାରି ଜଣ ଓ ସୀମାନ୍ତବର୍ତ୍ତୀ ସ୍ଥାନରେ ଦୁଇ ଜଣ । |
19
|
କୋରହୀୟ ସନ୍ତାନଗଣ ଓ ମରାରିର ସନ୍ତାନଗଣ ମଧ୍ୟରୁ ଦ୍ଵାରପାଳମାନଙ୍କର ଏହି ସକଳ ପାଳି ଥିଲା । |
20
|
ପୁଣି ଲେବୀୟମାନଙ୍କ ମଧ୍ୟରୁ ଅହୀୟ ପରମେଶ୍ଵରଙ୍କ ଗୃହର କୋଷାଧ୍ୟକ୍ଷ ଓ ପବିତ୍ରୀକୃତ ସକଳ ବସ୍ତୁର କୋଷାଧ୍ୟକ୍ଷ ଥିଲା । |
21
|
ଲାଦନର ସନ୍ତାନଗଣ; ଲାଦନ ସମ୍ଵନ୍ଧୀୟ ଗେର୍ଶୋନୀୟ-ସନ୍ତାନଗଣ, ଗେର୍ଶୋନୀୟ ଲାଦନ ସମ୍ଵନ୍ଧୀୟ ପିତୃବଂଶପ୍ରଧାନଗଣ; ଯଥା, |
22
|
ଯିହୀୟେଲି । ଯିହୀୟେଲିର ପୁତ୍ର ସେଥମ୍ ଓ ତାହାର ଭ୍ରାତା ଯୋୟେଲ ସଦାପ୍ରଭୁଙ୍କ ଗୃହର କୋଷାଧ୍ୟକ୍ଷ ଥିଲେ । |
23
|
ଅମ୍ରାମୀୟମାନଙ୍କ, ଯିଷ୍ହରୀୟମାନଙ୍କ, ହିବ୍ରୋଣୀୟମାନଙ୍କ, ଉଷୀୟେଲୀୟମାନଙ୍କ ମଧ୍ୟରେ ଯାତ୍ରା.୬:୧୮ |
24
|
ମୋଶାଙ୍କର ପୁତ୍ର ଗେର୍ଶୋମର ସନ୍ତାନ ଶବୂୟେଲ କୋଷାଧ୍ୟକ୍ଷ ଥିଲା । |
25
|
ପୁଣି ତାହାର ଭ୍ରାତୃଗଣ; ଇଲୀୟେଷରର ପୁତ୍ର ରହବୀୟ ଓ ତାହାର ପୁତ୍ର ଯିଶାୟାହ ଓ ତାହାର ପୁତ୍ର ଯୋରାମ୍ ଓ ତାହାର ପୁତ୍ର ସିଖ୍ରି ଓ ତାହାର ପୁତ୍ର ଶଲୋମୀତ୍ । |
26
|
ଦାଉଦ ରାଜା ଓ ପିତୃବଂଶପ୍ରଧାନମାନେ, ସହସ୍ରପତି ଓ ଶତପତିମାନେ ଓ ସେନାପତିମାନେ ଯେସକଳ ବସ୍ତୁ ପବିତ୍ର କରିଥିଲେ, ଏହି ଶଲୋମୀତ୍ ଓ ତାହାର ଭ୍ରାତୃଗଣ ସେହିସବୁ ପବିତ୍ରୀକୃତ ବସ୍ତୁର କୋଷାଧ୍ୟକ୍ଷ ଥିଲେ । |
27
|
ସେମାନେ ସଦାପ୍ରଭୁଙ୍କ ଗୃହର ପୁନର୍ନିର୍ମାଣ ନିମନ୍ତେ ଯୁଦ୍ଧରେ ପ୍ରାପ୍ତ ଲୁଟଦ୍ରବ୍ୟ ମଧ୍ୟରୁ ପବିତ୍ର କଲେ । |
28
|
ପୁଣି ଶାମୁୟେଲ ଦର୍ଶକ ଓ କୀଶ୍ର ପୁତ୍ର ଶାଉଲ ଓ ନେର୍ର ପୁତ୍ର ଅବ୍ନର, ସରୁୟାର ପୁତ୍ର ଯୋୟାବ୍ ଯେସବୁ ଦ୍ରବ୍ୟ ପବିତ୍ର କରିଥିଲେ; ଯିଏ ଯାହା କିଛି ପବିତ୍ର କରିଥିଲା, ତାହା ଶଲୋମୀତ୍ର ଓ ତାହାର ଭ୍ରାତୃଗଣର ହସ୍ତାଧୀନରେ ରହିଲା । |
29
|
ଯିଷ୍ହରୀୟମାନଙ୍କ ମଧ୍ୟରୁ କନନୀୟ ଓ ତାହାର ପୁତ୍ରଗଣ ବାହାର କାର୍ଯ୍ୟ ନିମନ୍ତେ ଇସ୍ରାଏଲ ଉପରେ କାର୍ଯ୍ୟଶାସକ ଓ ବିଚାରକର୍ତ୍ତା ହେଲେ । |
30
|
ହିବ୍ରୋଣୀୟମାନଙ୍କ ମଧ୍ୟରୁ ହିଷ୍ବୀୟ ଓ ତାହାର ଭ୍ରାତୃଗଣ ଏକ ସହସ୍ର ସାତ ଶହ ବିକ୍ରମୀ ପୁରୁଷ ସଦାପ୍ରଭୁଙ୍କର ସକଳ କାର୍ଯ୍ୟ ଓ ରାଜସେବା ନିମନ୍ତେ ଯର୍ଦ୍ଦନ ସେପାରି ପଶ୍ଚିମଦିଗରେ ଇସ୍ରାଏଲର ତତ୍ତ୍ଵାବଧାରକ ଥିଲେ । |
31
|
ହିବ୍ରୋଣୀୟମାନଙ୍କ ପିତୃବଂଶାନୁଯାୟୀ ବଂଶାବଳୀରେ ଯିରୀୟ ହିବ୍ରୋଣୀୟମାନଙ୍କ ମଧ୍ୟରେ ପ୍ରଧାନ ଥିଲା । ଦାଉଦଙ୍କର ଅଧିକାରର ଚାଳିଶ ବର୍ଷରେ ସେମାନଙ୍କର ଅନୁସନ୍ଧାନ କରାଯାʼନ୍ତେ, ସେମାନଙ୍କ ମଧ୍ୟରେ ଗିଲୀୟଦସ୍ଥ ଯାସେରରେ ମହାବିକ୍ରମଶାଳୀ ଲୋକମାନେ ଦେଖାଗଲେ । |
32
|
ଆଉ ଯିରୀୟର ଭ୍ରାତୃଗଣ ବିକ୍ରମଶାଳୀ, ପିତୃବଂଶ-ପ୍ରଧାନ, ଦୁଇ ସହସ୍ର ସାତ ଶହ ଲୋକ ଥିଲେ; ଦାଉଦ ରାଜା ସେମାନଙ୍କୁ ପରମେଶ୍ଵରଙ୍କ ସମ୍ଵନ୍ଧୀୟ ସକଳ ବିଷୟ ନିମନ୍ତେ ଓ ରାଜକାର୍ଯ୍ୟ ନିମନ୍ତେ ରୁବେନୀୟ ଓ ଗାଦୀୟ-ମାନଙ୍କ ଓ ମନଃଶିର ଅର୍ଦ୍ଧବଂଶ ଉପରେ ନିଯୁକ୍ତ କଲେ । |