Indian Language Bible Word Collections
1 Chronicles 15:26
1 Chronicles Chapters
1 Chronicles 15 Verses
Books
Old Testament
New Testament
Bible Versions
English
Tamil
Hebrew
Greek
Malayalam
Hindi
Telugu
Kannada
Gujarati
Punjabi
Urdu
Bengali
Oriya
Marathi
Assamese
Books
Old Testament
New Testament
1 Chronicles Chapters
1 Chronicles 15 Verses
1
|
ଆହୁରି ଦାଉଦ ଆପଣା ପାଇଁ ଦାଉଦ-ନଗରରେ ଅନେକ ଗୃହ ନିର୍ମାଣ କଲେ; ଆଉ ପରମେଶ୍ଵରଙ୍କ ସିନ୍ଦୁକ ପାଇଁ ଏକ ସ୍ଥାନ ପ୍ରସ୍ତୁତ କରି ତହିଁ ପାଇଁ ଏକ ତମ୍ଵୁ ସ୍ଥାପନ କଲେ । |
2
|
ସେସମୟରେ ଦାଉଦ କହିଲେ, ଲେବୀୟମାନଙ୍କ ଛଡ଼ା ଆଉ କାହାରି ପରମେଶ୍ଵରଙ୍କ ସିନ୍ଦୁକ ବହିବା କର୍ତ୍ତବ୍ୟ ନୁହେଁ; କାରଣ ପରମେଶ୍ଵରଙ୍କ ସିନ୍ଦୁକ ବହିବା ପାଇଁ ଓ ଚିରକାଳ ତାହାଙ୍କର ପରିଚର୍ଯ୍ୟା କରିବା ପାଇଁ ସଦାପ୍ରଭୁ ସେମାନଙ୍କୁ ମନୋନୀତ କରିଅଛନ୍ତି । |
3
|
ଏଉତ୍ତାରେ ସଦାପ୍ରଭୁଙ୍କ ସିନ୍ଦୁକ ନିମନ୍ତେ ଦାଉଦ ଯେଉଁ ସ୍ଥାନ ପ୍ରସ୍ତୁତ କରିଥିଲେ, ସେହି ସ୍ଥାନକୁ ତାହା ଆଣିବା ପାଇଁ ସେ ସମସ୍ତ ଇସ୍ରାଏଲକୁ ଯିରୂଶାଲମରେ ଏକତ୍ର କଲେ । |
4
|
ଆଉ ଦାଉଦ ହାରୋଣ-ସନ୍ତାନଗଣକୁ ଓ ଲେବୀୟମାନଙ୍କୁ ଏକତ୍ର କଲେ । |
5
|
କହାତ-ସନ୍ତାନଗଣ ମଧ୍ୟରେ ଊରୀୟେଲ ପ୍ରଧାନ ଓ ତାହାର ଭ୍ରାତୃଗଣ ଏକ ଶହ କୋଡ଼ିଏ ଜଣ; |
6
|
ମରାରି-ସନ୍ତାନଗଣ ମଧ୍ୟରେ ଅସାୟ ପ୍ରଧାନ ଓ ତାହାର ଭ୍ରାତୃଗଣ ଦୁଇ ଶହ କୋଡ଼ିଏ ଜଣ; |
7
|
ଗେର୍ଶୋମ-ସନ୍ତାନଗଣ ମଧ୍ୟରେ ଯୋୟେଲ ପ୍ରଧାନ ଓ ତାହାର ଭ୍ରାତୃଗଣ ଏକ ଶହ ତିରିଶ ଜଣ; |
8
|
ଇଲୀଶାଫନ୍-ସନ୍ତାନଗଣ ମଧ୍ୟରେ ଶମୟୀୟ ପ୍ରଧାନ ଓ ତାହାର ଭ୍ରାତୃଗଣ ଦୁଇ ଶହ ଜଣ; |
9
|
ହିବ୍ରୋଣ-ସନ୍ତାନଗଣ ମଧ୍ୟରେ ଇଲୀୟେଲ ପ୍ରଧାନ ଓ ତାହାର ଭ୍ରାତୃଗଣ ଅଶୀ ଜଣ; |
10
|
ଉଷୀୟେଲ-ସନ୍ତାନଗଣ ମଧ୍ୟରେ ଅମ୍ମୀନାଦବ ପ୍ରଧାନ ଓ ତାହାର ଭ୍ରାତୃଗଣ ଏକ ଶହ ବାର ଜଣ । |
11
|
