Indian Language Bible Word Collections
1 Chronicles 16:22
1 Chronicles Chapters
1 Chronicles 16 Verses
Books
Old Testament
New Testament
Bible Versions
English
Tamil
Hebrew
Greek
Malayalam
Hindi
Telugu
Kannada
Gujarati
Punjabi
Urdu
Bengali
Oriya
Marathi
Books
Old Testament
New Testament
1 Chronicles Chapters
1 Chronicles 16 Verses
1
|
ତା'ପରେ ସମାନେେ ନିଯମସିନ୍ଦୁକକୁ ବୋହି ଆଣିଲେ ଓ ତମ୍ବୁ ଭିତ ରେ ରଖିଲେ, ଯାହାକି ଦାଉଦ ପ୍ରସ୍ତୁତ କରିଥିଲେ। ଏହାପରେ ସମାନେେ ପରମେଶ୍ବରଙ୍କ ଆଗ ରେ ହାମବେଳି ଓ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କଲେ। |
2
|
ଦାଉଦ ହାମବେଳି ଓ ମଙ୍ଗଳାର୍ଥକ ନବୈେଦ୍ଯ ଉତ୍ସର୍ଗ କରିସାରିବା ପରେ ସଦାପ୍ରଭୁଙ୍କ ନାମ ରେ ଲୋକମାନଙ୍କୁ ଆଶୀର୍ବାଦ କଲେ। |
3
|
ଏହାପରେ ସେ ପ୍ରେତ୍ୟକକ ଇଶ୍ରାୟେଲୀୟ ପୁରୁଷ ଓ ସ୍ତ୍ରୀଙ୍କୁ ପାଉଁରୋଟୀର ଏକ ଖଣ୍ଡ, କିଛି ଖଜୁରୀ କୋଳି ଓ କିସମିସ୍ ଦେଲେ। |
4
|
ଏହାପରେ ନିଯମସିନ୍ଦୁକ ସମ୍ମୁଖ ରେ ସବୋକାର୍ୟ୍ଯ କରିବା ନିମନ୍ତେ ଦାଉଦ କେତଜେଣ ଲବେୀୟଙ୍କୁ ମନୋନୀତ କଲେ। ଇଶ୍ରାୟେଲର ପରମେଶ୍ବର, ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ପ୍ରଶଂସା ଓ ଧନ୍ଯବାଦ କରିବା ଏବଂ ଆନନ୍ଦ ଉତ୍ସବ କରିବା ସହେି ଲବେୀୟମାନଙ୍କ କାର୍ୟ୍ଯ ଥିଲା। |
5
|
ଆସଫ ପ୍ରଥମ ଦଳର ନେତା ଥିଲେ। ଆସଫଙ୍କ ଦଳ ଗିନି ବଜାଉଥିଲେ। ଜିଖରିଯ ଦ୍ବିତୀୟ ଦଳର ନେତା ଥିଲେ। ଅନ୍ୟ ଲବେୀୟମାନେ ଥିଲେ : ୟିଯଯଲେ, ଶମୀରାମାେତ୍, ୟିହୀଯଲେ, ମତ୍ତଥିଯ, ଇଲୀଯାବ, ବନାଯ, ଓବେଦ୍-ଇଦୋମ୍ ଓ ୟିୟୂଯଲେ। ଏହି ବ୍ଯକ୍ତିମାନେ ତମ୍ବୁରା ଓ ବୀଣା ବଜାଉଥିଲେ। |
