Indian Language Bible Word Collections
1 Chronicles 24:9
1 Chronicles Chapters
1 Chronicles 24 Verses
Books
Old Testament
New Testament
Bible Versions
English
Tamil
Hebrew
Greek
Malayalam
Hindi
Telugu
Kannada
Gujarati
Punjabi
Urdu
Bengali
Oriya
Marathi
Assamese
Books
Old Testament
New Testament
1 Chronicles Chapters
1 Chronicles 24 Verses
1
|
ହାରୋଣ-ସନ୍ତାନଗଣର ପାଳିର ବୃତ୍ତାନ୍ତ । ହାରୋଣଙ୍କର ପୁତ୍ର ନାଦବ୍ ଓ ଅବୀହୂ ଓ ଇଲୀୟାସର ଓ ଈଥାମର । |
2
|
ମାତ୍ର ନାଦବ୍ ଓ ଅବୀହୂ ଆପଣାମାନଙ୍କ ପିତାଙ୍କ ଆଗେ ମଲେ ଓ ସେମାନଙ୍କର ସନ୍ତାନ ନ ଥିଲା; ଏହେତୁ ଇଲୀୟାସର ଓ ଈଥାମର ଯାଜକର କାର୍ଯ୍ୟ କଲେ । |
3
|
ଆଉ ଦାଉଦ ଓ ଇଲୀୟାସରର ସନ୍ତାନ ସାଦୋକ୍ ଓ ଈଥାମରର ସନ୍ତାନ ଅହୀମେଲକ୍, ଯାଜକମାନଙ୍କୁ ସେମାନଙ୍କ ଶ୍ରେଣୀ ଅନୁସାରେ ସେବାକର୍ମରେ ବିଭକ୍ତ କଲେ । |
4
|
ପୁଣି ଈଥାମରର ସନ୍ତାନଗଣ ଅପେକ୍ଷା ଇଲୀୟାସରର ସନ୍ତାନଗଣ ମଧ୍ୟରେ ଅନେକ ପ୍ରଧାନ ପୁରୁଷ ଥିଲେ; ସେମାନେ ଏହିରୂପେ ବିଭକ୍ତ ହେଲେ, ଯଥା, ଇଲୀୟାସରର ସନ୍ତାନଗଣ ମଧ୍ୟରେ ଷୋଳ ଜଣ ପିତୃବଂଶପ୍ରଧାନ ଥିଲେ; ଆଉ ଈଥାମରର ସନ୍ତାନଗଣ ମଧ୍ୟରେ ଆପଣା ଆପଣା ପିତୃବଂଶାନୁସାରେ ଆଠ ଜଣ ଥିଲେ । |
5
|
ଏହିରୂପେ ସେମାନେ ଅବଶେଷରେ ଗୁଲିବାଣ୍ଟ ଦ୍ଵାରା ବିଭକ୍ତ କରାଗଲେ; କାରଣ ଇଲୀୟାସର ଓ ଈଥାମର, ଉଭୟର ସନ୍ତାନଗଣ ମଧ୍ୟରୁ ପବିତ୍ର-ସ୍ଥାନର ଅଧିପତି ଓ ପରମେଶ୍ଵରଙ୍କ ଗୃହର ଅଧିପତି ହେଲେ । |
6
|
ପୁଣି ରାଜାଙ୍କର ଓ ଅଧିପତିମାନଙ୍କର ଓ ସାଦୋକ ଯାଜକର ଓ ଅବୀୟାଥରର ପୁତ୍ର ଅହୀମେଲକ୍ର ଓ ଯାଜକୀୟ ଓ ଲେବୀୟ ପିତୃବଂଶପ୍ରଧାନମାନଙ୍କ ସାକ୍ଷାତରେ ଲେବୀ-ବଂଶଜାତ ନଥନେଲର ପୁତ୍ର ଶମୟୀୟ ଲେଖକ ସେମାନଙ୍କ ନାମ ଲେଖିଲା; ଇଲୀୟାସର ନିମନ୍ତେ ଏକ ପିତୃବଂଶ ଓ ଈଥାମର ନିମନ୍ତେ ଏକ ପିତୃବଂଶ ଗ୍ରହଣ କରାଗଲା । |
7
|
ପ୍ରଥମ ଗୁଲିବାଣ୍ଟ ଯିହୋୟାରୀବ ପାଇଁ ଉଠିଲା, ଦ୍ଵିତୀୟ ଯିଦୟୀୟ ପାଇଁ; |
8
|
ତୃତୀୟ ହାରୀମ୍ ପାଇଁ, ଚତୁର୍ଥ ସୀୟୋରୀମ୍ ପାଇଁ; |
9
|
ପଞ୍ଚମ ମଲ୍କୀୟ ପାଇଁ; ଷଷ୍ଠ ମୀୟାମୀନ୍ ପାଇଁ; |
10
|
ସପ୍ତମ ହକ୍କୋସ୍ ପାଇଁ, ଅଷ୍ଟମ ଅବୀୟା ପାଇଁ; |
11
|
