1
|
ଯଦି ଜଣେ ଜ୍ଞାନୀ ହବୋକୁ ଚା ହେଁ, ସେ ତା'ର ଭୁଲକୁ ଠିକ୍ କରିବାକୁ ଭଲ ପାଏ। ଯେଉଁ ଲୋକ ଅନୁ ଯୋଗ ଘୃଣା କରେ ସେ ମୂର୍ଖ। |
2
|
ସତ୍ ଲୋକ ସଦାପ୍ରଭୁଙ୍କଠାରୁ ଅନୁଗ୍ରହ ପା'ନ୍ତି। କିନ୍ତୁ ଯେଉଁ ବ୍ଯକ୍ତି କୁପଥ କଳ୍ପନା କରେ, ସେ ଭ୍ରଷ୍ଟ ହବେ। |
3
|
କୁପଥ ଦ୍ବାରା କହେି ସୁରକ୍ଷିତ ହବେ ନାହିଁ। କିନ୍ତୁ ଧାର୍ମିକ ଲୋକମାନେ ନିରାପଦ ରେ ରହିବେ। |
4
|
ଗୁଣବତୀ ସ୍ତ୍ରୀ ଆପଣା ସ୍ବାମୀର ମୁକୁଟ ସ୍ବରୂପ। ଲଜ୍ଜାଦାଯିନୀ ସ୍ତ୍ରୀ ତା'ର ହାତ ସବୁର କ୍ଷଯ ସ୍ବରୂପ। |
5
|
ଧାର୍ମିକମାନଙ୍କର ଯୋଜନାସବୁ ଯଥାର୍ଥ, କିନ୍ତୁ ଦୁଷ୍ଟ ଲୋକମାନଙ୍କର ଉପଦେଶ ପ୍ରବଞ୍ଚନାପୂର୍ଣ୍ଣ। |
6
|
ଦୁଷ୍ଟମାନେ ରକ୍ତପାତ କରିବାକୁ ସମାନଙ୍କେର ଶବ୍ଦଗୁଡ଼ିକ ବ୍ଯବହାର କରନ୍ତି। କିନ୍ତୁ ନଷ୍ଠାପର ଲୋକମାନଙ୍କର ଶବ୍ଦଗୁଡ଼ିକ ଅନ୍ୟ ଲୋକମାନଙ୍କୁ ବିପର୍ୟ୍ଯଯରୁ ରକ୍ଷା କରନ୍ତି। |
7
|
ଦୁଷ୍ଟମାନେ ସମ୍ପୂର୍ଣ୍ଣ ଭାବେ ବିନାଶ ହୁଅନ୍ତି। ସମାନଙ୍କେ ସତ୍ତା ଲୋପ ପାଏ। ମାତ୍ର ଧାର୍ମିକମାନେ ମରିଗଲେ ମଧ୍ଯ ସମାନେେ ସ୍ମୃତି ରେ ହିଁ ରହନ୍ତି। |
8
|
ସେ କହୁଥିବା ଜ୍ଞାନ କଥା ପାଇଁ ମନୁଷ୍ଯ ପ୍ରଶଂସିତ ହବେ। କିନ୍ତୁ ସହେି ମନୁଷ୍ଯ ଯାହାର ହୃଦଯ ଦୁଷ୍ଟ ଓ ଜିଦ୍ଖୋର ତାକୁ ଲୋକମାନେ ତୁଚ୍ଛ ବୋଲି ଭାବିବେ। |
9
|
ଯେଉଁ ଲୋକ ତୁଚ୍ଛୀକୃତ ଆଉ ଯାହାର ଦାସ ଅଛି, ସେ ଅନ୍ୟମାନଙ୍କଠାରୁ ଶ୍ ରେଷ୍ଠ, ୟିଏ ନିଜକୁ ମହତ୍ତ୍ବ ବୋଲି ଛଳନା କରେ, କିନ୍ତୁ ତା ପାଖ ରେ ୟଥେଷ୍ଟ ଖାଦ୍ୟ ନ ଥାଏ। |
10
|
ଧାର୍ମିକ ଲୋକମାନେ ଆପଣା ପଶୁର ଦରକାରକୁ ଅତି ଯତ୍ନ ସହକା ରେ କରନ୍ତି, ମାତ୍ର ଦୁଷ୍ଟ ଲୋକମାନେ ନିର୍ଦ୍ଦଯ ଅଟନ୍ତି। |
11
|
ଯେଉଁ ଲୋକ ଆପଣା ଭୂମି ଚଷେ, ସେ ୟଥେଷ୍ଟ ଆହାର ପାଇବ। ମାତ୍ର ଯେ ବୃଥା ଅଭିମାନ ରେ ପ୍ରବୃତ୍ତ ହୁଏ, ସେ ବୁଦ୍ଧିହୀନ। |
12
|
ଦୁଷ୍ଟ ଲୋକମାନେ କୁକର୍ମକାରୀ ଲୋକମାନଙ୍କର ଫାନ୍ଦକୁ ଆଦରି ନିଅନ୍ତି। ମାତ୍ର ଧାର୍ମିକର ମୂଳ ଫଳଦାୟକ ଅଟେ। |
13
|
ଦୁଷ୍ଟର ଓଷ୍ଠ ରେ ଅଧର୍ମର ଫଳ ଥାଏ। ମାତ୍ର ଧାର୍ମିକମାନେ ଦୁଃଖରୁ ଉଦ୍ଧାର ପାଇବେ। |
14
|