6
|
ବନାଯ ଓ ୟହସୀଯଲେ, ଏହି ଦୁଇଜଣ ଯାଜକ ସର୍ବଦା ନିଯମସିନ୍ଦୁକ ସମ୍ମୁଖ ରେ ତୂରୀ ବଜାଉଥିଲେ। |
7
|
ଏହି ସମୟରେ ଦାଉଦ ପ୍ରଥମ ଆସଫ ଓ ତାଙ୍କର ଭ୍ରାତାମାନଙ୍କୁ ସଦାପ୍ରଭୁଙ୍କ ନିକଟରେ ପ୍ରଶଂସାଗୀତ ଗାନ କରିବାର ଦାଯିତ୍ବ ଅର୍ପଣ କଲେ। |
8
|
ପରମେଶ୍ବରଙ୍କର ପ୍ରଶଂସା କର, ତାହାଙ୍କ ନାମ ରେ ବୀନତି କର। ସଦାପ୍ରଭୁ ଯେଉଁସବୁ ମହାନ୍ କର୍ମମାନ କରିଅଛନ୍ତି, ତାହା ଲୋକମାନଙ୍କୁ କୁହ। |
9
|
ପରମେଶ୍ବରଙ୍କ ନିକଟରେ ଗାଯନ କର, ସଦାପ୍ରଭୁଙ୍କ ନିକଟରେ ପ୍ରଶଂସାଗାନ କର, ସମସ୍ତଙ୍କୁ ତାଙ୍କର ମହତ୍ କାର୍ୟ୍ଯସକଳ ଜଣାଅ। |
10
|
ପରମେଶ୍ବରଙ୍କ ପବିତ୍ର ନାମ ପାଇଁ ଗର୍ବ କର। ହେ ସଦାପ୍ରଭୁଙ୍କ ନିକଟକୁ ଆସୁଥିବା ଜନବୃନ୍ଦ, ଆନନ୍ଦିତ ହୁଅ। |
11
|
ପରମେଶ୍ବର ଓ ତାଙ୍କ ପରାକ୍ରମକୁ ଦେଖ, ସର୍ବଦା ତାଙ୍କର ସାହାୟ୍ଯ ଲୋଡ଼। |
12
|
ସଦାପ୍ରଭୁ ଯେଉଁ ସମସ୍ତ ମହତ୍ କର୍ମମାନ କରିଅଛନ୍ତି, ସହେିସବୁ ସ୍ମରଣ କର। ତାଙ୍କର ସିଦ୍ଧାନ୍ତ ସକଳ ଓ ତାହାଙ୍କ କୃତ ପରାକ୍ରମର କାର୍ୟ୍ଯମାନ ସ୍ମରଣ କର। |
13
|
ଇଶ୍ରାୟେଲର ଲୋକମାନେ, ସଦାପ୍ରଭୁଙ୍କର ଦାସ ଅଟନ୍ତି। ଯାକୁବର ବଂଶଧରମାନେ, ସଦାପ୍ରୁଙ୍କର ମନୋନୀତ ଲୋକ ଅଟନ୍ତି। |
14
|
ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ବର ଅଟନ୍ତି। ତାଙ୍କର ପରାକ୍ରମ ସର୍ବବ୍ଯାପୀ। |
15
|
ଚିରକାଳ ନିମନ୍ତେ ତାହାଙ୍କ ଦତ୍ତ ନିଯମ ସ୍ମରଣ କର। ସେ ସହସ୍ର ପୁରୁଷ ନିମନ୍ତେ ସହେି ଆଜ୍ଞାମାନ ଦଇେଅଛନ୍ତି। |
16
|
ସଦାପ୍ରଭୁ ଅବ୍ରହାମଙ୍କ ସହିତ ଯେଉଁ ପାରମ୍ପାରିକ ନିଯମ କରିଅଛନ୍ତି ଏବଂ ଇସହାକ୍ଙ୍କ ସହିତ ସେ ଯେଉଁ ପ୍ରତିଜ୍ଞା କରିଅଛନ୍ତି, ତାହା ସ୍ମରଣ କର। |