ନବମ ଯେଶୂୟ ପାଇଁ; ଦଶମ ଶଖନୀୟ ପାଇଁ; |
12
|
ଏକାଦଶ ଇଲୀୟାଶୀବ ପାଇଁ, ଦ୍ଵାଦଶ ଯାକୀମ୍ ପାଇଁ; |
13
|
ତ୍ରୟୋଦଶ ହୁଷ୍ପ ପାଇଁ, ଚତୁର୍ଦ୍ଦଶ ଯେଶବା ପାଇଁ; |
14
|
ପଞ୍ଚଦଶ ବିଲ୍ଗା ପାଇଁ, ଷୋଡ଼ଶ ଇମ୍ମେର ପାଇଁ; |
15
|
ସପ୍ତଦଶ ହେଷୀର୍ ପାଇଁ, ଅଷ୍ଟାଦଶ ହିପ୍ପି ପାଇଁ; |
16
|
ଊନବିଂଶ ପଥାହୀୟ ପାଇଁ, ବିଂଶ ଯିହିଷ୍କେଲ ପାଇଁ; |
17
|
ଏକବିଂଶ ଯାଖୀନ୍ ପାଇଁ, ଦ୍ଵାବିଂଶ ଗାମୂଲ୍ ପାଇଁ; |
18
|
ତ୍ରୟୋବିଂଶ ଦଲାୟ ପାଇଁ, ଚତୁର୍ବିଂଶ ମାସୀୟ ପାଇଁ ଉଠିଲା । |
19
|
ସଦାପ୍ରଭୁ ଇସ୍ରାଏଲର ପରମେଶ୍ଵରଙ୍କ ଆଜ୍ଞାନୁସାରେ ସେମାନଙ୍କ ପିତା ହାରୋଣଙ୍କ ଦ୍ଵାରା ସେମାନଙ୍କ ପାଇଁ ନିରୂପିତ ବିଧି ଅନୁଯାୟୀ ସଦାପ୍ରଭୁଙ୍କ ଗୃହରେ ଉପସ୍ଥିତ ହେବା ବିଷୟରେ ସେମାନଙ୍କ ସେବାକର୍ମ ନିମନ୍ତେ ଏହି ଶ୍ରେଣୀ ହେଲା । |
20
|
ଲେବୀର ଅବଶିଷ୍ଟ ସନ୍ତାନମାନଙ୍କ କଥା । ଅମ୍ରାମ୍ର ସନ୍ତାନମାନଙ୍କ ମଧ୍ୟରେ ଶୂୟେଲ; ଶବୂୟେଲର ସନ୍ତାନମାନଙ୍କ ମଧ୍ୟରେ ଯେହଦୀୟ । |
21
|
ରହବୀୟର କଥା; ରହବୀୟ-ସନ୍ତାନଗଣ ମଧ୍ୟରେ ଯିଶୀୟ ପ୍ରଧାନ । |
22
|
ଯିଶ୍ହରୀୟମାନଙ୍କ ମଧ୍ୟରେ ଶଲୋମୀତ୍; ଶଲୋମୀତ୍ର ପୁତ୍ରମାନଙ୍କ ମଧ୍ୟରେ ଯହତ୍ । |
23
|
ହିବ୍ରୋଣର ପୁତ୍ର ଯିରିୟ ପ୍ରଥମ, ଦ୍ଵିତୀୟ ଅମରୀୟ, ତୃତୀୟ ଯହସୀୟେଲ, ଚତୁର୍ଥ ଯିକ୍ମୀୟାମ୍ । |
24
|
ଉଷୀୟେଲର ପୁତ୍ର ମୀଖା; ମୀଖାର ପୁତ୍ରମାନଙ୍କ ମଧ୍ୟରେ ଶାମୀର୍ । |
25
|
ମୀଖାର ଭ୍ରାତା ଯିଶୀୟ; ଯିଶୀୟର ପୁତ୍ରମାନଙ୍କ ମଧ୍ୟରେ ଜିଖରୀୟ । |
26
|
ମରାରିର ପୁତ୍ର ମହଲି ଓ ମୂଶି; ଯାସୀୟର ପୁତ୍ର ବିନୋ । |
27
|
ମରାରିର ସନ୍ତାନଗଣ; ଯାସୀୟର ପୁତ୍ର ବିନୋ ଓ ଶୋହମ୍ ଓ ସକ୍କୁର୍ ଓ ଇବ୍ରି । |
28
|
ମହଲିର ପୁତ୍ର ଇଲୀୟାସର, ଏହାର ପୁତ୍ର ନ ଥିଲେ । |
29
|
କୀଶ୍ର କଥା; କୀଶ୍ର ପୁତ୍ର ଯିରହମେଲ୍ । |
30
|
ପୁଣି ମୂଶିର ପୁତ୍ର ମହଲି ଓ ଏଦର ଓ ଯିରେମୋତ୍ । ଏମାନେ ଆପଣା ଆପଣା ପିତୃବଂଶାନୁସାରେ ଲେବୀର ସନ୍ତାନ । |
31
|
ଏମାନେ ହିଁ ଆପଣାମାନଙ୍କ ଭ୍ରାତା ହାରୋଣ-ସନ୍ତାନଗଣ ତୁଲ୍ୟ ଦାଉଦ ରାଜା ଓ ସାଦୋକ ଓ ଅହୀମେଲକ୍, ପୁଣି ଯାଜକୀୟ ଓ ଲେବୀୟ ପିତୃବଂଶର ପ୍ରଧାନମାନଙ୍କ ସାକ୍ଷାତରେ ଗୁଲିବାଣ୍ଟ କଲେ; ପୁଣି ବଂଶର ପ୍ରଧାନ ଲୋକ ଯେପରି କଲା, ତାହାର କନିଷ୍ଠ ଭ୍ରାତା ହିଁ ସେହିପରି କଲା । |