ମନୁଷ୍ଯ ଆପଣା ମୁଖର ଫଳ ଦ୍ବାରା ମଙ୍ଗଳ ରେ ପରିତୃପ୍ତ ହବେ। ଏବଂ ସେ ହସ୍ତକୃତ କର୍ମଫଳ ତାହାକୁ ଭୋଗ କରିବାକୁ ହବେ। |
15
|
ଅଜ୍ଞାନର ପଥ ତା'ର ନିଜ ଦୃଷ୍ଟି ରେ ଯଥାର୍ଥ ମାତ୍ର ଜ୍ଞାନବାନ ମାନେ ପରାମର୍ଶ ଶୁଣନ୍ତି। |
16
|
ଅଜ୍ଞାନର ବିରକ୍ତି ହଠାତ୍ ପ୍ରକାଶ ପାଏ ; କିନ୍ତୁ ବିଜ୍ଞ ମନୁଷ୍ଯ ଅପମାନକୁ ଉପେକ୍ଷା କରେ। |
17
|
ସତ୍ଯବାଦୀମାନେ ନ୍ଯାଯପୂର୍ଣ୍ଣ କଥା କହନ୍ତି। ମାତ୍ର ମିଥ୍ଯାସାକ୍ଷୀମାନେ ପ୍ରବଞ୍ଚନା ପ୍ରକାଶ କରନ୍ତି। |
18
|
ଯେଉଁ ଲୋକମାନେ କୌଣସି ଚିନ୍ତା ନ କରି କହନ୍ତି, ସମାନଙ୍କେର ଶବ୍ଦଗୁଡ଼ିକ ଦ୍ବିଶାଣିତ ଖଡ୍ଗ ପରି ଆଘାତ କରେ। ମାତ୍ର ଜ୍ଞାନୀ ଲୋକର କଥା ଉପଶମ ଆଣେ। |
19
|
ମିଥ୍ଯାବାଦୀର କଥା କବଳେ ଅଳ୍ପକ୍ଷଣ ନିମନ୍ତେ ତିଷ୍ଠେ, କିନ୍ତୁ ସତ୍ଯତାପୂର୍ଣ୍ଣ ଶବ୍ଦଗୁଡ଼ିକ ଚିରଦିନ ରହେ। |
20
|
ଅନିଷ୍ଟ ଚିନ୍ତାକାରୀର ହୃଦଯ ରେ ପ୍ରବଞ୍ଚନା ଥାଏ। ମାତ୍ର ଶାନ୍ତି ପରାମର୍ଶଦାତାମାନଙ୍କର ହୃଦଯ ଆନନ୍ଦପ୍ରଦ ହୁଏ। |
21
|
ଧାର୍ମିକ ପ୍ରତି କୌଣସି ବିପର୍ୟ୍ଯଯ ଘଟିବ ନାହିଁ, ମାତ୍ର ଦୁଷ୍ଟ ଲୋକମାନଙ୍କର ବହୁତ ସମସ୍ଯା ହବେ। |
22
|
ମିଥ୍ଯାବାଦୀର ଶବ୍ଦଗୁଡ଼ିକ ସଦାପ୍ରଭୁଙ୍କ ଦ୍ବାରା ଘୃଣିତ ଅଟେ। ମାତ୍ର ଯେଉଁମାନେ ସତ୍ଯ କୁହନ୍ତି, ସମାନେେ ତାଙ୍କର ସୁଖକର ଲୋକମାନେ ଅଟନ୍ତି। |
23
|
ଚତୁର ଲୋକ ଜ୍ଞାନ ଆହରଣ କରେ। ମାତ୍ର ମୂର୍ଖମାନଙ୍କର ମନ ଅଜ୍ଞାନତା ପ୍ରକାଶ କରେ। |
24
|
ଜଣେ କର୍ମଶୀଳଙ୍କ ହସ୍ତ କତ୍ତୃର୍ତ୍ବ କରିବ, ମାତ୍ର ଅଳସୁଆ ଲୋକ ଦାସ ହବେ। |
25
|
ମନୁଷ୍ଯର ମନୋବ୍ଯଥା ମନକୁ ନତ କରେ। ମାତ୍ର ମଙ୍ଗଳର ବାକ୍ଯ ତାହାର ହରଷ ଜନ୍ମାଏ। |
26
|
ଧାର୍ମିକ ଲୋକ ଆପଣା ପ୍ରତିବେଶୀର ଠିକ୍ ପଥ ପ୍ରଦର୍ଶକ, ମାତ୍ର ଦୁଷ୍ଟମାନଙ୍କ ପଥ ସମାନଙ୍କେୁ ଭୁଲାଏ। |
27
|
ଅଳସୁଆ ମୃଗଯା ରେ ଧରିଲା ପଶୁକୁ ପାକ କରେ ନାହିଁ। ମାତ୍ର ମନୁଷ୍ଯମାନଙ୍କର ବହୁମୂଲ୍ଯ ସମ୍ପତ୍ତି ପରିଶ୍ରମର ପକ୍ଷ ରେ ରହେ। |
28
|
ଧାର୍ମିକତା ରୂପ ପଥରେ ଜୀବନ ଥାଏ। ପୁଣି ତହିଁର ଗମନ ମାର୍ଗ ରେ ମୃତ୍ଯୁ ନ ଥାଏ। |
Proverbs 12:14 English Language Bible Words basic statistical display
COMING SOON ...