17
|
ସଦାପ୍ରଭୁ ଯାକୁବ ନିମନ୍ତେ ଏକ ନିଯମ କରିଛନ୍ତି। ଇଶ୍ରାୟେଲ ସହିତ ସହେି ନିଯମ, ଅନନ୍ତକାଳୀନ ଅଟେ। |
18
|
ସଦାପ୍ରଭୁ ଇଶ୍ରାୟେଲକୁ କହିଲେ, "ଆମ୍ଭେ କିଣାନ୍ ଦେଶ ତୁମ୍ଭକୁ ଦବୋ, ସହେି ପ୍ରତିଜ୍ଞାତ ଭୂମି ତୁମ୍ଭର ହବେ।" |
19
|
ସଠାେରେ ଅଳ୍ପ ସଂଖ୍ଯକ ଲୋକ ଥିଲେ, ଏକ ବିଦେଶୀ ଭୂମିରେ ଖୁବ୍ ଅଳ୍ପସଂଖ୍ଯକ ଅଜ୍ଞାତ ବ୍ଯକ୍ତି ଥିଲେ। |
20
|
ସମାନେେ ଗୋଟିଏ ଦେଶରୁ ଆଉ ଏକ ଦେଶକୁ ଗଲେ, ସମାନେେ ଗୋଟିଏ ରାଜ୍ଯରୁ ଆଉ ଏକ ରାଜ୍ଯକୁ ଗଲେ। |
21
|
କିନ୍ତୁ ସଦାପ୍ରଭୁ କାହାରିକୁ ସମାନଙ୍କେୁ ଆଘାତ କରିବାକୁ ଅନୁମତି ଦେଲେ ନାହିଁ, ସମାନଙ୍କେୁ ଆଘାତ ନ କରିବାକୁ ସଦାପ୍ରଭୁ ରାଜାଗଣଙ୍କୁ ସତର୍କ କରାଇ ଦେଲେ। |
22
|
ସଦାପ୍ରଭୁ ସହେି ରାଜାମାନଙ୍କୁ କହିଲେ, "ଆମ୍ଭର ମନୋନୀତ ବ୍ଯକ୍ତିଙ୍କୁ ସ୍ପର୍ଶ କର ନାହିଁ। ଆମ୍ଭର ଭବଷ୍ଯଦବକ୍ତାମାନଙ୍କୁ ଆଘାତ କର ନାହିଁ।" |
23
|
ସକଳ ପୃଥିବୀବାସୀ, ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ଗାଯନ କର। ସଦାପ୍ରଭୁ ଆମ୍ଭମାନଙ୍କୁ ଉଦ୍ଧାର କରିଅଛନ୍ତି, ଏହି ଶୁଭବାର୍ତ୍ତା ପ୍ରତିଦିନ କୁହ। |
24
|
ସବୁ ଦବଗେଣ ନିକଟରେ ସଦାପ୍ରଭୁଙ୍କ ମହିମା ବର୍ଣ୍ଣନା କର। ସେ ଯେ ଅତ୍ଯନ୍ତ ମହତ୍ ଅଟନ୍ତି, ଏହା ସମସ୍ତଙ୍କୁ କୁହ। |
25
|
ସଦାପ୍ରଭୁ ଅତ୍ଯନ୍ତ ମହାନ୍ ଅଟନ୍ତି ଓ ସେ ପ୍ରଶଂସାର ଯୋଗ୍ଯ ଅଟନ୍ତି। ଅନ୍ୟ ସବୁ ଦବେତାଗଣଙ୍କ ଅପେକ୍ଷା ସଦାପ୍ରଭୁ ଅଧିକ ଭୟଙ୍କର ଅଟନ୍ତି। |
26
|
କାହିଁକି ? କାରଣ ପୃଥିବୀର ସମସ୍ତ ଦବେତାଗଣ କବଳେ ମୂଲ୍ଯହୀନ ପ୍ରତିମାସକଳ ଅଟନ୍ତି। କିନ୍ତୁ ସଦାପ୍ରଭୁ ଆକାଶକୁ ନିର୍ମାଣ କଲେ। |
27
|