ପୁଣି ଦାଉଦ ସାଦୋକ ଓ ଅବୀୟାଥର ଯାଜକ-ମାନଙ୍କୁ ଓ ଲେବୀୟମାନଙ୍କୁ, ଊରୀୟେଲକୁ, ଅସାୟକୁ ଓ ଯୋୟେଲକୁ, ଶମୟୀୟକୁ ଓ ଇଲୀୟେଲକୁ ଓ ଅମ୍ମୀନାଦବକୁ ଡାକି କହିଲେ, |
12
|
ତୁମ୍ଭେମାନେ ଲେବୀୟମାନଙ୍କ ପିତୃବଂଶର ପ୍ରଧାନ; ମୁଁ ଇସ୍ରାଏଲର ପରମେଶ୍ଵର ସଦାପ୍ରଭୁଙ୍କ ସିନ୍ଦୁକ ନିମନ୍ତେ ଯେଉଁ ସ୍ଥାନ ପ୍ରସ୍ତୁତ କରିଅଛି, ସେହି ସ୍ଥାନକୁ ତାହା ଆଣିବା ପାଇଁ ତୁମ୍ଭେମାନେ ଓ ତୁମ୍ଭମାନଙ୍କ ଭ୍ରାତୃଗଣ ଉଭୟ ଆପଣା-ମାନଙ୍କୁ ପବିତ୍ର କର । |
13
|
କାରଣ ପ୍ରଥମ ଥର ତୁମ୍ଭେମାନେ ତାହା ନ ବହିବାରୁ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ଵର ଆମ୍ଭମାନଙ୍କୁ ଆକ୍ରମଣ କଲେ, ଯେଣୁ ଆମ୍ଭେମାନେ ବିଧିମତେ ତାହାଙ୍କର ଅନ୍ଵେଷଣ ନ କଲୁ । |
14
|
ତହୁଁ ଯାଜକମାନେ ଓ ଲେବୀୟମାନେ ଇସ୍ରାଏଲର ପରମେଶ୍ଵର ସଦାପ୍ରଭୁଙ୍କ ସିନ୍ଦୁକ ଆଣିବା ନିମନ୍ତେ ଆପଣାମାନଙ୍କୁ ପବିତ୍ର କଲେ । |
15
|
ପୁଣି ସଦାପ୍ରଭୁଙ୍କ ବାକ୍ୟ ପ୍ରମାଣେ ମୋଶା ଯେପରି ଆଜ୍ଞା କରିଥିଲେ, ତଦନୁସାରେ ଲେବୀୟ ସନ୍ତାନମାନେ ପରମେଶ୍ଵରଙ୍କ ସିନ୍ଦୁକକୁ ତହିଁର ସାଙ୍ଗୀ ଦ୍ଵାରା ଆପଣା ଆପଣା କାନ୍ଧରେ ବହିଲେ । |
16
|
ଆଉ ଦାଉଦ ଲେବୀୟମାନଙ୍କର ପ୍ରଧାନବର୍ଗଙ୍କୁ କହିଲେ, ତୁମ୍ଭେମାନେ ଆପଣାମାନଙ୍କ ଗାୟକ ଭ୍ରାତୃଗଣକୁ ନେବଲ ଓ ବୀଣା ଓ କରତାଳ, ବାଦ୍ୟଯନ୍ତ୍ର ନେଇ ଉଚ୍ଚୈଃସ୍ଵରରେ ଆନନ୍ଦଧ୍ଵନି କରିବା ପାଇଁ ନିଯୁକ୍ତ କର । |
17
|
ତହିଁରେ ଲେବୀୟମାନେ ଯୋୟେଲର ପୁତ୍ର ହେମନ୍କୁ ନିଯୁକ୍ତ କଲେ ଓ ତାହାର ଭ୍ରାତୃଗଣ ମଧ୍ୟରୁ ବେରିଖୀୟର ପୁତ୍ର ଆସଫକୁ ଓ ସେମାନଙ୍କ ଭ୍ରାତୃଗଣ ମରାରି-ସନ୍ତାନମାନଙ୍କ ମଧ୍ୟରୁ କୁଶାୟାର ପୁତ୍ର ଏଥନକୁ; |
18
|
ଆଉ ସେମାନଙ୍କ ସଙ୍ଗେ ସେମାନଙ୍କ ଦ୍ଵିତୀୟ ପଦସ୍ଥ ଭ୍ରାତୃଗଣକୁ, ଅର୍ଥାତ୍, ଜିଖରୀୟକୁ, ବେନ୍କୁ ଓ ଯାସୀୟେଲକୁ ଓ ଶମୀରାମୋତକୁ ଓ ଯିହୀୟେଲକୁ ଓ ଉନ୍ନିକୁ ଓ ଇଲୀୟାବକୁ ଓ ବନାୟକୁ ଓ ମାସେୟକୁ ଓ ମତ୍ତଥୀୟକୁ ଓ ଇଲୀଫଲେହୁକୁ ଓ ମିକ୍ନେୟକୁ ଓ ଦ୍ଵାରପାଳ ଓବେଦ୍-ଇଦୋମକୁ ଓ ଯିୟୟେଲକୁ ନିଯୁକ୍ତ କଲେ । |
19
|