ଗୌରବ ଓ ମହିମା ତାଙ୍କ ପାଇଁ ଅଛି। ଶକ୍ତି ଓ ଉଲ୍ଲାସ ତାଙ୍କ ସ୍ଥାନ ରେ ଅଛି। |
28
|
ପରିବାର ସକଳ ଓ ଜନବୃନ୍ଦ ସଦାପ୍ରଭୁଙ୍କ ମହିମା ଓ ପରାକ୍ରମର ପ୍ରଶଂସାଗାନ କର। |
29
|
ସଦାପ୍ରଭୁଙ୍କ ମହିମାର ପ୍ରଶଂସାଗାନ କର। ତାଙ୍କ ନାମକୁ ସମ୍ମାନ କର। ତାଙ୍କ ନିକଟକୁ ତୁମ୍ଭର ନବୈେଦ୍ଯ ଆଣ। ସୁନ୍ଦରତା ରେ ଓ ପବିତ୍ରତା ରେ ସଦାପ୍ରଭୁଙ୍କର ଉପାସନା କର। |
30
|
ତାଙ୍କ ସମ୍ମୁଖ ରେ ସମସ୍ତ ପୃଥିବୀ କମ୍ପମାନ ହୁଅ। କିନ୍ତୁ ସେ ପୃଥିବୀକୁ ସଶକ୍ତ କଲେ, ଯେପରି ଏହା ନ ହଲେ। |
31
|
ପୃଥିବୀ ଓ ଆକାଶ ଆନନ୍ଦିତ ହୁଅନ୍ତୁ। ସର୍ବତ୍ର ଲୋକମାନେ ଏହା କୁହନ୍ତୁ, "ସଦାପ୍ରଭୁ ରାଜ୍ଯ କରନ୍ତି।" |
32
|
ସମୁଦ୍ର ଓ ତନ୍ମଧ୍ଯସ୍ଥ ସମସ୍ତ ପ୍ରାଣୀ ଉଚ୍ଚସ୍ବର କରନ୍ତୁ। କ୍ଷେତ୍ରସବୁ ଓ ତନ୍ମଧ୍ଯସ୍ଥ ସମସ୍ତ ବିଷଯ ସମାନଙ୍କେର ଆନନ୍ଦ ପ୍ରକାଶ କରନ୍ତୁ। |
33
|
ସଦାପ୍ରଭୁଙ୍କ ସମ୍ମୁଖ ରେ ଅରଣ୍ଯର ବୃକ୍ଷଗଣ ଆନନ୍ଦ ରେ ଜଯଗାନ କରିବେ। କାହିଁକି ? କାରଣ ସଦାପ୍ରଭୁ ଆସୁଅଛନ୍ତି। ସେ ଏହି ପୃଥିବୀର ବିଚାର କରିବା ନିମନ୍ତେ ଆସୁଅଛନ୍ତି। |
34
|
ଓଃ, ସଦାପ୍ରଭୁଙ୍କର ଧନ୍ଯବାଦ କର, ସେ ଅତି ଉତ୍ତମ ଅଟନ୍ତି। ସଦାପ୍ରଭୁଙ୍କର ପ୍ ରମେ ଅନନ୍ତକାଳୀନ ଅଟେ। |
35
|
ସଦାପ୍ରଭୁଙ୍କୁ କୁହ, " ହେ ପରମମେଶ୍ବର, ଆମ୍ଭମାନଙ୍କର ଉଦ୍ଧାରକର୍ତ୍ତା, ଆମ୍ଭମାନଙ୍କୁ ଉଦ୍ଧାର କର। ଆମ୍ଭମାନଙ୍କୁ ଏକତ୍ର କର ଓ ଅନ୍ୟ ଦେଶଠାରୁ ଆମ୍ଭମାନଙ୍କୁ ରକ୍ଷା କର। ତବେେ, ଆମ୍ଭମାନେେ ତୁମ୍ଭ ପବିତ୍ର ନାମର ପ୍ରଶଂସା ଗାନ କରିବା। ତବେେ ଆମ୍ଭମାନେେ ସଂଗୀତ ଗାନ କରି ତୁମ୍ଭର ପ୍ରଶଂସା କରିବା।" |
36
|
ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବରଙ୍କୁ ୟୁଗେ ୟୁଗେ ପ୍ରଶଂସା କର। |
37
|
ଏହାପରେ, ଦାଉଦ ଆସଫ ଓ ତାଙ୍କର ଭ୍ରାତାମାନଙ୍କୁ ନିଯମସିନ୍ଦୁକ ସମ୍ମୁଖ ରେ ଛାଡ଼ି ଚାଲିଗଲେ। ଦାଉଦ ସମାନଙ୍କେୁ ପ୍ରତିଦିନ ତାହା ସମ୍ମୁଖ ରେ ସବୋକାର୍ୟ୍ଯ କରିବା ନିମନ୍ତେ ଛାଡ଼ି ଗଲେ। |
38
|
ଓବେଦ୍ ଇଦୋମ ଓ ଅନ୍ୟ ଅଠଷଠି ଜଣ ଭ୍ରାତାମାନଙ୍କୁ ସେ ମଧ୍ଯ ସହେି ସ୍ଥାନ ରେ ଛାଡ଼ିଗଲେ। ଯବେୂଥୂନ୍ଙ୍କ ପୁତ୍ର ଓବେଦ୍ ଇଦୋମ୍, ହୋଷ ରକ୍ଷୀ ଥିଲେ। |
39
|
ଦାଉଦ, ସାଦୋକ ଯାଜକ ଓ ତାଙ୍କ ସହିତ ଗିବିଯୋନସ୍ଥିତ ଉଚ୍ଚ ସ୍ଥାନ ରେ ସଦାପ୍ରଭୁଙ୍କ ତମ୍ବୁ ସମ୍ମୁଖ ରେ ସବୋକାର୍ୟ୍ଯ କରୁଥିବା ଅନ୍ୟ ଯାଜକମାନଙ୍କୁ ସଠାେରେ ଛାଡ଼ି ଗଲେ। |
40
|
ପ୍ରତିଦିନ ସକାଳେ ଓ ସନ୍ଧ୍ଯା ରେ ସାଦୋକ୍ ଓ ଅନ୍ୟ ଯାଜକମାନେ ୟଜ୍ଞବଦେୀ ଉପରେ ହାମବେଳି ଉତ୍ସର୍ଗ କରୁଥିଲେ। ସଦାପ୍ରଭୁ ଇଶ୍ରାୟେଲକୁ ଦଇେଥିବା ସଦାପ୍ରଭୁଙ୍କ ନିଯମ ରେ ଲିଖିତ ବିଧିକୁ ପାଳନ କରି ସମାନେେ ଏହିପରି କରୁଥିଲେ। |
41
|
ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ପ୍ରଶଂସାର ଗୀତ ଗାନ କରିବା ନିମନ୍ତେ ହମେନ୍, ୟିଦୂଥୂନଙ୍କୁ ଓ ଅନ୍ୟ ସମସ୍ତ ଲବେୀୟଗଣଙ୍କୁ ନାମଧରି ମନୋନୀତ କରାୟାଇଥିଲା, କାରଣ ସଦାପ୍ରଭୁଙ୍କ ପ୍ ରମେ ଅନନ୍ତକାଳବ୍ଯାପୀ। |
42
|
ହମେନ୍ ଓ ୟିଦୂଥୂନ୍ ସମାନଙ୍କେ ସହିତ ଥିଲେ। ତୂରୀ ଓ ଗିନି ବଜାଇବା ସମାନଙ୍କେର କାର୍ୟ୍ଯ ଥିଲା। ପରମେଶ୍ବରଙ୍କ ଉଦ୍ଦେଶ୍ଯ ରେ ସଂଗୀତମାନ ଗାନ କରାୟିବା ସମୟରେ ସମାନେେ ଅନ୍ଯାନ୍ଯ ବାଦ୍ଯ ମଧ୍ଯ ବଜାଉଥିଲେ। ୟିଦୂଥୂନ୍ଙ୍କ ପୁତ୍ରମାନେ ଦ୍ବାର ଜଗି ରହୁଥିଲେ। |
43
|
ଉତ୍ସବ ଶଷେ ହେଲାପରେ , ସବୁ ଲୋକମାନେ ଫରେିଗଲେ। ପ୍ରେତ୍ୟକକ ଲୋକ ନିଜ ଗୃହକୁ ଫରେିଗଲେ। ଏବଂ ଦାଉଦ ମଧ୍ଯ ନିଜ ପରିବାରକୁ ଆଶୀର୍ବାଦ କରିବା ନିମନ୍ତେ ଗୃହକୁ ଫରେିଗଲେ। |