ଏହିରୂପେ ହେମନ୍, ଆସଫ ଓ ଏଥନ ଗାୟକମାନେ ପିତ୍ତଳର କରତାଳ ନେଇ ଉଚ୍ଚଧ୍ଵନି କରିବା ପାଇଁ; |
20
|
ଆଉ ଜିଖରୀୟ, ଅସୀୟେଲ ଓ ଶମୀରାମୋତ୍ ଓ ଯିହୀୟେଲ ଓ ଉନ୍ନି ଓ ଇଲୀୟାବ ଓ ମାସେୟ ଓ ବନାୟ ନେବଲ ନେଇ ଅଲାମୋତ୍ ସ୍ଵର ବଜାଇବା ପାଇଁ; |
21
|
ପୁଣି ମତ୍ତଥୀୟ ଓ ଇଲୀଫଲେହୁ ଓ ମକ୍ନେୟ ଓ ଓବେଦ୍-ଇଦୋମ୍ ଓ ଯୀୟୟେଲ ଓ ଅସସୀୟ ବୀଣା ବଜାଇ ଶିମିନୀତ୍ ସ୍ଵରରେ ଆରମ୍ଭ କରିବା ପାଇଁ ନିଯୁକ୍ତ ହେଲେ । |
22
|
ପୁଣି ଲେବୀୟମାନଙ୍କର ପ୍ରଧାନ କନନୀୟ ଗାନ ବିଷୟରେ ନିଯୁକ୍ତ ହେଲା, ସେ ନିପୁଣ ଥିବାରୁ ଗାନ ଶିଖାଇଲା । |
23
|
ଆଉ ବେରିଖୀୟ ଓ ଇଲ୍କାନା ସିନ୍ଦୁକର ଦ୍ଵାରରକ୍ଷକ ହେଲେ । |
24
|
ପୁଣି ଶବନୀୟ ଓ ଯୋଶାଫଟ୍ ଓ ନଥନେଲ ଓ ଅମାସୟ ଓ ଜିଖରୀୟ ଓ ବନାୟ ଓ ଇଲୀୟେଷର ଯାଜକମାନେ ପରମେଶ୍ଵରଙ୍କ ସିନ୍ଦୁକ ସମ୍ମୁଖରେ ତୂରୀ ବଜାଇଲେ; ଆଉ ଓବେଦ୍-ଇଦୋମ୍ ଓ ଯିହୀୟ ସିନ୍ଦୁକର ଦ୍ଵାରରକ୍ଷକ ହେଲେ । |
25
|
ତହୁଁ ଦାଉଦ ଓ ଇସ୍ରାଏଲର ପ୍ରାଚୀନବର୍ଗ ଓ ସହସ୍ରପତିମାନେ ଓବେଦ୍-ଇଦୋମ୍ର ଗୃହରୁ ଆନନ୍ଦପୂର୍ବକ ସଦାପ୍ରଭୁଙ୍କ ନିୟମ-ସିନ୍ଦୁକ ଆଣିବାକୁ ଗଲେ; |
26
|
ପୁଣି ଯେଉଁ ଲେବୀୟମାନେ ସଦାପ୍ରଭୁଙ୍କ ନିୟମ-ସିନ୍ଦୁକ ବହିଲେ, ପରମେଶ୍ଵର ସେମାନଙ୍କର ସାହାଯ୍ୟ କରନ୍ତେ, ସେମାନେ ସାତ ବଳଦ ଓ ସାତ ମେଷ ବଳିଦାନ କଲେ । |
27
|
ଆଉ ଦାଉଦ ଓ ସିନ୍ଦୁକବାହକ ଲେବୀୟମାନେ ଓ ଗାୟକମାନେ ଓ ଗାୟକମାନଙ୍କ ସହିତ ଗୀତ-ଶିକ୍ଷକ କନନୀୟ, ସମସ୍ତେ ଶୁଭ୍ର କ୍ଷୌମବସ୍ତ୍ରର ଚୋଗା ପିନ୍ଧିଥିଲେ; ଆଉ ଦାଉଦଙ୍କର ଦେହରେ ଶୁଭ୍ର କ୍ଷୌମବସ୍ତ୍ରର ଏଫୋଦ ଥିଲା । |
28
|
ଏହିରୂପେ ଉଚ୍ଚୈଃସ୍ଵରରେ ଜୟଧ୍ଵନି କରି ଶିଙ୍ଗା ଓ ତୂରୀ ଓ କରତାଳ ଓ ନେବଲ ଓ ବୀଣା ବଜାଇ ସମଗ୍ର ଇସ୍ରାଏଲ ସଦାପ୍ରଭୁଙ୍କ ନିୟମ-ସିନ୍ଦୁକ ଆଣିଲେ । |
29
|
ପୁଣି ଦାଉଦ-ନଗରରେ ସଦାପ୍ରଭୁଙ୍କ ନିୟମ-ସିନ୍ଦୁକ ଉପସ୍ଥିତ ହୁଅନ୍ତେ, ଶାଉଲଙ୍କ କନ୍ୟା ମୀଖଲ ଝରକା ବାଟେ ଅନାଇ ଦାଉଦ ରାଜାଙ୍କୁ ନୃତ୍ୟ ଓ ଆନନ୍ଦ କରିବାର ଦେଖିଲା, ତହିଁରେ ସେ ମନେ ମନେ ତାଙ୍କୁ ତୁଚ୍ଛ କଲା । |